ଏକାମ୍ର କ୍ଷେତ୍ରର ବିକାଶ ମାପଚୁପରେ ଲଟକିଛି

ପୁରୁଣା ଭୁବନେଶ୍ୱର,୩ା୨(ଡି.ଏନ୍‌.ଏ.): ଏକାମ୍ର କ୍ଷେତ୍ର ତଥା ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିରାଟ ପରିକଳ୍ପନାର ରୂପାୟନ ନେଇ ସନ୍ଦେହ ଦେଖାଦେଲାଣି। ଦୀର୍ଘ ୨୦ ଦିନ ହେବ କେବଳ ମାପଚୁପରେ ନିଜକୁ ସୀମିତ ରଖିଛନ୍ତି ମିଳିତ ଟିମ୍‌। ବିଏମ୍‌ସି, ରାଜସ୍ବ ବିଭାଗ, ଦେବୋତ୍ତର ବିଭାଗ କର୍ମଚାରୀ ବିଭିନ୍ନ ଭାଗରେ ବିଭକ୍ତ ହୋଇ ବିନ୍ଦୁସାଗର ନିକଟବର୍ତ୍ତୀ ସାହି ବସ୍ତି ସମେତ ଦୋକାନ ଘର ମାପଚୁପ ଜାରି ରଖିଛନ୍ତି। ରବିବାର ଏହି ମାପଚୁପ ସମୟରେ ଘୋର ବିରୋଧ କରାଯାଇଥିଲା। ଦୀର୍ଘଦିନ ଧରି କୌଣସି ନିର୍ଦ୍ଦିଷ୍ଟ ନକ୍ସା କିମ୍ବା ବିକାଶ ରୂପରେଖ ସାଧାରଣ ଲୋକଙ୍କୁ ବିଧିବଦ୍ଧ ଭାବେ ନ ଜଣାଇବା ଯୋଗୁ ଏପରି ବିରୋଧ ଭାବ ରବିବାର ଦେଖା ଦେଇଥିଲା।
ଭୂମି ଅଧିଗ୍ରହଣର ସମସ୍ତ ନୀତିନିୟମକୁ ଅଣଦେଖା ଅଭିଯୋଗ
ଜମିର ମାପଚୁପକୁ ବିରୋଧ ନେଇ ସାଧାରଣ ଜମି ମାଲିକଙ୍କ ମନରେ ସରକାରୀ କର୍ମଚାରୀ ଭୂମି ଅଧିଗ୍ରହଣର କେଉଁ ନିୟମ ଅନୁଯାୟୀ, ଏହା କରୁଛନ୍ତି, କିଏ ଉତ୍ତରଦାୟୀ ରହିବ, କ୍ଷତିପୂରଣ ଓ ଥଇଥାନ ନେଇ ଆମ୍ଭମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଲିଖିତ ଦସ୍ତାବିଜ ଦେଖାଇବାକୁ ଲୋକେ କହିଥିଲେ। ପୁରୀ ଭଳି ଉଚ୍ଚନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ଭୂମି ଅଧିଗ୍ରହଣ ନେଇ ସମାନ ଧରଣର ପ୍ରକଳ୍ପରେ ଏହି ନିୟମ କାର୍ଯ୍ୟକାରୀ କରା ନ ଯିବା ଯୋଗୁ ବିରୋଧ କରାଯାଇଥିଲା।
ଓଡ଼ିଶା ରାଇଟ୍‌ ଟୁ ଫେୟାର କମ୍ପାନିସେଶନ ଆଣ୍ଡ ଟ୍ରାନ୍ସପରେନ୍ସି ଇନ୍‌ ଲ୍ୟାଣ୍ଡ ଆକ୍ୱିଜିଶନ ନିୟମ ୨୦୧୬ ଓ ଏହା ଅନ୍ତର୍ଗତ ଥଇଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି। ସେହିଭଳି ସମଗ୍ର ଭାରତ ପାଇଁ ୨୭ ସେପ୍ଟେମ୍ବର ୨୦୧୩ରେ ଜମି ଅଧିଗ୍ରହଣ ନେଇ ସହମତି ଅନୁଯାୟୀ କାର୍ଯ୍ୟ କରିବାକୁ ନିୟମ ପ୍ରଣୟନ ହୋଇଛି।
ଏଥିରେ ଆଲୋଚନା ମାଧ୍ୟମରେ ଗ୍ରାମସଭା, ଭାଗୀଦାରି ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସ୍ବଚ୍ଛତା ଅବଲମ୍ବନ କରାଯିବା ଦରକାର। ଶିଳ୍ପର ବିକାଶ, ସହରୀକରଣ ଓ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତ କରିବା ନେଇ ଜମି ହରାଇଥିବା ଲୋକଙ୍କୁ ସର୍ବନିମ୍ନ କ୍ଷତି ନ ପହଞ୍ଚାଇ ସେମାନଙ୍କୁ ଉପଯୁକ୍ତ ଥଇଥାନ କରି କ୍ଷତିପୂରଣ ଦିଆଯିବ। ଏଥିସହ ପରବର୍ତ୍ତୀ ସମୟରେ ସେମାନେ ସାମାଜିକ ନିରପତ୍ତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦେବାକୁ ନିୟମ ରହିଛି।
ଏ ନେଇ ସାମାଜିକ କର୍ମୀ ଲିଙ୍ଗରାଜ ହାତୀ କୁହନ୍ତି, ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସୌନ୍ଦଯ୍ୟକରଣ ଓ ବିକାଶ ଯୋଜନାକୁ ଭଣ୍ଡୁର କରିବାକୁ କେତେଜଣ ପ୍ରଭାବଶାଳୀ ସେମାନଙ୍କ ଅନୁଗତଙ୍କୁ ହାତ କରି ଏଭଳି ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଣୁ ସଚିବ ସ୍ତରୀୟ ଅଧିକାରୀ ସମସ୍ତ ଜମି ମାଲିକ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ନେଇ ନିଦ୍ଦିଷ୍ଟ ଭାବେ ଲିଖିତ ଆଶ୍ୱସନା ଦେଲେ ଏସବୁର ସମାଧାନ ହୋଇପାରନ୍ତା। ଜମି ମାଲିକ ପ୍ରହଲ୍ଲାଦ ବିଷୋୟୀ କୁହନ୍ତି, ଅନେକ କ୍ଷେତ୍ରରେ ସରକାରୀ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେବା ପୂର୍ବରୁ ଆଇନ ଅଦାଲତ ଯୋଗୁ ଅଟକି ରହିଯାଏ। ଏଣୁ ଆମମାନଙ୍କୁ ପ୍ରଥମେ କ୍ଷତିପୂରଣ, ଥଇଥାନ କରି ସରକାର ଜମି ଓ ଘର ନେଇ ଯାଆନ୍ତୁ। ପରବର୍ତ୍ତୀ ସମୟରେ ଯାହା ଇଚ୍ଛା ତାହା କରନ୍ତୁ ଆମର କିଛି କହିବାର ନାହିଁ ବୋଲି ସେ କହିଥିଲେ।

ପରିଚୟପତ୍ର, ନୋଟିସ ଓ ମହିଳା କର୍ମଚାରୀ ନ ଥିବାରୁ ବିରୋଧ
ପୁରୁଣା ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବ ତଥା ସମ୍ମୁଖରେ ଡାକରା ବିଭୀଷଣେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପୁନର୍ବାର କେତେଜଣ ଜମି ମାଲିକଙ୍କୁ ଡକା ଯାଇଥିଲା। ଦେବୋତ୍ତର ଜମିରେ ବ୍ୟବସାୟ ପ୍ରତିଷ୍ଠାନ କରିଥିବା କେତେଜଣଙ୍କୁ ଉଚ୍ଛେଦ ହେବାର ମୌଖିକ ଭାବେ ଜଣାଯିବା ଯୋଗୁ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ସେହିଭଳି ହାଟସାହିଠାରୁ ପୁରୁଣା ଆର୍‌ଆଇ ଅଫିସ ପର୍ଯ୍ୟନ୍ତ ଅଞ୍ଚଳ, ହାଟ ସହ ଅନ୍ୟ ଦେବୋତ୍ତର ଜମି ମିଶାଇ ମାପଚୁପ ଆରମ୍ଭ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ନିକଟରେ ମିଳିତ ଟିମ୍‌ ପକ୍ଷରୁ ମାପଚୁପ କରାଯାଉଥିବାବେଳେ ଅଧିକାଂଶ ଦୋକାନୀ ଓ ଗୃହ ମାଲିକ ଆପତ୍ତି ଜଣାଇଥିଲେ। କର୍ମଚାରୀଙ୍କୁ ସେମାନଙ୍କ ପରିଚୟପତ୍ର, ମାପଚୂପ ନେଇ ଅନୁମତି ପତ୍ର ଓ ନିର୍ଦ୍ଦିଷ୍ଟ ଭାବେ କୌଣସି ନୋଟିସ ନ କରି ରବିବାର ଛୁଟିଦିନରେ ମାପଚୁପର ଯଥାର୍ଥତା ନେଇ ଲୋକେ ପ୍ରଶ୍ନ କରିଥିଲେ। ଏହା ଉପରୁ ଆଦେଶ ରହିଛି ଆମେ କିଛି କହିପାରିବୁନି କହି ଅଜବ ଯୁକ୍ତି ମିଳିତ ଟିମ୍‌ର ସଦସ୍ୟମାନେ କରିଥିଲେ। ସେହିଭଳି କେତେଜଣଙ୍କ ଘର ମାପ ବେଳେ କେବଳ ଗୃହିଣୀ ଉପସ୍ଥିତ ଥିବାରୁ କେଉଁ କାରଣରୁ କୌଣସି ମହିଳା କର୍ମଚାରୀ ନ ଆଣି ଏବଂ ଲିଖିତ ଭାବେ ନ ଜଣାଇ ମାପଚୁପ କରିବାକୁ ଆସିଛନ୍ତି କହି ଲୋକେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନୀଷ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ସେମାନଙ୍କଠାରୁ ସତ ଓଗାଳିବାକୁ ହେବ ଲାଏ ଡିଟେକ୍ସନ ଟେଷ୍ଟ...

