ଏଜିଆର୍‌ ମାମଲାରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯-୩: ଆଡଜଷ୍ଟେଡ୍‌ ଗ୍ରସ ରେଭିନ୍ୟୁ(ଏଜିଆର୍‌) ମାମଲାରେ ସୁପ୍ରିମକୋର୍ଟ ପୁଣି ଥରେ ଟେଲିକମ କମ୍ପାନୀଙ୍କ ଉପରେ ବର୍ଷିଛନ୍ତି। ଟେଲିକମ କମ୍ପାନୀଗୁଡିକ ନିର୍ଦ୍ଦେଶ ପାଳନ ନ ଲେ କମ୍ପାନୀଗୁଡିକର ଏମ୍‌ଡିଙ୍କୁ ଜେଲ ପଠାଇ ଦିଆଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି। ଟେଲିକମ କମ୍ପାନୀଗୁଡିକ ୧.୪୭ ଲକ୍ଷ କୋଟି ସରକାରଙ୍କୁ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ ଅର୍ଥ କମ୍ପାନୀଗୁଡିକ ସରକାରଙ୍କୁ ପ୍ରଦାନ କରିବା ଆବଶ୍ୟକ। କମ୍ପାନୀଗୁଡିକ ଧାର୍ଯ୍ୟ ଅର୍ଥ ନ ଦେଇ ସେଲ୍ଫ ଆସେସମେଣ୍ଟ ବା ନିଜସ୍ବ ହିସାବ କଲେ ସେମାନଙ୍କ ବିରୋଧରେ ଅବମାନନା ମାମଲା ଦାୟର କରାଯିବ। କମ୍ପାନୀଗୁଡିକ ଏପରି କରିବା ଲାଗି ଯଦି ଅନୁମତି ପାଆନ୍ତି ତେବେ ଏହା ଠକେଇ ବୋଲି ବିଚାର କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଯଦି ଏଭଳି କରିବା ଲାଗି ଟେଲିକମ ସଚିବ କିମ୍ବା ଡେସ୍କ ଅଫିସର ଅନୁମତି ଦିଅନ୍ତି ତେବେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡିବ। ଉକ୍ତ ମାମଲାରେ ମିଥ୍ୟା ଖବର ପ୍ରକାଶ ପାଇଲେ ଏଥିଲାଗି କମ୍ପାନୀଗୁଡିକ ଦାୟୀ ରହିବେ। ଏଜିଆର ମାମଲାରେ ନ୍ୟାୟାଳୟଙ୍କ ଅଗୋଚରରେ ଯାହା କିଛି ଭିତିରିଆ ହେଉଛି ତାହା ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ସାରା ଦେଶବାସୀଙ୍କ ସାମ୍ନାରେ ଏଥିରେ ଅନେକ କଥା ଅଜଣା ରହିଛି ବୋଲି ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୧ ପଳାତକ ବ୍ୟାଙ୍କକୁ ଠକିଛନ୍ତି ୧୭,୯୦୦ କୋଟି

ନୂଆଦିଲ୍ଲୀ, ୪-୧୨: ପଳାତକ ଘୋଷିତ ହୋଇ ଦେଶ ଛାଡିଥିବା ୫୧ ଜଣ ବ୍ୟକ୍ତି ବିଶେଷ ବ୍ୟାଙ୍କଗୁଡିକୁ ୧୭,୯୦୦ କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ରାଜ୍ୟ...

ନାସା ଆଇଏଏସ୍‌ପିରେ ଏଲ୍‌ପିୟୁ ଛାତ୍ରୀ ଜାହ୍ନବୀ

ଜଳନ୍ଦର,୨୬ା୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲଭ୍‌ଲି ପ୍ରୋଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ବିଟେକ୍‌ (ଇସିଇ) ୨ୟ ବର୍ଷ ଛାତ୍ରୀ ଜାହ୍ନବୀ ଡାଙ୍ଗେଟି ବିଶ୍ୱବିଦ୍ୟାଳୟ ପାଇଁ ସୁନାମ ଆଣିଛନ୍ତି। ସେ...

ଅର୍ଥ ବ୍ୟବସ୍ଥା ସୁଧାର ପ୍ରକ୍ରିୟାରେ ବାଧା, ଚିନ୍ତା ବଢ଼ାଉଛି ସଂକ୍ରମଣ

ଭୁବନେଶ୍ୱର,୨୬।୪: ଚଳିତ ଆର୍ଥତ୍କବର୍ଷରେ ଦେଶର ଅଭିବୃଦ୍ଧି ଟ୍ରାକକୁ ଫେରି ଆସିବ ବୋଲି ଅନେକେ ଆଶା କରୁଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମଧ୍ୟ ୨ ସପ୍ତାହ ତଳେ କହିଥିଲା...

ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୩% ଅଭିବୃଦ୍ଧି

ଭୁବନେଶ୍ୱର,୩ା୧: ଦେଶର ବିକାଶ ପାଇଁ ଅର୍ଥନୀତିର ଭିତ୍ତିଭୂମି ସଜାଡିବା ସହ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶାର ଆୟ ୪୩% ଅଭିବୃଦ୍ଧି ଘଟିଛି।...

ୟେସ୍‌ ବ୍ୟାଙ୍କ ଉପରୁ ୧୮ରେ ଉଠିବ କଟକଣା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାର ୟେସ୍‌ ବ୍ୟାଙ୍କ ପୁନର୍ଗଠନ ଯୋଜନାର ବିଜ୍ଞପ୍ତି ଶନିବାର ଜାରି କରିଛନ୍ତି। ଏହା ଯୋଜନା ଅଧିନରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ଲଗାଇଥିବା...

ଟାଟା ହାତ ଛାଡ଼ିବ ଏସ୍‌ପି ଗ୍ରୁପ୍‌;ସୁପ୍ରିମକୋର୍ଟଙ୍କୁ ଦେଲା ଚୂଡ଼ାନ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଛାଡ଼ିବାକୁ ସାପୋରଜୀ ପାଲୋନଜି(ଏସ୍‌ପି ) ଗ୍ରୁପ୍‌ ଯୋଜନା ରଖିଛି। ଏଥିଲାଗି ଚୂଡ଼ାନ୍ତ ପ୍ଲାନ୍‌କୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିବା ଗ୍ରୁପ କହିଛି। ଯୋଜନା...

ଆମାଜନ ସପକ୍ଷରେ ରାୟ

ମୁମ୍ବାଇ, ୭।୮: ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ନେଇ ରିଲାଏନ୍ସ ସହ ୨୪,୭୧୩ କୋଟି ଟଙ୍କାର ଡିଲ୍‌କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲତ...

ଗ୍ରାହକ ନିରାପତ୍ତାକୁ ଫୋକସ୍‌

  କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ...

Advertisement


Archives

Model This Week