ନୂଆଦିଲ୍ଲୀ,୩୦-୬: କେନ୍ଦ୍ର ସରକାର ସାରା ଦେଶରେ ‘ଏକ ରାଷ୍ଟ୍ର, ଏକ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଗୁଡ଼ିକୁ ଏଥିପାଇଁ ଆସନ୍ତାବର୍ଷ ଜୁନ୍ ୩୦ ଯାଏ ସମୟ ଦିଆଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଶସ୍ତାରେ ରାଶନ କିଣିପାରିବେ। କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ,ତେଲେଙ୍ଗାନା ଏବଂ ତ୍ରିପୁରା ଭଳି ୧୦ ରାଜ୍ୟ ଏଥିପୂର୍ବରୁ (ପିଡିଏସ୍)ରେ ପୋର୍ଟେବିଲିଟି ଉପଲବ୍ଧ କରାଇଛନ୍ତି। ଆସନ୍ତାବର୍ଷ ଜୁନ୍ ୩୦ ସୁଦ୍ଧା ନୂଆ ବ୍ୟବସ୍ଥାକୁ ବିନା ବାଧାରେ ଲାଗୁ କରାଯିବ। କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ସରକାରଗୁଡ଼ିକୁ ପତ୍ର ଲେଖାଯାଇଛି। ନୂଆ ବ୍ୟବସ୍ଥା ଦ୍ୱାରା ରାଶନ କାର୍ଡ ଜାଲିଆତି ବନ୍ଦ ହୋଇଯିବ ବୋଲି ପାଶ୍ୱାନ କହିଛନ୍ତି। ତାମିଲନାଡୁ, ପଞ୍ଜାବ, ଓଡ଼ିଶା ଓ ମଧ୍ୟପ୍ରଦେଶ ସମେତ ୧୧ ରାଜ୍ୟରେ ଇତିମଧ୍ୟରେ ରାଶନ ଦୋକାନରେ ପଏଣ୍ଟ ଅଫ୍ ସେଲ୍(ପିଓଏସ)୍ ଲାଗୁ କରାଯାଇଥିବାରୁ ପଡି କାର୍ଡଧାରୀଙ୍କ ଲାଗି ନୂଆ ବ୍ୟବସ୍ଥା ଲାଗୁ କରିବା ସହଜ ହେବ। ମୋଦି ସରକାରଙ୍କ ୧୦୦ ଦିନର ଏଜେଣ୍ଡାରେ ଏହାକୁ ସାମିଲ କରାଯାଇଛି। ସୂଚନାଥାଉ କି, ୨୦୧୬ ନଭେମ୍ବରରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରାଯାଇଥିଲା। ଏହା ଅଧୀନରେ ୮୦ କୋଟି ଲୋକଙ୍କୁ ରାଶନ କାର୍ଡ ଜରିଆରେ ଶସ୍ତା ଦରରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି।

ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ବ୍ୟୟ ବରାଦ
ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ଶିକ୍ଷା ପାଇଁ ୯୯, ୩୦୦ କୋଟି ଏବଂ ଦକ୍ଷତା ବିକାଶ ଲାଗି ୩୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ...

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ସିଇଓ
ନୂଆଦିଲ୍ଲୀ,୨୧-୧: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ ହୋଇଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ...

କମୁଛି ରାଜସ୍ବ, ବଢୁଛି ଖର୍ଚ୍ଚ: ଅଧିକ ଋଣ କରିପାରନ୍ତି ସରକାର
ନୂଆଦିଲ୍ଲୀ, ୧୧।୯ : କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଅପରପକ୍ଷରେ ଟିକସ ସଂଗ୍ରହ କମୁଥିବାରୁ ରାଜକୋଷ ଉପରେ ଏବେ ଚାପ...

୩୦୦୦ କୋଟି ସଂଗ୍ରହ ଲକ୍ଷ୍ୟ
ନୂଆଦିଲ୍ଲୀ,୯।୫: ଋଣଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍ର କମ୍ପାନୀ ଫ୍ୟୁଚର ଏଣ୍ଟରପ୍ରାଇସେସ୍ ଲିମିଟେଡ୍ (ଏଫ୍ଇଏଲ୍) କରଜ ଶୁଝିବା ପାଇଁ ବୀମା କାରବାରରେ ନିଜ ଅଂଶଧନ ବିକ୍ରି କରି...

ବଜାରରେ ରେନୋର ଅପ୍ଗ୍ରେଡ୍ ରେଞ୍ଜ
ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଏହାର କାଇଗର, ଟ୍ରାଇବର, କ୍ୱିଡ୍ ଭଳି ରେଞ୍ଜ ଯାନକୁ ସମ୍ପୂର୍ଣ୍ଣ ଅପ୍ଗ୍ରେଡ୍ କରାଯାଇଛି। ଏପରିକି...

୧୫ ଏପ୍ରିଲରୁ ବିମାନସେବା ଯୋଗାଇବ ଏୟାର ଏସିଆ
ନୂଆଦିଲ୍ଲୀ,୪-୪: ବର୍ତ୍ତମାନ ଲକଡାଉନ ପାଇଁ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୧୫ରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବା ନେଇ...

ପିଏନ୍ବି ମହାଦୁର୍ନୀତି;ନୀରବ ମୋଦିଙ୍କ ଭାଇ ବିରୋଧରେ ରେଡକର୍ନର ନୋଟିସ
ନୂଆଦିଲ୍ଲୀ,୧୪-୯: ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ମହାଦୁର୍ନୀତି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି...

ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..
ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ...