Posted inଜାତୀୟ

ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି

ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଏପର୍ଯ୍ୟନ୍ତ ତାଙ୍କ ପିତା ଜାଣିନାହାନ୍ତି ବୋଲି ପରିବାର ଲୋକେ କହିଛନ୍ତି। ୯୬ବର୍ଷୀୟ ଗଙ୍ଗୈୟା ହେଗେଡଙ୍କ ଏକମାତ୍ର ପୁଅ ଥିଲେ ସିଦ୍ଧାର୍ଥ। ୧୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ଗଙ୍ଗୈୟା ମହୀଶୂରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଶେଷଥର ପାଇଁ ସେ ପୁଅକୁ ଦେଖିଥିଲେ। ସିଦ୍ଧାର୍ଥ ମଧ୍ୟ ପିତାଙ୍କୁ ସେଦିନ କୋଳାଗ୍ରତ କରି ଖୁବ୍‌ ଜୋରରେ କାନ୍ଦିଥିଲେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେବେଠୁ ଗଙ୍ଗୈୟା କୋମାରେ ଅଛନ୍ତି। ସିଦ୍ଧାର୍ଥଙ୍କ ମା’ ବାସନ୍ତୀ ହେଗେଡ ନିଜ ଗ୍ରାମ ଚିଥନହଲିରେ ଅଛନ୍ତି। ସୂଚନାଯୋଗ୍ୟ, ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢାଉ ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା କଥା ସିଦ୍ଧାର୍ଥ ନିଜ ଶେଷ ଚିଠିରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

ଅଚାନକ ଲେହରେ ପହଞ୍ଚିଲେ ମୋଦି

ଶ୍ରୀନଗର,୩।୭: ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍‌ ଲେହରେ ପହଞ୍ଚିଛନ୍ତି। ଶୁକ୍ରବାର ସକାଳେ ଏଠାରେ ପହଞ୍ଚି ଯବାନମାନଙ୍କୁ ଭେଟିଥିଲେ। ଏହାପୂର୍ବରୁ...

ମରଣ ମୁହଁରୁ ବର୍ତ୍ତିଲେ

ହାଇଦ୍ରାବାଦ, ୨୫।୧୧: ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ଏକ ଅଘଟଣ ଟଳି ଯାଇଛି। ଜଣେ ୩୧ ବର୍ଷୀୟ ବ୍ୟକ୍ତି ମଙ୍ଗଳବାର ଆଫ୍ରିକୀୟ ସିଂହର ଏନକ୍ଲୋଜର ମଧ୍ୟରେ...

ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୭: ଅଗଷ୍ଟ ପହିଲାରୁ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରିୟଙ୍କାଙ୍କ...

ଭିଡ଼ିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ…

ଚେନ୍ନାଇ, ୩୧।୭ : ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ତାମିଲନାଡୁର ଜଣେ ଯୁବତୀଙ୍କୁ ଭର୍ଚୁଆଲ ମୋଡରେ ବିବାହ କରିବାକୁ ଅନୁମତି ଦେଇଛନ୍ତି। ଯୁବତୀ ଜଣକ ଜଣେ...

ବିହାରରେ ଜାତିଗତ ଜନଗଣନାକୁ କ୍ୟାବିନେଟର ମୋହର

ପାଟନା,୨।୬: ବିହାରରେ ଜାତି ଭିତ୍ତିକ ଜନଗଣନାକୁ ନୀତିଶ କୁମାରଙ୍କ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅମୀର ସୁଭାନୀ ଏସମ୍ପର୍କରେ ସୂଚନା...

ବିମାନରେ ଅସଦାଚରଣ ସହ୍ୟ କରାଯିବ ନାହିଁ: ଆଡଭାଇଜରୀ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ,୬।୧: ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ...

Advertisement
Archives

Model This Week