Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ଭବିଷ୍ୟବାଣୀ: ଝାଡ଼ଖଣ୍ଡରେ ଝୁଲା ବିଧାନସଭା

ନୂଆଦିଲ୍ଲୀ/ରାଞ୍ଚତ୍,୨୧ା୧୨ : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପୁନଃ କ୍ଷମତାସୀନ ହେବା ଆଶା ଧୂଳିସାତ୍‌ ହୋଇଛି। କାରଣ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ସନ୍ଧ୍ୟାରେ ଝୁଲା ବିଧାନସଭାର ଭବିଷ୍ୟବାଣୀ କରିଛନ୍ତି ଅଧିକାଂଶ ଜନମତ ସର୍ବେକ୍ଷଣ ସଂସ୍ଥା। ବୁଥ୍‌ ଫେରନ୍ତା ମତଦାତାଙ୍କଠାରୁ ସଂଗୃହୀତ ତଥ୍ୟାନୁସାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଲାଭ ନ କଲେ ବି ୩୮ରୁ ଊର୍ଦ୍ଧ୍ୱ ଆସନ ଦଖଲ କରିବ। ଏହି ମେଣ୍ଟ ୪ରୁ ୭ ସ୍ବାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ ଦିଗରେ ଅଗ୍ରସର ହେବ। ଭାଜପା କ୍ଷମତାଚ୍ୟୁତ ହେବା ସହ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ। ଶାସକ ଭାଜପା ୨୨ରୁ ୩୨ ଆସନରେ ସୀମିତ ରହିବ ଏବଂ ଏହାର ପୂର୍ବତନ ସହଯୋଗୀ ତଥା ସୁଦେଶ ମହାତୋଙ୍କ ନେତୃତ୍ୱାଧୀନ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୩ରୁ ୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌) ୨ରୁ ୪ ଆସନରେ ବିଜୟୀ ହୋଇପାରେ। ତେଣୁ ଜେଭିଏମ୍‌ ଅଧ୍ୟକ୍ଷ ବାବୁଲାଲ ମାର୍ଣ୍ଡି କିଙ୍ଗ୍‌ ମେକର ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ ପୂର୍ବାନୁମାନ କରିଛନ୍ତି।
୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାର ୬୫ ଆସନରେ ନଭେମ୍ବର ୩୦ରୁ ଡିସେମ୍ବର ୧୬ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଅବଶିଷ୍ଟ ୧୬ ଆସନରେ ଶୁକ୍ରବାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ହୋଇଛି। ଆଇଏଏନ୍‌ଏସ୍‌-ସିଭୋଟର-ଏବିପି ଏକ୍‌ଜିଟ୍‌ ପୋଲ ଅନୁସାରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି (ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ) ମେଣ୍ଟକୁ ସରକାର ଗଠନ ସକାଶେ କୁହୁକ ସଂଖ୍ୟା ୪୧ ହାସଲ ଲାଗି ବେଶି କସରତ କରିବାକୁ ପଡ଼ିବ ନାହିଁ। ଏହି ମେଣ୍ଟକୁ ୩୫ ଆସନ ମିଳିବାକୁ ଥିବାବେଳେ ଭାଜପାକୁ ୩୨, ଏଜେଏସ୍‌ୟୁକୁ ୫ ଓ ଅନ୍ୟଙ୍କୁ ୯ ଆସନରେ ସଫଳତା ମିଳିବ। ତେଣୁ ଭାଜପା ପାଇଁ କ୍ଷମତାକୁ ଫେରିବା କଷ୍ଟକର ହେବ। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଅନୁସାରେ ଭାଜପା ୩୪% ଭୋଟ ପାଇବାକୁ ଥିବାବେଳେ କଂଗ୍ରେସ-ଜେଏମ୍‌ଏମ୍‌ ୩୭%, ଏଜେଏସ୍‌ୟୁ ୯%, ଜେଭିଏମ୍‌ ୬% ଓ ଅନ୍ୟ ୧୪% ଭୋଟ ପାଇବେ। ଏହି ଭୋଟ ହାର ଅନୁସାରେ ଭାଜପା ୨୨ରୁ ୩୨ ଆସନ ଦଖଲ କରିବ। କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ୩୮-୫୦, ଏଜେଏସ୍‌ୟୁ ୩-୫ ଏବଂ ଅନ୍ୟମାନେ ୬ରୁ ୧୧ ଆସନରେ ବିଜୟୀ ହେବେ। ସେହିପରି କସିସ୍‌ ନ୍ୟୁଜ୍‌ର ଆକଳନ ହେଉଛି ଭାଜପା ୨୫ରୁ ୩୦ ଆସନ ଦଖଲ କରିବ। ବିରୋଧୀ ମେଣ୍ଟକୁ ୩୭ରୁ ୪୯ ଆସନରେ ସଫଳତା ମିଳିବ। ଏଜେଏସ୍‌ୟୁ ଏବଂ ଅନ୍ୟ ୨ରୁ ୪ ଲେଖାଏ ଆସନରେ ସନ୍ତୁଷ୍ଟ ହେବେ। ଏନ୍‌ଡିଟିଭିର ଆକଳନ ଅନୁସାରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟକୁ ୪୦ ଆସନରେ ସଫଳତା ମିଳିପାରେ। ଭାଜପାକୁ ୨୯ ଏବଂ ଅନ୍ୟ ଦଳ ତଥା ସ୍ବାଧୀନ ପ୍ରାର୍ଥୀ ୧୨ ଆସନରେ ବିଜୟୀ ହେବେ। ତେବେ ଏହି ଏକ୍‌ଜିଟ୍‌ ପୋଲଗୁଡ଼ିକର ଭବିଷ୍ୟବାଣୀ କେତେ ସତ ତାହା ଆସନ୍ତା ସୋମବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୩୭ ଆସନରେ ସଫଳତା ମିଳିଥିଲା। ଏଜେଏସ୍‌ୟୁର ୫ ବିଧାୟକଙ୍କ ସମର୍ଥନରେ ଡିସେମ୍ବର ୨୮ରେ ରଘୁବର ଦାସ ଝାଡ଼ଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଜେଏମ୍‌ଏମ୍‌ ୧୯ ଓ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲେ। ୨୦୧୫ ଫେବୃୟାରୀ ୧୧ରେ ଜେଭିଏମ୍‌ (ପ୍ରଜାତାନ୍ତ୍ରିକ)ର ସମସ୍ତ ୬ ବିଧାୟକ ଭାଜପାରେ ସାମିଲ ହେବା ପରେ ରଘୁବର ଦାସ ସରକାରଙ୍କ ଶକ୍ତି ବୃଦ୍ଧି ହୋଇଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଭାଗବଣ୍ଟା ନ ଛିଣ୍ଡିବାରୁ ଏଜେଏସ୍‌ୟୁ ଅଲଗା ଲଢ଼ିଥିଲା।

