ଏଚ୍‌ ୧-ବି, ଏଲ୍‌୧ ଭିଜା ଉପରେ କଟକଣା ଲଗାଇବ ୟୁଏସ୍‌

ନୂଆଦିଲ୍ଲୀ,୨୧।୬: ଏଚ୍‌ ୧-ବି ଏବଂ ଏଲ୍‌୧ ଭିଜା ଉପରେ ଆମେରିକା ନୂଆ କଟକଣା ଜାରି କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ରବିବାର ସୂଚନା ଦେଇଛନ୍ତି। କରୋନା ମହାମାରୀ ଯୋଗୁ ଆମେରିକାରେ ଅନେକ ଲୋକ ବେକାର ହୋଇଛନ୍ତି। ସେଠାକାର ଜବ୍‌ ମାର୍କେଟରେ ବିଦେଶୀଙ୍କୁ ବର୍ତ୍ତମାନ କଟକଣା ଲଗାଇବା ଲାଗି ଏଭଳି ନୀତି ଆମେରିକା ଗ୍ରହଣ କରୁଥିବା କୁହାଯାଉଛି। ସୋମବାର କିମ୍ବା ଆଗାମୀ ଦିନଗୁଡିକରେ ଭିଜାକୁ ନେଇ ନୂଆ ଘୋଷଣା ହେବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ବଜାର ସ୍ଥିତି ଠିକ୍‌ ନ ଥିବାରୁ କେତେକ କଠୋର ନିଷ୍ପତ୍ତି ନେବାକୁ ପଡୁଛି। ନୂଆ ନୀତି ଶୀଘ୍ର ଘୋଷଣା ହେବାକୁ ଥିବା ବେଳେ ସେ ଅଧିକ କିଛି କହିନାହାନ୍ତି। ମହାମାରୀକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ସହ ବିଦେଶୀଙ୍କୁ ଆମେରିକାକୁ ପୂରାଇ ନ ଦେବା ଲାଗି ଟ୍ରମ୍ପ ଚାହୁଁଥିବା ସେଠାକାର ବଜାର ବିଶେଷଜ୍ଞ କହିଛନ୍ତି। କାରଣ ଟ୍ରମ୍ପ ଆମେରିକାବାସୀଙ୍କୁ ପୂର୍ବଥର ମଧ୍ୟ ଗୁରୁତ୍ୱ ଦେଇଥିଲେ। ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଲାଗି ଟ୍ରମ୍ପ ଆଗଭର ହେଉଥିବା କୁହାଯାଉଛି। ବିଦେଶୀ ଟ୍ୟାଲେଣ୍ଟଙ୍କୁ ଆମେରିକା ଆସିବାରେ କୌଣସି ପ୍ରତିବନ୍ଧକ ନ ଲାଗୁ ବୋଲି ପ୍ରମୁଖ କମ୍ପାନୀଙ୍କ ସହ ଟେକ୍ନୋଲୋଜି କମ୍ପାନୀଗୁଡିକ ଟ୍ରମ୍ପଙ୍କୁ ନିବେଦନ କରିଛନ୍ତି। ଏହାଦ୍ୱାରା ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡିବ ବୋଲି ଟ୍ରମ୍ପଙ୍କୁ କମ୍ପାନୀଗୁଡିକର ପ୍ରତିନିଧି ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମାସ କୁକ୍‌ ଦେବାଳିଆ ଯୋଗୁ ପ୍ରଭାବିତ ହେବ ଭାରତର ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୨୫-୯: ବିଶ୍ୱର ସର୍ବବୃହତ ପର୍ଯ୍ୟଟନ ସେବା ଯୋଗାଣକାରୀ କମ୍ପାନୀ ବ୍ରିଟେନର ଥମାସ କୁକ୍‌ ରାତାରାତି ନିଜକୁ ଦେବାଳିଆ ଘୋଷଣା କରିବା ଦ୍ୱାରା ସାରାବିଶ୍ୱର ପର୍ଯ୍ୟଟନ ଶିଳ୍ପ...

ଚାଇନା କମ୍ପାନୀର ଚୁକ୍ତି ରଦ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୧୯।୬: ସୀମାରେ ଭାରତ ଓ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗି ରହିଛି। ୨୦ ଭାରତୀୟ ଯବାନ ଶହୀଦ ହେବା ଘଟଣା କେନ୍ଦ୍ର ସରକାରଙ୍କଠାରୁ ନେଇ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନିଯୁକ୍ତିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ସରକାରୀ ନିଯୁକ୍ତିରେ ପରିବର୍ତ୍ତନ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ମୁତାବକ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧ୍ୟକ୍ଷ ଏବଂ ଏମ୍‌ଡି ନିଯୁକ୍ତି...

୧୦ ବର୍ଷ ତଳକୁ ଖସିଲା ଟିକସ-ଜିଡିପି ଅନୁପାତ

ନୂଆଦିଲ୍ଲୀ,୧୦।୬: ଆର୍ଥିକ ବର୍ଷ ୨୦୧୯-୨୦ରେ ଦେଶର ଟିକସ ଜିଡିପି ଅନୁମାତ ୧୦ ବର୍ଷ ନିମ୍ନକୁ ଖସିଯାଇଛି। ଏହି ସମୟରେ ଏହା ୯.୮୮% ସ୍ତରକୁ ଖସିଥିବା ଜଣାପଡିଛି।...

ଆର୍ଥତ୍କ ପୁନରୁଦ୍ଧାର ପାଇଁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଯୋଗୁ ସାରା ବିଶ୍ୱ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱବଜାରର ଆର୍ଥତ୍କ ପୁନରୁଦ୍ଧାର ଲାଗି ଅନ୍ତତଃ ପକ୍ଷେ ୫ ବର୍ଷ...

ତେଲ ପାଇଁ କେନ୍ଦ୍ର-ରାଜ୍ୟ ସହମତି ଲୋଡ଼ା

ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରିବା ପାଇଁ କେରଳ ହାଇକୋର୍ଟ ଶୁଣାଣି କରିଥିଲେ। ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବା ବିଶେଷ...

ପୂର୍ବାପେକ୍ଷା ଟ୍ରାକ୍ଟର ଚାହିଦା ବଢୁଛି: ସଞ୍ଜିତ କୁମାର

କୃଷି ପ୍ରଧାନ ଦେଶ ଭାରତରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟରର ସବୁଠାରୁ ରହିଛି ଗୁରୁତ୍ୱପୂର୍ଣ୍ଣ...

ରୁପେ କାର୍ଡରେ ଅଫ୍‌ଲାଇନ ପେମେଣ୍ଟ

ନୂଆଦିଲ୍ଲୀ: ରୁପେ କାର୍ଡଧାରୀଙ୍କ ଲାଗି ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡ ଦ୍ୱାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାଶନାଲ...

Advertisement
Archives

Model This Week