ଋଣ ଗ୍ୟାରେଣ୍ଟି ଯୋଜନାର ସଂଶୋଧନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୫-ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ଲାଗି ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଯୋଗାଇ ଦେବେ। କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟିଂ ସ୍କିମ୍‌ (ଇସିଏଲ୍‌ଜିଏସ୍‌) ଦ୍ୱାରା ୯.୨୫% ସୁଧହାରରେ ଏହି ଋଣ କ୍ଷୁଦ୍ର ଶିଳ୍ପଗୁଡିକୁ ଯୋଗାଇ ଦିଆଯିବ। କରୋନା ପ୍ରଭାବ ଯୋଗୁ ଦେଶର ଏମ୍‌ଏସ୍‌ଏମ୍‌ଇ କ୍ଷତିଗ୍ରସ୍ତ ହୋଇଥିବାରୁ ଶିଳ୍ପଗୁଡିକୁ ସହାୟତା କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ୨୦ ଲକ୍ଷ କୋଟି ଟଙ୍କାର କୋଭିଡ୍‌-୧୯ ପ୍ୟାକେଜ ମଧ୍ୟରେ ଏହି ଯୋଜନା ପ୍ରମୁଖରେ ରହିଛି। ସେହିଭଳି ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡିକୁ ସଙ୍ଗଠିତ ରୂପ ପ୍ରଦାନ କରିବା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାବାଦ ପ୍ରଧାନମନ୍ତ୍ରୀ ବୟୋବନ୍ଧନ ଯୋଜନାର ମିଆଦ ବୃଦ୍ଧିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ୨୦୨୦ ମାର୍ଚ୍ଚ ୩୧ ଯାଏ ରହିଥିବା ଏହି ଯୋଜନାକୁ ୩ ବର୍ଷ ବୃଦ୍ଧି କରାଯାଇ ୨୦୨୩ ମାର୍ଚ୍ଚ ୩୧ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ।...

ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା...

କରୋନା କାଳରେ ପିଏଫ୍‌ ଟଙ୍କା ଦେଲା ସାହାରା: ୪ ମାସରେ ଉଠାଇଲେଣି ୩୦ ହଜାର କୋଟି

ନୂଆଦିଲ୍ଲୀ,୨୮।୭:କରୋନା ସମୟରେ ଲୋକଙ୍କୁ ଜରୁରୀ ଅର୍ଥର ଆବଶ୍ୟକତା ବଢ଼ିଯାଇଛି। ଏଭଳି ସମୟରେ ଭବିଷ୍ୟନିଧି ପାଣ୍ଠିଂ ବା ପିଏଫ୍‌ ଟଙ୍କା ଲୋକଙ୍କର ସାହାରା ପାଲଟିଥିବା ଏକ ଜାତୀୟ...

ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୪।୭: ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଟେସ୍‌ଲା ଇଙ୍କ୍‌ର ପ୍ରତିଷ୍ଠାତା ଏଲନ...

ଜାନୁୟାରୀ ପହିଲାରୁ ଖେଳନା ଲାଗି ବାଧ୍ୟତାମୂଳକ ହେବ ବିଆଇଏସ୍‌

ନୂଆଦିଲ୍ଲୀ,୧୭।୯: କେନ୍ଦ୍ର ସରକାର ଘରୋଇ ବଜାରର ଖେଳନା ମାନୁଫାକଚର୍ସଙ୍କୁ ବୁଧବାର ଆଶ୍ୱସ୍ତି ଦେବା ଭଳି ପଦକ୍ଷେପ ନେଇଛନ୍ତି। ଖେଳନା ଲାଗି ବାଧ୍ୟତାମୂଳକ ବିଆଇଏସ୍‌ ପ୍ରମାଣନ କାର୍ଯ୍ୟକାରୀ...

ଏମ୍‌.ରାଜେଶ୍ୱର ରାଓ ଆର୍‌ବିଆଇ ଡେପୁଟି ଗଭର୍ନର

ମୁମ୍ବାଇ: ଏମ୍‌.ରାଜେଶ୍ୱର ରାଓଙ୍କୁ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ସରକାର ବୁଧବାର ନିଯୁକ୍ତି ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)ଙ୍କ ମଧ୍ୟରୁ...

୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବ ଫେସ୍‌ବୁକ୍‌

ନୂଆଦିଲ୍ଲୀ,୧୬।୯:ଦେଶର ୩ ହଜାର କ୍ଷୁଦ୍ର ବାଣିଜ୍ୟକୁ ସହାୟତା କରିବା ଲାଗି ଫେସ୍‌ବୁକ୍‌ ଇଣ୍ଡିଆ ଯୋଜନା ରଖିଛି। ଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବାଙ୍ଗାଲୋର ଭଳି...

ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ...

Advertisement


Archives

Model This Week