‘ଋଣ ଅସୁଲ ଲାଗି ବାଉନ୍ସର ପଠାଇପାରିବେନି ବ୍ୟାଙ୍କ’

ନୂଆଦିଲ୍ଲୀ,୨-୭: ଋଣ ଅସୁଲ ଲାଗି ବ୍ୟାଙ୍କଗୁଡ଼ିକ ବାଉନ୍ସର ଅଥବା ରିକଭରି ଏଜେଣ୍ଟ ନିଯୁକ୍ତ କରିପାରିବେ ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ ସଭାରେ ପ୍ରକାଶ କରିଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ପୋଲିସ ଦ୍ୱାରା ଯାଞ୍ଚ ପରେ ଏବଂ ଅନ୍ୟ ସମ୍ବନ୍ଧିତ ଔପଚାରିକତା ପୂରଣ ପରେ ହିଁ ଜଣେ ବ୍ୟକ୍ତିଙ୍କୁ ଏଜେଣ୍ଟ ଭାବେ ବ୍ୟାଙ୍କ ଋଣ ଅସୁଲ କରିବା ଲାଗି ପଠାଇପାରିବେ ବୋଲି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ରହିଛି। ଜବରଦସ୍ତ ଋଣ ଅସୁଲ ଲାଗି କୌଣସି ବାଉନ୍ସରଙ୍କୁ ନିଯୁକ୍ତ କରିବା ଲାଗି ବ୍ୟାଙ୍କକୁ ଅଧିକାର ଦିଆଯାଇନାହିଁ। ଋଣ ଅସୁଲ ବେଳେ ବାଉନ୍ସରମାନଙ୍କ ଦ୍ୱାରା ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବାର ବହୁ ଅଭିଯୋଗ ମିଳୁଥିବା ବେଳେ ଏହାକୁ ଦୃଢ଼ ହସ୍ତରେ ଦମନ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆର୍‌ବିଆଇ ଚିନ୍ତା କରୁଛି। ସମ୍ପୃକ୍ତ ବ୍ୟାଙ୍କକୁ ବ୍ୟାନ କରିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଦ୍ରଶିଳ୍ପକୁ ସହାୟତା ଦେବ ପିଏନ୍‌ବି

ଭୁବନେଶ୍ୱର,୩୧।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ବ୍ୟାଙ୍କ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ‘ପିଏନ୍‌ବି ସେବା...

ଏସ୍‌ଏଫ୍‌ଆଇଓକୁ ଡିଏଚ୍‌ଏଫ୍‌ଏଲ୍‌ ତଦନ୍ତ ଭାର

ନୂଆଦିଲ୍ଲୀ,୨-୧୧: ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ(ଡିଏଚ୍‌ଏଫ୍‌ଏଲ୍‌) ଆର୍ଥତ୍କ ଅନୀୟମିତତା ମାମଲାର ତଦନ୍ତ ଭାର ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଲିମିଟେଡ(ଏସ୍‌ଏଫ୍‌ଆଇଓ)କୁ ସରକାର ପ୍ରଦାନ କରିଛନ୍ତି। ଏହି ମାମଲାରେ...

ଏୟାର ଏସିଆର ଟ୍ରାଭେଲ ଫେୟାର ଆଜିଠାରୁ

ଭୁବନେଶ୍ୱର,୨-୮-ପର୍ଯ୍ୟଟନ ବିକାଶ ଲାଗି ଏୟାର ଏସିଆ ପକ୍ଷରୁ ଏକ ଟ୍ରାଭେଲ ଫେୟାର ଶୁକ୍ରବାରଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏହା ତିନିଦିନ ବ୍ୟାପି ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ...

ଜୁନ ୨୦ରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧୦-୬: ଚଳିତ ମାସ ୨୦ତାରିଖରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ୫୦ କୋଟି ଟଙ୍କାର କାରବାରକୁ...

ସୁନା-ରୁପା ଶସ୍ତା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା...

ରିଲାଏନ୍ସ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ବ୍ରାଣ୍ଡ

ନୂଆଦିଲ୍ଲୀ,୬।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ବ୍ରାଣ୍ଡ ଭାବେ ଉଭା ହୋଇଛି। ଫ୍ୟୁଚର ବ୍ରାଣ୍ଡ ଇଣ୍ଡେକ୍ସ ୨୦୨୦ରେ ରିଲାଏନ୍ସକୁ ଏଭଳି ମାନ୍ୟତା ମିଳିଛି। ତାଲିକାରେ...

ଜିଡିପି ବିବାଦ: ସୁବ୍ରମଣ୍ୟନ୍‌ଙ୍କୁ ଜବାବ ଦେବେ ସରକାର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାର ଅମଳରେ ଜିଡିପି ହାର ଦର୍ଶାଇବାରେ ମିଥ୍ୟାର ଆଶ୍ରୟ ନିଆଯାଇଥିଲା ବୋଲି ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ରିପୋର୍ଟ ପ୍ରକାଶ...

ସୁଧାର ପଥରେ ଅର୍ଥ ବ୍ୟବସ୍ଥା: ଅର୍ଥ ସଚିବ

ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ପରୋକ୍ଷ ଟିକସ ସଂଗ୍ରହ ବଢିଛି। କୋଭିଡ-୧୯ ଯୋଗୁ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟା...

Advertisement


Archives

Model This Week