ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳାଫଳ ମଧ୍ୟରେ ରହିଛି ବହୁତ ପାର୍ଥକ୍ୟ: ଜାଭେଡକର

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଇତିମଧ୍ୟରେ କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଫଳଫଳକୁ ନେଇ ପୁଣି ଅଙ୍କକଷା ଆରମ୍ଭ ହୋଇଗଲାଣି। ଆଉ ଏହି ଏକ୍‌ଜିଟ୍‌ ପୋଲ୍‌ କହୁଛି ପୁଣିଥରେ ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବ। ଏହାକୁ ଦେଖିବା ପରେ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାଟି(ଭାଜପା)। ବିଭିନ୍ନ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କହୁଛି ଏଥର ଏଏପି ୫୯-୬୯ ଆସନରେ ବିଜୟ ଲାଗ କରିବ ଆଉ ଭାଜପା ଅତି ବେଶୀରେ ୧୧ ଆସନରେ ବିଜୟ ହାସଲ କରିପାରେ। ଏହାକୁ ଦେଖିବା ପରେ ଭାଜପା ନେତା ପ୍ରକାଶ ଜାଭଡେକର କହିଛନ୍ତି ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳଫଳ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ବୋଲି ମଧ୍ୟ ଅତୀତରେ ପ୍ରମାଣ ହୋଇସାରିଛି। ତେଣୁ ଏଥର ଦିଲ୍ଲୀରେ ଭାଜପା ଶାସନ କ୍ଷମତା ହାତକୁ ନେବ ବୋଲି ସେ କହିଛନ୍ତି। ତେଣୁ ଆସନ୍ତା ୧୧ରେ ଏହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍ ଭୟରେ ଗାଁ ଲୋକେ ଲଗାଇଲେ ଲକ୍‌ଡାଉନ

ହାଇଦ୍ରାବାଦ,୨୪ ।୧୨: ସାରା ବିଶ୍ୱରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆମ ଦେଶରେ ବି ଏହି ସଂଖ୍ୟା ଏବେ ପାଖାପାଖି ୩୦୦ ଛୁଇଁବାକୁ...

ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୯ ।୭: ଦେଶରେ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇ ସାରିଲାଣି । ଏବେ କମ୍ପ୍ରେସ୍‌ଡ ନାଚୁରାଲ...

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ନିଷ୍ପତ୍ତି ବୁଧବାର

ବେଙ୍ଗାଲୁର,୧୬।୭: ଚନ୍ଦ୍ରୟାନ-୨ର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ସଂକ୍ରାନ୍ତ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବା ସମ୍ଭାବନା ଅଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ...

ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ପ୍ରଥମ ଥର ଜଣେ ଦଳିତ ନେତା ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ବିଧାୟକ...

ମୁମ୍ବାଇରେ ବିଦ୍ୟୁତ୍‌ ସେବା ଠପ୍‌: ଅଟକିଲା ଲୋକାଲ ଟ୍ରେନ୍‌, ମେଟ୍ରୋ; ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କଲେ ବିଗ୍‌ ବି

ମୁମ୍ବାଇ,୧୨।୧୦: ଗୋଟିଏ ପଟେ ଗତ କିଛି ମାସରୁ କରୋନା ଭାଇରସ୍‌ ମୁମ୍ବାଇରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଠାରେ ବିଦ୍ୟୁତ୍‌ ସରବରାହ ମୁଣ୍ଡବ୍ୟଥାର କାରଣ ପାଲଟିଛି।...

ପୋଲିସ ଷ୍ଟେଶନ ପରିସରରେ ଜଳିଗଲା ୨୫ ଗାଡି

ଖେଡା,୭ ।୧୧: ଗୁଜରାଟର ଖେଡା ଜିଲାରେ ଖେଡା ପୋଲିସ ଷ୍ଟେଶନ ପରିସରରେ ୨୫ଟି ଗାଡି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ଶନିବାର ରାତିରେ...

ଆଜିଠୁ ଭୋଟର ତାଲିକା ସଂଶୋଧନ

ନୂଆଦିଲ୍ଲୀ,୧ା୯: ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ମାସ ଚାଲିବ। ଏହି ମେଗା ଭୋଟର...

ସୁପ୍ରିମ୍‌କୋର୍ଟରେ ତରୁଣ ତେଜପାଲଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୮: ତହଲକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମ୍‌ କୋର୍ଟରେ ଝଟ୍‌କା ଲାଗିଛି। ଏଣିକି ତାଙ୍କ ବିରୋଧରେ ସହକର୍ମୀଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ...

Advertisement
Archives

Model This Week