ଏଜିଆର୍‌ ଦେୟ ପ୍ରଦାନ ମାମଲା: ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତି ଲାଗି ଟେଲିକମ୍‌ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨।୬ – ଟେଲିକମ୍‌ କମ୍ପାନୀଗୁଡ଼ିକ ସରକାରଙ୍କୁ ପ୍ରଦାନ କରିବାକୁ ଥିବା ଆଡଜଷ୍ଟେଟେଡ୍‌ ଗ୍ରସ୍‌ ରେଭିନ୍ୟୁ(ଏଜିଆର୍‌) ମାମଲା ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଥିଲେ। ଏହି ଦେୟ ପ୍ରଦାନ କରିବା ଲାଗି ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ଭୋଡାଫୋନ-ଆଇଡିଆ ଏୟାରଟେଲ ଭଳି କମ୍ପାନୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସିକ୍ୟୁରିଟି ପଇଠ ସମୟରେ ଏଜିଆର୍‌ ଅର୍ଥ ପ୍ରଦାନ କରିବାକୁ କମ୍ପାନୀଙ୍କୁ ସମୟ ଦିଆଯିବା ଆବଶ୍ୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ଏଜିଆର୍‌ ଦେୟ ପ୍ରଦାନ ଲାଗି ଏହି ୨ କମ୍ପାନୀ ସମୟ ଲୋଡିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଦେୟ ପଇଠ ନ କଲେ ଲାଇସେନ୍ସ ବାତିଲ ହେବା ନେଇ ନିର୍ଦ୍ଦେଶ ରହିଥିଲା। ଭୋଡାଫୋନ ଆଇଡିଆ ଉପରେ ବର୍ତ୍ତମାନ ୫୦ ହଜାର କୋଟି ଟଙ୍କାର ଦେୟ ବକେୟା ରହିଛି। ଦେୟ ପଇଠ କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ନ ଥିବା ଏହି କମ୍ପାନୀ ଉତ୍ତରରେ କହିବା ସହ ଏଥିଲାଗି ସମୟ ଲୋଡ଼ିଛି। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକଠାରୁ ଟେଲିକମ୍‌ ବିଭାଗ ଏଜିଆର୍‌ ଦେୟ ଅସୁଲ କରିବା ଲାଗି ଯେଉଁ ପ୍ରକ୍ରିୟା ଚଲାଇଛି ତାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି।
ଏଜିଆର୍‌ ଅର୍ଡରରେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ କଥା ଉଠାଯାଇ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଟେଲିକମ୍‌ କମ୍ପାନୀ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ମଧ୍ୟରେ ରହିଥିବା ଲାଇସେନ୍ସ ପାର୍ଥକ୍ୟକୁ ସରକାର ମାନିଛନ୍ତି। ଏଣୁ କିଭଳି ଭାବେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଠାରୁ ଏଜିଆର୍‌ ଅସୁଲ କରିବା ଲାଗି ଟେଲିକମ୍‌ ବିଭାଗ ଡିମାଣ୍ଡ ଜାରି କଲା। ଏହାର ଉତ୍ତର ୩ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଟେଲିକମ୍‌ ଲାଇସେନ୍ସ ଯଦି ବାତିଲ କରାଯାଏ ତେବେ କମ୍ପାନୀଗୁଡିକ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ପାରିବେ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଟେଲିକମ୍‌ କମ୍ପାନୀଙ୍କ ଉପରେ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କାର ବକେୟା ଦେୟ ରହିଛି। ଏହି ଦେୟ ପଇଠ କରିବାକୁ ଟେଲିକମ୍‌ କମ୍ପାନୀଙ୍କୁ ମେ ୧୮ରେ ନିର୍ଦ୍ଦେଶ ରହିଥିଲା। ଏଜିଆର୍‌ ଦେୟର ପୁନଃ ଆକଳନ କରିବା ଲାଗି ଟେଲିକମ୍‌ ବିଭାଗ କମ୍ପାନୀଗୁଡିକୁ କହିବାରୁ ଏହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୧୮ରେ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri