Posted inଜାତୀୟ

ଏଣିକି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ ଇସ୍ରାଏଲ ସେନ୍ସର ଡିଭାଇସ୍‌

ଲକ୍ଷ୍ନୌ,୧୫।୭: ରାଜ୍ୟରେ ବୃଦ୍ଧି ପାଇଥିବା ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ ଯମୁନା ଏକ୍ସପ୍ରେସ ହାଇଓ୍ବେରେ ହୋଇଥିବା ଦୁର୍ଘଟଣା ଯୋଗୁ ଉତ୍ତରପ୍ରଦେଶ ପରିବହନ ବିଭାଗ ହରଡ଼ଘଣାରେ ପଡ଼ିଯାଇଥିଲା। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭାଗ ପକ୍ଷରୁ ଏଭଳି ଏକ ଡିଭାଇସ୍‌ ଉପରେ କାମ କରାଯାଉଛି ଯାହା ଦୁର୍ଘଟଣାକୁ ଅଟକାଇବାକୁ ସକ୍ଷମ ହେବ। ଏହି ନୂଆ କୌଶଳ ଯାତ୍ରା ସମୟରେ ବସ୍‌ରେ ଥିବା ୩ଟି ବଟନ ୟୁପିଏସ୍‌ଆରଟିସି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ। ନିଦ ଆସିବା ମାତ୍ରେ ହିଁ ବସ୍‌ରେ ଲାଗିଥିବା ସେନ୍ସର ଡିଭାଇସ୍‌ରୁ ଆଲାମ ବାଜି ଉଠିବ। ଏଥିସହ ଯଦି ଡ୍ରାଇଭର ଆଳସ୍ୟ ହୁଅନ୍ତି ତେବେ ଏହି ଯନ୍ତ୍ର ପ୍ରତି ୧ କିଲୋମିଟରରେ ତାଙ୍କୁ ଆଲର୍ଟ କରିବ। ଯଦି ବସ୍‌ର ୨୫ମିଟର ଆଗରେ କୌଣସି ଗାଡି ଆସେ ତେବେ ଗ୍ରୀନ୍‌ ଆଲାମ୍‌ ବାଜିବ। ସେହିପରି ୧୨ ମିଟର ଦୂରରେ ପିଙ୍କ୍‌ ଏବଂ କୌଣସି ବାହନ ଗାଡିର ପୂରା ସମ୍ମୁଖକୁ ଆସିଲେ ରେଡ ଆଲାମ୍‌ ବାଜିବ। ଏହି ଡିଭାଇସ୍‌ର ମୂଲ୍ୟ ୨୦ରୁ ୨୫ହଜାର ଟଙ୍କା ବୋଲି ଜଣାପଡ଼ିଛି। ଗତ କିଛି ଦିନ ହେଲା ଗାଜିଆବାଦ ଡିପୋରୁ ଚଳାଚଳା କରୁଥିବା ବସ୍‌ରେ ଏଭଳି ଏକ ଇସ୍ରାଇଲ ଡିଭାଇସ୍‌ର ବ୍ୟବହାର କରାଯାଉଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ରହେ ତେବେ ଉତ୍ତରପ୍ରଦେଶ ସରକାର ଏହି ସେନ୍ସରକୁ ଇସ୍ରାଏଲ କମ୍ପାନୀଠାରୁ କିଣିବା ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିିବ ।


Enter your email to get our daily news in your inbox.

All Right Reserved By Dharitri.Com

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri