ଏଠି ଠାକୁରଙ୍କୁ ନଗଦ ଅର୍ଥ ଦାନ କରିପାରିବେନି ଭକ୍ତ

ଭାରତରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୋଟବନ୍ଦୀ ଘୋଷଣା କରିବା ପରେ ପ୍ରାୟ ସମସ୍ତେ କ୍ୟାଶ୍‌ ଲେସ୍‌ ଟ୍ରାଞ୍ଜାକଶନ୍‌କୁ ଗୁରୁତ୍ୱ ଦେଇଆସୁଛନ୍ତି। ଏମିତିକି ଏଥିରୁ ବାଦ୍‌ ପଡି ନାହାନ୍ତି ଦେବାଦେବୀ। ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭକ୍ତ ଭଗବାନଙ୍କୁ ନଗଦ ଅର୍ଥ ଦାନ କରିପାରିବେ ନାହିଁ। ଏହି ମନ୍ଦିର ସମ୍ପର୍କରେ ହୁଏତ କମ ଲୋକଙ୍କୁ ଜଣାଥିବ। ହେଲେ ଭାରତର ଏହା ପ୍ରଥମ ମନ୍ଦିର ଯେଉଁଠି ପେଟିଏମ୍‌, ଭିମ୍‌ ଆପ୍‌, ଇଣ୍ଟରନେଟ୍‌ ମାଧ୍ୟମରେ ମନ୍ଦିରକୁ ଦାନ ଅର୍ଥ ପ୍ରଦାନ କରାଯାଉଛି। ଏହା ସମ୍ପୂର୍ଣ୍ଣ କ୍ୟାଶଲେସ୍‌ ମନ୍ଦିର। ଏହି ମନ୍ଦିରରେ ପ୍ରଥମ କରି ସ୍ବାଇପ୍‌ ମେଶିନ୍‌ ବ୍ୟବହାର କରାଯାଇଥିବା କୁହାଯାଏ। ଗୁଜରାଟରେ ରହିଛି ଏହି ନିଆରା ‘ଜନ ବିକାଶ’ ମନ୍ଦିର। ଗୁଜରାଟ ଭରୁଦ ସହରରେ ଥିବା ଗୁଜରାଟ ନର୍ମଦା ଓ୍ବେଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ(ଜିଏନ୍‌ଏଫ୍‌ସି) ଟାଉନଶିପ୍‌ରେ ରହିଛି ଏହି ମନ୍ଦିର। ‘କମ୍ୟୁନିଟି ଡେଭଲପମେଣ୍ଟ ଚ୍ୟାରିଟି ଟ୍ରଷ୍ଟ’ ମନ୍ଦିରର ଦାୟିତ୍ୱ ଗ୍ରହଣ କରିଛି। ନୋଟବନ୍ଦୀ ପରେ ପାଖାପାଖି ବର୍ଷେ ହେବ ଏହି ମନ୍ଦିରରେ କ୍ୟାଶଲେସ କାରବାର ଚାଲିଥିବା ମନ୍ଦିର ଦାୟିତ୍ୱରେ ଥିବା କିଛି ସଦସ୍ୟ କହିଛନ୍ତି। ଜିଏନ୍‌ଏଫ୍‌ସିର ପୂରା ଟାଉନ୍‌ଶିପ୍‌ କ୍ୟାଶଲସ୍‌ ହୋଇଥିବା ବେଳେ ଜନ ବିକାଶ ମନ୍ଦିର ବି ଏଥିରେ ସାମିଲ ହୋଇଛି। ଯେଉଁମାନେ ମନ୍ଦିରକୁ ଦାନ ଦେବାକୁ ଚାହାନ୍ତି ସେମାନେ ମନ୍ଦିର ପୂଜକଙ୍କ ପାଖରେ ଥିବା ପେଟିଏମ୍‌ ମେଶିନ୍‌ ମାଧ୍ୟମରେ ଦାନ ଦେଇ ପାରିବେ। ମନ୍ଦିର ପ୍ରାଙ୍ଗଣରେ ଶିବ, ରାଧାକୃଷ୍ଣ, ଦୁର୍ଗା ଏବଂ ରାମ-ଜାନକୀଙ୍କ ମୂର୍ତ୍ତି ରହିଛି। ଉକ୍ତ ଚାରୋଟି ମନ୍ଦିର ପାଇଁ ଅଲଗା ଅଲଗା ୪ଟି ପେଟିଏମ୍‌ ନମ୍ବର ରହିଛି। ମନ୍ଦିରରେ ଲଗାଯାଇଥିବା ଦାନବାକ୍ସକୁ ଏବେ ବନ୍ଦ କରି ଦିଆଯିବା ସହ ଏହା ଉପରେ ଲିଖିତ ସୂଚନା ମଧ୍ୟ ଦିଆଯାଇଛି କି ଏଠାରେ ନଗଦ କାରବାର ବନ୍ଦ। ଆହୁରି ମଧ୍ୟ ଏଠାରେ ବ୍ୟାଙ୍କ ଖାତା ନମ୍ବର ସହ ଅନ୍ୟକିଛି ଆବଶ୍ୟକ ତଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଫେରିବ ୭ ବିମାନ