ଶେଷ ପର୍ଯ୍ୟାୟରେ ୭୧% ମତଦାନ

ଝାଡ଼ଖଣ୍ଡ ବିଧାନସଭାର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୬ ଆସନରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରାୟ ୭୧% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ସକାଳ ୭ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ସୁଦ୍ଧା ୪୦.୦୫ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୦.୮୩% ମତଦାନ କରିଛନ୍ତି। ମାଓବାଦୀ ପ୍ରଭାବିତ ଆସନଗୁଡ଼ିକରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ୨୯ ମହିଳାଙ୍କ ସମେତ ୨୩୭ ପ୍ରାର୍ଥୀ ମଇଦାନରେ ଥିଲେ। ଭାଜପା ପ୍ରାର୍ଥୀ ତଥା ରାଜ୍ୟର କୃଷିମନ୍ତ୍ରୀ ରଣଧୀର ସିଂ ସରଥ ଆସନରୁ ନିର୍ବାଚନ ଲଢ଼ିଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲୁଇସ୍‌ ମାର୍ଣ୍ଡି ଡୁମୁକା ଆସନରେ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଲୁଇସ୍‌ ୨୦୧୪ରେ ଏହି ଆସନରେ ହେମନ୍ତଙ୍କୁ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହେଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ...

ମୋଦି ସରକାରରେ ନମ୍ବର ୨ରେ ରହିଲେ ଅମିତ ଶାହ

ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ...

କରୋନାରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ

ନୂଆଦିଲ୍ଲୀ, ୨୩।୯: କରୋନାରେ ପୀଡ଼ିତ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର ବୁଧବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ...

ଭାରତଠାରୁ ଇଦ୍‌ ମିଠା ନେବାକୁ ମନାକଲା ପାକିସ୍ତାନ

ଅମୃତସର,୧୨।୮: ଚଳିତ ବର୍ଷ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ କରାଯାଉଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ଥିବା ବିଏସ୍‌ଏଫ୍‌ ଯବାନ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ କରିବାକୁ...

କରୋନା ମୋହର ଲାଗିଥିବାରୁ ଟ୍ରେନରୁ ଦମ୍ପତିଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୨୧।୩: ସିକନ୍ଦରାବାଦରୁ ବେଙ୍ଗାଲୁରୁ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦମ୍ପତିକୁ କରୋନା ଭୟରେ ଓହ୍ଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେନରେ ଦମ୍ପତି...

ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ।...

ହ୍ୱିଲ ଚେୟାରରେ ବସି ମେଗା ରୋଡ ଶୋ’ କରିବେ ଦିଦି

କୋଲକାତା,୧୪ ।୩: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏବେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟରେ...

ମେହବୁବା ମୁଫତିଙ୍କ ବଢ଼ିଲା ଗୃହବନ୍ଦୀ ଅବଧି

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ପ୍ରଶାସନ ପକ୍ଷରୁ ଆହୁରି ବଢ଼ାଇ ଦିଆଯାଇଛି।...

Advertisement

BGU

Archives

Model This Week

Why Dharitri