ଋଣ ମାଫ୍‌କୁ ନେଇ ପ୍ରଶ୍ନ ଉଠାଇଲେ ଚିଦାମ୍ବରମ

ନୂଆଦିଲ୍ଲୀ,୩୦।୪: ନୀରବ ମୋଦି, ମେହୁଲ ଚୋକ୍‌ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବ୍ୟକ୍ତିବିଶେଷ ବ୍ୟାଙ୍କରୁ ବହୁ କୋଟି ଟଙ୍କାର ଋଣ ଠକେଇକରି ଏବେ ବିଦେଶରେ ରହୁଛନ୍ତି। ସରକାର କାହିଁକି ସେମାନଙ୍କ ଋଣକୁ ରାଇଟ ଅଫ୍‌ କରିଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ ପ୍ରଶ୍ନ କରିଛନ୍ତି। ପଳାତକଙ୍କ ଋଣ ମାଫ୍‌ ନ ହେଉ ବୋଲି ସେ ଦାବି କରିଛନ୍ତି। ଅଧିକାଂଶ ଋଣ ଉପା ସରକାରଙ୍କ ଅମଳରେ ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ତାକୁ ଅସୁଲ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ। ଏହାର ଉତ୍ତର ଚିଦାମ୍ବରମ ରଖିଛନ୍ତି । ସାଧାରଣତଃ ପଳାତକଙ୍କ ଲାଗି ଋଣ ମାଫ୍‌ ସୁବିଧା ନ ଥାଏ। ମାତ୍ର ସରକାର କାହିଁକି ଏହାକୁ ଲାଗୁ କରାଇଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସରକାର ପଳାତକଙ୍କ ୬୮ ହଜାର କୋଟି ଟଙ୍କା ଋଣ ଛାଡ଼ କରିଥିବା ନେଇ କଂଗ୍ରେସ ପକ୍ଷରୁ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ରାହୁଲ ଗାନ୍ଧୀ ରାଇଟ ଅଫ୍‌ ଏବଂ ଛାଡ଼ ମଧ୍ୟରେ ତଫାତ ଜାଣିବା ଉଚିତ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଖଲାପକାରୀଙ୍କୁ ସରକାର କାହିଁକି ଏତେ ଦରଦ ଦେଖାଉଛନ୍ତି। ଏ ଦିଗରେ ପ୍ରଧାନମନ୍ତ୍ରୀ ନିଜର ନୀରବତା ଭାଙ୍ଗନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ରେ ବୀମା ପଲିସି କ୍ରୟ ସୁବିଧା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଟ୍‌ ଆପ୍‌ ନିକଟରେ ଭାରତରେ ପେମେଣ୍ଟ ସେବା ଉପଲବ୍ଧ କରାଇଛି। ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ସହଭାଗିତାରେ...

ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ...

କର୍ମଚାରୀ ଭବିଷ୍ୟନିଧି ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୨୭। ୩: ବର୍ତ୍ତମାନ ସମୟରେ ସରକାର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଆଗୀମୀ ୩ ମାସ ଲାଗି ଦେୟର ଯୋଗଦାନ ଦେବେ। ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ...

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି...

ଶିଳ୍ପ ଜଗତର ଆଶା;୨୦୨୦ରେ ଅର୍ଥ ବ୍ୟବସ୍ଥାରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୩୦-୧୨: ୨୦୨୦ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିପାରେ। ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପ ସହ ବିଶ୍ୱ ସ୍ତରର ବାଣିଜ୍ୟ ସମସ୍ୟା...

ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ

ମୁମ୍ବାଇ:  ଦେଶ ମଧ୍ୟରେ କୋଭିଡ ସଂକ୍ରମଣ ବଢିଚାଲିଛି। ଏଭଳି ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ଲାଗି ସରକାର ଆର୍‌ବିଆଇକୁ ନିର୍ଦ୍ଦେଶ ଦେଇଛି। ସୋମବାର ଠାରୁ...

୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ନୀତା ଅମ୍ବାନୀ

ମୁମ୍ବାଇ,୨୧।୬: ନୀତା ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେଶନକୁ  ୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ସାମିଲ କରାଯାଇଛି। ଆମେରିକାର ପ୍ରମୁଖ ମାଗାଜିନ ଟାଉନ ଆଣ୍ଡ କଣ୍ଟ୍ରି ଏହାର...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି।...

Advertisement
Archives

Model This Week