ଏଥର ପ୍ରଦୂଷଣମୁକ୍ତ ଦଶହରା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଭୁବନେଶ୍ୱରରେ ଏଥର ଦେଖିବାକୁ ମିଳିବ ପ୍ଲାଷ୍ଟିକ୍‌ ଓ ଶବ୍ଦ ପ୍ରଦୂଷଣମୁକ୍ତ ଦଶହରା। ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ପୂଜାକୁ ଶବ୍ଦ, ବାୟୁ ଓ ପରିବେଶ ପ୍ରଦୂଷଣରୁ ମୁକ୍ତ ରଖିବାକୁ ପ୍ରଚେଷ୍ଟା କରାଯିବ। ଗତବର୍ଷ ଭଳି ଏଥର ମଧ୍ୟ ପୂଜାର ମୁଖ୍ୟ ଉଦ୍ଦେଶ୍ୟ ରହିବ ଯଥାସମ୍ଭବ କମ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର। ସମସ୍ତ ପୂଜା କମିଟି ଏନେଇ ସହଯୋଗ କରିବାକୁ ସହମତି ପ୍ରକାଶ କରିଥିବାବେଳେ ରାଜଧାନୀର ପ୍ରମୁଖ ପୂଜାମଣ୍ଡପଗୁଡ଼ିକ ଏ ଦିଗରେ ଅଧିକ ସଚେତନ ହେବେ। କେବଳ ଏତିକି ନୁହେଁ, ଅଯଥା ଶକ୍ତି ଅପଚୟ ନ କରିବା ଉପରେ ମଧ୍ୟ ପୂଜା ମଣ୍ଡପଗୁଡିକ ଗୁରୁତ୍ୱ ଦେବେ। ଅଧିକାଂଶ ମଣ୍ଡପ ମୂର୍ତ୍ତି ପ୍ରସ୍ତୁତ ପାଇଁ ରାସାୟନିକ ରଙ୍ଗର ବ୍ୟବହାର ନ କରି ଭେଜିଟେବୁଲ କଲର୍‌ ବା ପ୍ରାକୃତିକ ରଙ୍ଗର ବ୍ୟବହାର କରିବେ।
୨୦୧୯ ଦୁର୍ଗାପୂଜା ଯେପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିଲାଗି ପୂଜାମଣ୍ଡପଗୁଡିକ ସମସ୍ତ ବ୍ୟବସ୍ଥା ଆପଣାଇବାକୁ ରାଜଧାନୀ ଶାନ୍ତି କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିଭଳି ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ପ୍ରତି ପୂଜାମଣ୍ଡପରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଶବ୍ଦ ପ୍ରଦୂଷଣ ଉପରେ ଲାଗିଥିବା କଟକଣା ଯୋଗୁ ଚଳିତ ବର୍ଷ ପୂଜାରେ ପ୍ରତି ପୂଜାମଣ୍ଡପ ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ମାଇକ୍ରୋଫୋନ୍‌ ଓ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବେ। ମାଇକ୍ରୋଫୋନ୍‌ରେ କେବଳ ଶ୍ଳୋକାବୃତ୍ତି, ଚଣ୍ଡୀପାଠ, ଗୀତାପାଠ ଓ ଅନ୍ୟାନ୍ୟ ପୂଜାକର୍ମ କରିବେ। ମେଲୋଡି ଓ ଭଜନ ସମାରୋହରେ କେବଳ ସାଉଣ୍ଡ ବକ୍ସ ଆଇନ୍‌ ଅନୁମୋଦନ ଅନୁଯାୟୀ ବ୍ୟବହାର କରାଯିବ। ଗୀତ ବଜାଇବାବେଳେ ଯେପରି ସ୍ଥାନୀୟ ଲୋକ ହଇରାଣ ହେବେନି ସେଥିପାଇଁ ଭଲ୍ୟୁମ୍‌ର ଏକ ନିର୍ଦ୍ଦିଷ୍ଟ ଲିମିଟ୍‌ ରହିବ। ସେହିଭଳି ଭସାଣି ବେଳେ ଡିଜେ ଓ ଧୁମ୍‌ଧଡାକ ଗୀତ ପରିବର୍ତ୍ତେ ପୂଜା କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ।

ପ୍ଳାଷ୍ଟିକ୍‌ ମୁକ୍ତ ପୂଜା
