Posted inଜାତୀୟ

ଏନସିପି ନେତା ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨।୧: ପୂର୍ବତନ ଏମ୍‌ପି ତଥା ଏନସିପିର ବରିଷ୍ଠ ନେତା ଡିପି ତ୍ରିପାଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ଏନସିପି ନେତ୍ରୀ ସୁପ୍ରିୟା ସୁଲେ। ଡିପି ତ୍ରିପାଠୀ ଦଳର ମାର୍ଗଦର୍ଶକ ଥିଲେ। ତାଙ୍କ ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ନିଜ ଶୋକ ବାର୍ତ୍ତାରେ ସୁପ୍ରିୟା କହିଛନ୍ତି। ସୂଚନାଯୋଗ୍ୟ, ଡିପି ତ୍ରିପାଠୀ ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ଅଧ୍ୟକ୍ଷ ଥିଲେ। ପ୍ରଥମେ ସେ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସ ଛାଡି ଏନସିପିରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଚିକିତ୍ସା, ପାଠପଢା ଖର୍ଚ୍ଚ ବହନ କରିବେ ସରକାର

ରାୟପୁର,୧୫।୬: ଛତିଶଗଡରେ ବୋରଓ୍ବେଲରେ ଖସିପଡିଥିବା ରାହୁଲ ସାହୁଙ୍କୁ ଦୀର୍ଘ ୧୦୪ ଘଣ୍ଟାର କଶରତ ପରେ ୬୦ ଫୁଟ ଗାତ ଭିତରେ ବାହାର କରାଯାଇଛି। ଏବେ ତାଙ୍କୁ...

ମମତାଙ୍କ ଉପରେ ବର୍ଷିଲେ ସ୍ମୃତି

କୋଲକାତା,୩୧ ।୧: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରବିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଜାନୁୟାରୀ ୩୦ ଓ ୩୧ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ...

ନୀତୀଶ କହୁ କହୁ ତେଜସ୍ବୀଙ୍କୁ କହିଲେ ମୁଖ୍ୟମନ୍ତ୍ରୀ, ଏହା ଭୁଲ ନା ଭବିଷ୍ୟତର ସଙ୍କେତ ନେଇ ଚର୍ଚ୍ଚା…

ପାଟନା, ୨୮।୯ : ବିହାରରେ ଯେତେବେଳେ ନୀତୀଶ କୁମାର ଭାଜପା ଛାଡି ଆରଜେଡି ସହିତ ମେଣ୍ଟ କରିଥିଲେ ସେତେବେଳେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଚେୟାରକୁ...

ସଜ ହେଲେଣି କମଲ ହାସନ

ଚେନ୍ନାଇ,୨୭ ।୨: ନିର୍ବାଚନ କମିଶନଙ୍କ ଦ୍ୱାରା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆଉ...

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୩।୪: ଦିଲ୍ଲୀର ମହେନ୍ଦ୍ର ପାର୍କ ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ପଡୋଶୀ ୨୪ ବର୍ଷୀୟ...

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ସଂସଦରେ ନିଜର ପୋଷାକ ଚିରିଲେ ପିଡିପି ନେତା

ନୂଆଦିଲ୍ଲୀ,୫।୮: ରାଜ୍ୟସଭାରେ ସୋମବାର ହଟ୍ଟଗୋଳ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ। ଏହାପରେ ସଂସଦରେ ବହୁ...

ଭୁଲ୍‌ ବନାନ ଶିଶୁ ହତ୍ୟାକାରୀଙ୍କୁ ଧରାଇଲା

ହାର୍ଦୋଇ, ୯।୧୧(ଆଇଏଏନ୍‌ଏସ୍‌): ନିଜର ଦୁର୍ବଳ ଭାଷା ଜ୍ଞାନ ଯେ ଦିନେ ରାମପ୍ରତାପ ସିଂଙ୍କୁ ହତ୍ୟା ମାମଲାରେ ଜେଲ୍‌ ପଠାଇଦେବ ଏକଥା ସେ କେବେ ବି ଭାବି...

ଭାରି ପଡୁଛନ୍ତି ଭାରତୀୟ ସେନା: ଏଲ୍‌ଏସିରେ ପାଟ୍ରୋଲିଂର ତରିକା ବଦଳାଇଲା ଚାଇନା

ନୂଆଦିଲ୍ଲୀ,୪ ।୧୦: ଚାଇନାର ଦୁଇ ପାଦ ଆଗକୁ ଦୁଇ ପାଦ ପଛକୁ ନୀତି ଯୋଗୁ ଭାରତ-ଚାଇନା ସୀମା ବିବାଦ ଶେଷ ହେଉନାହିଁ । ସେନା ତଥା...

Advertisement
Archives

Model This Week