ନୂଆଦିଲ୍ଲୀ,୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଆଉ ଜଣେ ହେଲେ ଭାରତୀୟ ନାହାନ୍ତି। ସମସ୍ତ ନାଗରିକ କ୍ୱିଭ୍‌ ଛାଡ଼ିଥିବା ଭାରତର ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି...

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ...

ଦୁଇ ଦଳିତଙ୍କୁ ନିର୍ମମ ପ୍ରହାର

ଜୟପୁର,୨୧।୨(ପି.ଟି.):ରାଜସ୍ଥାନର ନାଗୌର ଅନ୍ତର୍ଗତ କାର୍‌ନୁ ଗ୍ରାମରେ ଦୁଇ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯିବା ଘଟଣା ଏବେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏକ ମୋଟର...

୨ ଲକ୍ଷ ଛୁଇଁବାକୁ ଯାଉଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୬: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୧୭୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୨୦୪...

କେନ୍ଦ୍ରକୁ ଏସ୍‌ସିଙ୍କ ଛାଟ, ସରକାର କରୁଛନ୍ତି ଧର୍ଯ୍ୟ ପରୀକ୍ଷା,କହିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୯: ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ (ଏସ୍‌ସି) ଛାଟ ଦେଖାଇଛନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ ର...

ଶରଦ କୁମାର ମଧ୍ୟବର୍ତ୍ତିକାଳୀନ ସିଭିସି

ନୂଆଦିଲ୍ଲୀ,୧୨ା୬(ପି.ଟି.): ଭିଜିଲାନ୍ସ କମିଶନର ଶରଦ କୁମାରଙ୍କୁ ମଧ୍ୟବର୍ତ୍ତିକାଳୀନ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସିଭିସି)ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି...

ଟିକା ପାଇଁ ଜରୁରୀ ପଞ୍ଜୀକରଣ

ନୂଆଦିଲ୍ଲୀ,୧୪।୧୨-ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ସୋମବାର ଗାଇଡଲାଇନ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ନିୟମ ଜାରି କରାଯାଇଛି।...

ମେଣ୍ଢାଙ୍କୁ ଜଗୁଛି ରୋବୋ

ନୂଆଦିଲ୍ଲୀ: ଚାଷକାମରେ ଆଜିକାଲି ରୋବୋ ସବୁକିଛି କରିପାରୁଛି। ଏମିତିକି ରୋବୋ ବି ମେଣ୍ଢାପଲଙ୍କୁ ନେଇ ଚରାଇ ପୁଣି ଥରେ ଘରକୁ ଫେରାଇ ଆଣିପାରେ। ଏମିତି ଏକ...

Advertisement
Archives

Model This Week