ଆସନ୍ତା ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲାଗିବାକୁ ଥିବାବେଳେ ଚଳିତ ପାର୍ବଣର ମୁଖ୍ୟ ପ୍ରସଙ୍ଗ ରହିବ ପ୍ଲାଷ୍ଟିକ୍‌ ମୁକ୍ତ ପୂଜା। ମଣ୍ଡପଗୁଡ଼ିକ ଯଥାସମ୍ଭବ କମ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର କରି ପୂଜା ଆୟୋଜନ କରିବା ସହ ଏନେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରିବେ। ରାଜଧାନୀର ଅଧିକାଂଶ ମଣ୍ଡପରେ ପଲିଥିନ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ପାଉଚ୍‌ ପାଣିକୁ ମଧ୍ୟ ବର୍ଜନ କରାଯିବ। ଚନ୍ଦ୍ରଶେଖରପୁରସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏଶନ୍‌ (ଡିସିଓଏ) ଏବଂ ନୟାପଲ୍ଲୀ ପୂଜା କମିଟି ପ୍ଲାଷ୍ଟିକ୍‌ ଫ୍ରି ପୂଜା ଆୟୋଜନ କରିବାକୁ ଘୋଷଣା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାବେଳେ ଝାରପଡ଼ା, ଶହୀଦନଗର ଭଳି ଅନ୍ୟ କେତେକ ପୂଜା ମଣ୍ଡପ ମଧ୍ୟ ଏହାକୁ ଅନୁକରଣ କରିବେ। ଏପରିକି କିଛି ମଣ୍ଡପ ଏଥର ଚାରା ବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ରାସାୟନିକ ରଙ୍ଗର ବ୍ୟବହାର ନ କରିବାକୁ ମଣ୍ଡପଗୁଡ଼ିକ ଏଥର ଗୁରୁତ୍ୱ ଦେଉଥିବାବେଳେ ନଦୀ ପରିବର୍ତ୍ତେ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯିବ। ଚଳିତବର୍ଷ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ରାଜଧାନୀ ଶାନ୍ତି କମିଟି ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଥିବା କମିଟି ସମ୍ପାଦକ ନବକିଶୋର ବେହେରା କହିଛନ୍ତି।
ଚାନ୍ଦା ଆଦାୟ କ୍ଷେତ୍ରରେ ଯେପରି ଲୋକଙ୍କୁ ଜୋର୍‌ ଜବରଦସ୍ତ କରାଯିବନାହିଁ ସେଥିପ୍ରତି ପ୍ରାଥମିକତା ଦିଆଯିବ। କିଛି ମଣ୍ଡପ ଏ ଦିଗରେ ପଦକ୍ଷେପ ନେଇ ଆଗରେ ରହିଥିବାବେଳେ ଆଉ କିଛି ଏହାକୁ ସମର୍ଥନ କରିଛନ୍ତି। ତଥାପି କିଛି ପୂଜା ମଣ୍ଡପ ଏହା ବିରୋଧରେ ଯାଇ ଅନୈତିକ ଭାବେ ଛୋଟ ଛୋଟ ବେପାରୀଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ଭିଏସ୍‌ଏସ୍‌ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ଆଗରୁ ରହିଆସିଥିବା ପରମ୍ପରା ଅନୁଯାୟୀ ମା’ଙ୍କ ପୂଜା ପାଇଁ ସଂଗୃହୀତ ଦାନ ଓ ଖର୍ଚ୍ଚର ହିସାବ ଅଡିଟ୍‌ କରିବା ସହ ତାହାକୁ କଲୋନୀ ବାସିନ୍ଦାଙ୍କୁ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri