ଋଣ ଦେବା ନାମରେ ୨୩ଲକ୍ଷ ଠକେଇ: ଧାରଣା ଦେଲେ ସଂଯୋଜକ

ଖଇରା, ୨୬।୨(ଡି.ଏନ.ଏ.): ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଅଞ୍ଚଳର ଲୋକଙ୍କଠାରୁ ୨୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ପାଖରୁ ସିଧାସଳଖ ଅର୍ଥ ନ ଆଣି କେତେକ ପଞ୍ଚାୟତ ଓ ବ୍ଲକସ୍ତରୀୟ ସଂଯୋଜକ ନିଯୁକ୍ତି କରି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ସଂଯୋଜକଙ୍କୁ ଠକି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ଏହି କମ୍ପାନୀ ବିରୋଧରେ ସଂଯୋଜକମାନେ ଖଇରା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ବୁଧବାର କାର୍ଯ୍ୟାଳୟ ଆଗରେ ଧାରଣା ବସିଥିଲେ। ସଂସ୍ଥା ଅର୍ଥ ନ ଫେରାଇଲେ କିମ୍ବା ଖାଉଟିଙ୍କୁ ଋଣ ନ ଦେଲେ ଆଗକୁ ଅନଶନରେ ବସିବେ ବୋଲି ସଂଯୋଜକ ଅଚ୍ୟୁତାନନ୍ଦ ଜେନା, ଜଗନ୍ନାଥ ପୃଷ୍ଟି, ସଭ୍ୟ ବଂଶୀଧର ପତି, ଜଗବନ୍ଧୁ ବେହେରା, ସୁବ୍ରତ ସାହୁ, ପ୍ରଭାକର ରାଉତ, ଗଦାଧର ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଅନ୍ୟୁନ ୧୦ମାସ ତଳେ ଋଣମୁକ୍ତି ଅଭିଯାନ ନାମରେ ଉକ୍ତ ସଂସ୍ଥା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରୁ ୩୨୫ ଟଙ୍କା ଲେଖାଏଁ ଆଦାୟ କରିଥିଲା। ଏଥିପାଇଁ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲାରେ ୪୪ଜଣ ପଞ୍ଚାୟତ ଓ ବ୍ଲକ ସଂଯୋଜକ ନିଯୁକ୍ତ କରିଥିଲା। ଏହି କମ୍ପାନୀ ସଂଯୋଜକମାନଙ୍କୁ ମାସକୁ ୧୫ହଜାର ଟଙ୍କାର ଦରମା ଲୋଭ ଦେଖାଇ ୭ହଜାର ଲୋକଙ୍କୁ କମ୍ପାନୀ ସଦସ୍ୟ କରାଇ ଜଣ ପିଛା ୩୨୫ଟଙ୍କା କରି ମୋଟ ୨୨ଲକ୍ଷ ୭୫ହଜାର ଟଙ୍କା ଆଦାୟ କରିଥିଲା। ଏହି ଜମା ବଦଳରେ ଋଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ କମ୍ପାନୀ ଋଣ ଦେବାକୁ ରୋକଠୋକ ମନା କରୁଛନ୍ତି । ସଭ୍ୟମାନେ ଋଣ ନ ପାଇ ସଂଯୋଜକମାନଙ୍କୁ ଦାୟୀ କରି ଧମକଚମକ ଦେବା ଆରମ୍ଭ କରିଥିବାରୁ ଉଭୟ ସଂଯୋଜକ ଓ ସଭ୍ୟ ନାନା ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି । କମ୍ପାନୀ ସଂସ୍ଥା ବନ୍ଦ କରି ପଳାଇବା ପୂର୍ବରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭ୍ୟ ସଂଯୋଜକମାନେ କ୍ରାଇମବ୍ରାଞ୍ଚ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ସୁବ୍ରତ ବେହେରାଙ୍କୁ ଯୋଗାଯୋଗ କରିବାରେ ଅର୍ଥ ଆଦାୟ କରିଥିବା ବ୍ୟକ୍ତିମାନେ ଅଭିଯୋଗ କରିଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅଫିସ ବନ୍ଦ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ଭୟରେ ନଦୀକୂଳିଆ ଆତଙ୍କିତ

ଯାଜପୁର ଟାଉନ,୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଖରସ୍ରୋତା ନଦୀର ରାଜଘାଟଠାରୁ ତନ୍ତିଘାଇ ମଧ୍ୟରେ ଏକ କୁମ୍ଭୀର ଭୟରେ ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି।...

ବାପା ଧାର ଟଙ୍କା ନ ଦେବାରୁ ପୁଅଙ୍କୁ ଅପହରଣ

ବୁଗୁଡ଼ା,୨୩ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତରପଡ଼ା ଗ୍ରାମରେ ବାପା ଧାର ଟଙ୍କା ନ ଦେବାରୁ ତାଙ୍କର ଜଣେ ନାବାଳକ ପୁଅଙ୍କୁ ଅପହରଣ କରାଯାଇଥିଲା। ଏହି...

ସିଲିଣ୍ଡରରେ ପାଣି ପୂରାଇ ଲୁଟୁଥିଲେ ଗ୍ୟାସ

ଝାରସୁଗୁଡ଼ା ଅଫିସ,୧୮ା୮: ପରିବହନ ଗାଡ଼ିରୁ ଗ୍ୟାସ୍‌ ସିଲିଣ୍ଡର ବାହାର କରି ପାଣିଭର୍ତ୍ତି ସିଲିଣ୍ଡର ବୋଝେଇ କରି ରପ୍ତାନି କରାଯାଉଥିଲା। ଏଭଳି ଅଭିନବ ଉପାୟରେ ଗ୍ୟାସ୍‌ ଚୋରି...

ଗାଁ ଗାଁରେ କାମ: ଶ୍ରମିକ ଭିଟାମାଟି ଛାଡ଼ୁଛନ୍ତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟ ପାଇଁ ଶ୍ରମିକ ମିଳୁନାହାନ୍ତି। ସେପଟେ ପେଟ...

ରାସ୍ତା ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଖୁଡ଼ୀ ସହ ସମ୍ପର୍କରୁ କରାଯାଇଥିଲା ହତ୍ୟା

ଅନୁଗୋଳ ଅଫିସ, ୧୬।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ତ୍ରିପୁର ନାଏକ(୧୯)ଙ୍କ ମୃତଦେହ ଗତ ୮ ତାରିଖରେ ସାକସିଂହା-ଘୁଞ୍ଚାପାଳ ରାସ୍ତା ପାର୍ଶ୍ୱରୁ...

ରସୁଲପୁର ସୀମା ସିଲ୍ କଲା ବରୀ ବ୍ଲକ ପ୍ରଶାସନ

ରତ୍ନଗିରି,୪ା୪(ଡି.ଏନ୍.ଏ.)-ଶୁକ୍ରବାର ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବରୀ ବ୍ଲକ ପ୍ରଶାସନ...

ବାଘଛାଲ ଜବତ: ଜଣେ ଗିଣଫ

  ଭୁବନେଶ୍ୱର,୫।୧୧(ବ୍ୟୁରୋ): ଏସ୍‌ଟିଏଫ୍‌ ପଞ୍ଝାରେ ବାଘଛାଲ ବେପାରୀ ଧରାପଡ଼ିଛନ୍ତି। ଏହା ସହ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଭାଗବତ ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ...

ପରିବର୍ତ୍ତନ ପାଇଁ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନ ପାଇଁ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପ୍ରଯୁକ୍ତିବିଦ୍ୟା ଆମ ସମାଜର ପ୍ରତ୍ୟେକ ଅଂଶ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି।...

Advertisement
Archives

Model This Week