ଶିଳ୍ପୀ ଅଶୋକ ମହାନ୍ତିଙ୍କୁ ସୃଜନ ସମ୍ମାନ

ପୁରୁଣା ଭୁବନେଶ୍ୱର,୬ା୬(ଡି.ଏନ.ଏ.): ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ କଳା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଜୀବନବ୍ୟାପୀ ଚିତ୍ର ଶିଳ୍ପୀ ଭାବେ ସାଧନା କ୍ଷେତ୍ରରେ...

ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ଚିହ୍ନଟ ହେଲେ ଆଉ ୧୪

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍‌ଏସ୍‌) ପକ୍ଷରୁ ଶନିବାର ସ୍ବାସ୍ଥ୍ୟ...

କରୋନା କଟକଣା: ଫୁଲ ବ୍ୟବସାୟୀଙ୍କ ଦୁଃଖ ବଢ଼ିଲା

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଭୁବନେଶ୍ୱରରେ ପ୍ରତିଦିନ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଫୁଲ କାରବାର ହୋଇଥାଏ। ସହରରେ ପାଖାପାଖି ୫ଶହ ବ୍ୟବସାୟୀ ଫୁଲ ବେପାର କରି ପରିବାର ଚଳାନ୍ତି।...

୪ ହାଇଓ୍ବେ ଲୁଟେରା ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ) : ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ମାଡ଼ ମାରି ଟଙ୍କା ଓ ସାମଗ୍ରୀ ଲୁଟପାଟ କରୁଥିବା ୪ ହାଇଓ୍ବେ...

ବଦଳିବ ପାଗ

ଭୁବନେଶ୍ବର,୨୯।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲାରେ ସ୍ବଳ୍ପ ଧରଣର ବର୍ଷା ହେବ।...

ବିଧାନସଭା ଇତିହାସରେ ପ୍ରଥମ: ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର,୩।୪(ବ୍ୟୁରୋ): ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ ଦଳର ବିଧାୟକ। ଶନିବାର ଏଭଳି ଏକ ଅଭାବନୀୟ ଦୃଶ୍ୟ ବିଧାନସଭାରେ ଦେଖିବାକୁ ମିଳିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ...

ପ୍ରବଳ ବର୍ଷିବ: ୧୮ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯।୯: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷାକୁ...

Advertisement


Archives

Model This Week