ଏଇ ଭାରତରେ

ସ୍କୁଲ ଯିବାକୁ କେତେକ ପିଲା ଅମଙ୍ଗ ହୋଇଥାନ୍ତି। ତେବେ ମଧ୍ୟପ୍ରଦେଶ ଭୋପାଳର ଜଣେ ଛାତ୍ରୀ ୧୨ ବର୍ଷ ମଧ୍ୟରେ କୌଣସି ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିି ନାହାନ୍ତି। ସବୁଦିନ ସ୍କୁଲ ଯାଇ ସେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ବାଲାଜୀପୁରମ୍‌ର ବାସିନ୍ଦା ମୁକୁଲ ଦାସଙ୍କ କନ୍ୟା ମାନସୀ ଏହି ରେକର୍ଡ କରିଛନ୍ତି। ସେ ପିପିଲାନୀସ୍ଥିତ ସେଣ୍ଟ୍‌ ଥେରେସା ଗଲର୍‌ସ ସ୍କୁଲରେ ଅଧ୍ୟୟନ କରୁଥିଲେ। ସେ ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ସାଇନ୍ସ ପାଠ୍ୟକ୍ରମରେ ୯୩.୬ ପ୍ରତିଶତ ନମ୍ବର ରଖି ପାସ୍‌ କରିବା ସହିତ ଜେଇଇରେ ୯୮.୨ ପ୍ରତିଶତ ନମ୍ବର କରିଛନ୍ତି। ୨୦୦୦ ଅକ୍ଟୋବର ୧୯ରେ ଜନ୍ମ ହୋଇଥିବା ମାନସୀ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଢୁଥିଲେ। ପାଠପଢ଼ା ଜୀବନରେ ସେ ୨୫୧୦ ଦିନ ସ୍କୁଲ ଯାଇଛନ୍ତି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଦୁର୍ଘଟଣା ଯୋଗୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ମାନସୀ ସ୍କୁଲ ବନ୍ଦ କରି ନ ଥିଲେ। ସେହିପରି ପଞ୍ଚମରେ ପଢୁଥିବା ସମୟରେ ମାନସୀଙ୍କୁ ମ୍ୟାଲେରିଆ ହୋଇଥିଲା। ତଥାପି ସେ ଗୋଟିଏ ଦିନ ବି ସ୍କୁଲ ବନ୍ଦ କରି ନ ଥିଲେ ବୋଲି ପିତା ମୁକୁଲ କୁହନ୍ତି। ସେମାନେ କୋଲ୍‌କାତାର ମୂଳ ବାସିନ୍ଦା। ମୁକୁଲ ଏକ ଘରୋଇ କମ୍ପାନୀରେ ଭୋପାଳରେ କାମ କରନ୍ତି। କେବଳ ଖରାଦିନ ଛୁଟିରେ ସେମାନେ କୋଲ୍‌କାତା ଆସିଥାନ୍ତି ବୋଲି ମୁକୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ କଥା ଓ ବ୍ୟଥା

ପରିବାରବାଦ ବିଷୟରେ ଆଲୋଚନା କରିବା ପୂର୍ବରୁ ସଦ୍ୟ ସମାପ୍ତ ଏସିଆନ ଗେମ୍ସର ପଦକ ବିଜେତା ହରମିଲନ ବେନ୍ସଙ୍କ କଥା ମନକୁ ଆସେ। ସେ ୮୦୦ ଓ...

କେହି ନାହିଁ କିଛି ନାହିଁ

ପ୍ରାଚୀନଠାରୁ ବର୍ତ୍ତମାନ, ପୁରାଣଠାରୁ ବିଜ୍ଞାନ, ଗର୍ଭଠାରୁ ସ୍ବର୍ଗ, ପ୍ରତି ମଣିଷ ହିଁ ଏକାକୀ ବୋଲି ପ୍ରମାଣିତ। ଏଠି ଗୋଷ୍ଠୀ, କୁଟୁମ୍ବ, ଗ୍ରାମ ଏକ ମାଧ୍ୟମ। ମାୟାର...

ଏଇ ଭାରତରେ

ଅସହାୟଙ୍କ ଓଠରେ ହସ ଖେଳାଇବା ଲାଗି ନିଜ ଆୟର ଅଧାରୁ ଅଧିକ ଖର୍ଚ୍ଚ କରୁଛନ୍ତି ପଶ୍ଚିମବଙ୍ଗର ଅର୍ପଣ ବାନାର୍ଜୀ। ୨୨ ବର୍ଷ ହେଲା ସେ ଏହା...

କଥା ବେଶି, କାମ କମ୍‌

ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ର ଦୁବାଇରେ ୩୦ ନଭେମ୍ବରରୁ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌ ୨୮ ଆରମ୍ଭ ହୋଇଛି। ଏଥିରେ ସଦସ୍ୟ ଦେଶର ନେତା, ଜଳବାୟୁ କର୍ମକର୍ତ୍ତା...

ଭିତ୍ତିଭୂମି ନିର୍ମାଣର ଉତ୍ତରଦାୟିତ୍ୱ

ବିଖ୍ୟାତ ଅର୍ଥନୀତି ପ୍ରଫେସର ଲିଓନେଲ ରୋବିନସଙ୍କ ମତରେ ମନୁଷ୍ୟର ଆବଶ୍ୟକତା ଅସୀମିତ ଓ ସେହି ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ସମ୍ବଳ ସର୍ବଦା ସୀମିତ। ଏହା...

ଅନୁସରଣ କରି ବିଫଳ

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ମିଜୋରାମ ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନାର ଫଳାଫଳ ୩ ଡିସେମ୍ବରରେ ପ୍ରକାଶ...

ଏଇ ଭାରତରେ

ପରିଣତ ବୟସରେ ବିଶ୍ରାମ ଶରୀର ପାଇଁ ଅପରିହାର୍ଯ୍ୟ। କିନ୍ତୁ ଦିଲ୍ଲୀର ଏକ ଦମ୍ପତି ଯୋଗେଶ୍ୱର ଓ ସୁଷମା ଭାଲ୍ଲାଙ୍କ ନିଆରା ସଉକ ସେମାନଙ୍କ ବୟସକୁ ପଛରେ...

ବୟସ୍କମାନେ ଦେଶର ସମ୍ପଦ

୨୦୧୧ ଜନଗଣନା ଓ ୨୦୨୧ ଆକଳନ ଅନୁସାର ଭାରତ ଯୁବପିଢିର ଦେଶଭାବେ ବିବେଚିତ ହେଉଛି। କିନ୍ତୁ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ପପୁଲେଶନ ଫଣ୍ଡ)ର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri