Posted inଜାତୀୟ

ଋଣଭାର ଯୋଗୁ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ପିଢ଼ି

ଚଣ୍ଡିଗଡ଼,୧୨।୯: ସରକାର ଚାଷୀଙ୍କ ଋଣଭାର କମାଇବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି। ହେଲେ ଯୋଜନା ସବୁ ବାଟବଣା ହେଉଛି। ଫଳରେ ଋଣ ଭାର ସହି ନ ପାରି ଚାଷୀମାନେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏଥିଯୋଗୁ ଏବେ ଗୋଟିଏ ପରିବାରର ୩ ପିଢ଼ି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପଞ୍ଜାବର ବରନାଲାର ଭଟୋଲା ଗାଁରେ ୪୦ ବର୍ଷ ତଳେ କରାଯାଇଥିବା ଋଣର ପରିଶୋଧ କରି ନ ପାରିବାରୁ ପରିବାରର ଜଣେ ୨୨ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ଋଣ ବରନାଲା ପରିବାରର ଗୋଟିଏ ନୁହଁ ବରଂ ୩ ପିଢ଼ିର ପୁରୁଷଙ୍କ ଜୀବନ ନେଇସାରିଛି। ପୂର୍ବରୁ ସେ ଋଣ ପରିଶୋଧ କରିପାରି ନ ଥିବାରୁ ଜେଜେଙ୍କ ବାପା, ଓ ତାଙ୍କ ଭାଇ, ଜେଜେ ଓ ବାପା ଆତ୍ମହତ୍ୟା କରିଥିଲେ। ଏବେ ତାଙ୍କ ପୁଅ ଲଭପ୍ରୀତ ଆତ୍ମହତ୍ୟା କରିଛନ୍ତି। ଉକ୍ତ ପରିବାରରେ ଏବେ କେବଳ ମହିଳା ରହିଯାଇଛନ୍ତି। ସେହିପରି ପରିବାରର ପୂର୍ବ ପୁରୁଷ ସାହୁକାର ଠାରୁ ୬ଲକ୍ଷ ଓ ବ୍ୟାଙ୍କରୁ ୨ଲକ୍ଷ ଟଙ୍କାର ଋଣ ନେଇଥିଲେ। ତେବେ ୩ ପିଢ଼ି ନେଇଥିବା ଋଣ ସମୟ ହିସାବରେ ବଢ଼ି ବଢ଼ି ୮.୫୭ଲକ୍ଷ ଟଙ୍କାକୁ ପହଞ୍ଚିଛି। ଯାହାକୁ ଏବେ ପର୍ଯ୍ୟନ୍ତ ଏହି ପରିବାର ପରିଶୋଧ କରିପାରି ନାହାନ୍ତି। ପଞ୍ଜାବ ସରକାର ରାଜ୍ୟରେ ୫ ଲକ୍ଷ ଟଙ୍କା ଋଣ ଛାଡ଼ ପାଇଁ ଯୋଜନା କରିଥିବା ବେଳେ ଏହି ପରିବାରର ମାତ୍ର ୫୭ ହଜାର ଟଙ୍କା ଛାଡ଼ ହୋଇଥିଲା। ରାଜ୍ୟରେ କୃଷକମାନଙ୍କର ଆତ୍ମହତ୍ୟା ରୋକିବାରେ ପଞ୍ଜାବ ସରକାରଙ୍କ ଋଣ ଛାଡ଼ ଯୋଜନା ବିଫଳ ହୋଇଛି। ଏହି ଯୋଜନା ଆରମ୍ଭ ହେବା ପରଠାରୁ ୬୦ରୁ ଅଧିକ କୃଷକ ଆତ୍ମହତ୍ୟା କଲେଣି ବୋଲି ଅକାଳି ଦଳର ନେତା ସତନାମ ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ମିଶନ ୬୫ ଫେଲ୍‌: ବାଟରେ କଣ୍ଟା ସାଜିଲା ୫ କାରଣ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍‌ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ...

୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଅଧଘଣ୍ଟା

ଲକ୍ଷ୍ନୌ,୧୨।୪: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବଡ...

ପ୍ରିୟଙ୍କାକୁ ଅଧ୍ୟକ୍ଷା କରାଯିବା ନେଇ ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍‌ ଆଲ୍‌ଭି କହିଛନ୍ତି...

ଟୁଇଟର ବନ୍ଦ କଲା ୯୭ ପ୍ରତିଶତ ଆକାଉଣ୍ଟ

ନୂଆଦିଲ୍ଲୀ,୧୨ ।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତାର ଚାପ ପଡିବା ପରେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଟୁଇଟର ପାଖାପାଖି ୯୭ ପ୍ରତିଶତ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା...

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ଆମ ନିଦ ଫେରାଇଦିଅ

ଶ୍ରୀନଗର, ୨୮ା୮(ପି.ଟି.) :ପ୍ରବେଶପଥକୁ ତିନୋଟି କାଠଗଣ୍ଡି, କେତେ ଖଣ୍ଡ ଟିଣ ଓ ଭଙ୍ଗାଇଟା ସହ ଏଭଳି ଅନେକ ପ୍ରତିବନ୍ଧକରେ ଅବରୋଧ କରାଯାଇଛି, ଯାହାକି ପୋଲିସ ଗାଡ଼ିଗୁଡ଼ିକୁ...

ଖୁସି ଖବର: ଏପ୍ରିଲ ୩ ପରେ ଗୋଆରେ ଚିହ୍ନଟ ହୋଇନାହାନ୍ତି ଜଣେ ବି କରୋନା ସଂକ୍ରମିତ

ପଣଜୀ,୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଆରୁ କିନ୍ତୁ ଆସିଛି ଖୁସି ଖବର। ଏଠାରେ ଏପ୍ରିଲ ୩ ପରେ...

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗାୟିକା ଶାନ୍ତି ହୀରାନନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ,୧୧ା୪(ପି.ଟି): ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶାନ୍ତି ହୀରାନନ୍ଦ ଚାଓ୍ବଲାଙ୍କର ଶୁକ୍ରବାର ସକାଳେ ଗୁରୁଗ୍ରାମ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭...

Advertisement
Archives

Model This Week