Posted inଜାତୀୟ

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ ଲକ୍ଷ୍ୟ ହାସଲ ଦିଗରେ ଅଦ୍ୟାବଧି କିଛି ଉଦ୍ୟମ ହୋଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏକ ସମ୍ପତ୍ତି ବିବାଦ ମାମଲାର ୩୧ ପୃଷ୍ଠା ସମ୍ବଳିତ ରାୟ ଦେବାବେଳେ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କେତେକ ନିର୍ଦ୍ଦିଷ୍ଟ ସୀମିତ ଅଧିକାରର ସୁରକ୍ଷାକୁ ବାଦ୍‌ ଦେଲେ ୟୁସିସି ସବୁ ରାଜ୍ୟରେ ଲାଗୁ କରାଯାଇପାରିବ। ଗୋଆ ହେଉଛି ଏହାର ଏକ ‘ଉଜ୍ଜ୍ୱଳ ଦୃଷ୍ଟାନ୍ତ’। ଦେଶର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଗୋଆବାସୀଙ୍କ ସମ୍ପତ୍ତି ସମ୍ପର୍କିତ ଉତ୍ତରାଧିକାର ଓ ଦାୟ ଅଧିକାର ପର୍ତ୍ତୁଗୀଜ୍‌ ସିଭିଲ୍‌ କୋଡ୍‌, ୧୮୬୭ ଅନୁସାରେ ନିୟନ୍ତ୍ରିତ ହେବ। ମଜା କଥା ହେଉଛି, ଡିରେକ୍ଟିଭ୍‌ ପ୍ରିନ୍ସିପୁଲ ଅଫ୍‌ ଷ୍ଟେଟ୍‌ ପଲିସି ସହ ଜଡ଼ିତ ଅନୁଚ୍ଛେଦ ୪୪ର ଚତୁର୍ଥ ଭାଗରେ ସମ୍ବିଧାନ ପ୍ରଣେତାମାନେ ଆଶା କରିଥିଲେ ଯେ, ସାରା ଦେଶରେ ସମସ୍ତ ନାଗରିକଙ୍କ ପାଇଁ ଏକକ ଦଓ୍ବୋନି ସଂହିତା ଲାଗୁ କରିବା ସକାଶେ ଉଦ୍ୟମ ହେବ। କିନ୍ତୁ ଆଜି ଯାଏ ଏନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ହିନ୍ଦୁ ଆଇନଗୁଡ଼ିକ ୧୯୫୬ରେ ପ୍ରଣୟନ ହୋଇଥିଲେ ସୁଦ୍ଧା ସୁପ୍ରିମକୋର୍ଟଙ୍କ ପ୍ରୋତ୍ସାହନ ସତ୍ତ୍ୱେ ଏକକ ଦଓ୍ବୋନି ସଂହିତା ସମସ୍ତ ନାଗରିକଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ କରିବା ପାଇଁ କିଛି ଉଦ୍ୟମ ହୋଇନାହିଁ ବୋଲି ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଦୁଇ ଏସ୍‌ଏସ୍‌ସି ଅଫିସର ଗିରଫ

କୋଲକାତା,୧୦।୮: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ବୁଧବାର ଦୁଇ ସ୍କୁଲ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) ଅଫିସରଙ୍କୁ...

ବଢ଼ିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୨୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସିବିଆଇ କୋର୍ଟ ପକ୍ଷରୁ ଲାଗିଛି ଝଟ୍‌କା। ସିବିଆଇ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ଅର୍ଥାତ୍‌...

ଭାଇଚାରାର ଅନନ୍ୟ ଉଦାହରଣ: ଗୋଟିଏ ପେଣ୍ଡାଲରେ ଗଣେଶ ପୂଜା, ମହରମ୍‌ ପାଳିତ

ବେଙ୍ଗାଲୁରୁ, ୧୦।୯: ଗୋଟିଏ ସପ୍ତାହରେ ହିନ୍ଦୁଙ୍କ ଗଣେଶ ପୂଜା ଏବଂ ମୁସଲମାନ ସମ୍ପଦାୟର ମହରମ୍‌ ପର୍ବ ବହୁ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ କର୍ନାଟକର...

ଦୈନିକ ମୃତ୍ୟୁ ସଂଖ୍ୟା ୧୪…

ନୂଆଦିଲ୍ଲୀ, ୨୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଓ୍ବାଘା ବର୍ଡରରେ ସାଧାରଣତନ୍ତ୍ର ଦିବସରେ ହେବନି କୌଣସି ସମାରୋହ

ନୂଆଦିଲ୍ଲୀ,୧୮।୧: କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ-ପାକ୍‌ ଓ୍ବାଘା ଅଟ୍ଟାରୀ ସୀମାରେ କୌଣସି ମିଳିତ ପରେଡ(ବିଟିଂ ରିଟ୍ରିଟ) ସମାରୋହର ଆୟୋଜନ...

ବିହାରରେ ଲଭ ଜିହାଦକୁ ନେଇ ଆଇନ ଆଣିବ ଭାଜପା!

ପାଟନା,୨୧ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଯେଉଁଠି ଲଭ ଜିହାଦକୁ ନେଇ ଆଇନର ଡ୍ରାପ୍ଟ ତିଆରି ହୋଇ ସାରିଲାଣି ଅନ୍ୟପଟେ ଉତ୍ତରପ୍ରଦେଶରେ...

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନ ମୃତ

ନୁଆଦିଲ୍ଲୀ,୨୬।୬: ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ଦୋଷୀ ୟୁସୁଫ ମେମନଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ତାଙ୍କର...

ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିକୁ ସମର୍ଥନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୬।୩ : ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଗୋଟିଏ ପଦବୀ ଗୋଟିଏ ପେନସନ୍‌ (ୱାନ ର଼୍ୟାଙ୍କ ୱାନ ପେନସନ୍‌) ନୀତିକୁ ସୁପ୍ରିମକୋର୍ଟ...

Advertisement
Archives

Model This Week