ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ;ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା ଆହ୍ବାନ କରିଛନ୍ତି। ତେବେ ଏହା ସଫଳ ନ ହେଲେ ସେମାନେ ଏଥିପାଇଁ ପ୍ଲାନ-ବି ପ୍ରସ୍ତୁତ କରିଛନ୍ତି। ଦେବାଳିଆ ସମାଧାନ ପ୍ରକ୍ରିୟା(ଆଇବିସି) ବାହାରେ ମାମଲାର ସମାଧାନ କରିବାକୁ ଡିଆର୍‌ଟି(ଡେବ୍ଟ ରିକଭରୀ ଟ୍ରିବ୍ୟୁନାଲ) ଆପଣାଇବାକୁ ସେମାନେ ପ୍ରସ୍ତୁତ ହେଲେଣି।

ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ, ଜେଟ୍‌ର ଅଂଶଧନ ବିକ୍ରି କରିବା ଲାଗି ଯଥାସମ୍ଭବ ପ୍ରୟାସ କରାଯାଉଛି। ତେବେ ଡିଆର୍‌ଟି ସେମାନଙ୍କ ପାଇଁ ଶେଷ ବିକଳ୍ପ କୁହାଯାଉଛି। ବ୍ୟାଙ୍କିଙ୍ଗ ଶିଳ୍ପ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡିଆର୍‌ଟି ଏକ ସାମାନ୍ୟ ଋଣ ଅସୁଲ ପ୍ରକ୍ରିୟା। କମ୍ପାନୀ ନିକଟରେ ଥିବା ୧୬ ବିମାନ ଏବଂ କିଛି ସମ୍ପତ୍ତି ପୂର୍ବରୁ ହିଁ ବନ୍ଧା ପଡ଼ିଛି। ତେବେ ଡିଆର୍‌ଟି ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାକୁ ନିଜ ଗ୍ରାହକଙ୍କଠାରୁ ଋଣ ଅସୁଲ କରିବାରେ ସହାୟତା କରିଥାଏ। ବକେୟା ଅସୁଲ ଲାଗି ଜେଟ୍‌ ଏୟାରଓ୍ବେଜକୁ ଏନ୍‌ସିଏଲ୍‌ଟି ହାତରେ ଟେକି ଦେବାକୁ ଋଣପ୍ରଦାନକାରୀ ଇଚ୍ଛୁକ ଥିବା ପୂର୍ବରୁ କୁହାଯାଉଥିଲା। ବର୍ତ୍ତମାନ ଜେଟ୍‌ ଉପରେ ପ୍ରାୟ ୮୫୦୦ କୋଟି ଟଙ୍କାର ଋଣ ରହିଛି। ବ୍ୟାଙ୍କ ଦ୍ୱାରା ଜରୁରୀ ପାଣ୍ଠି ଯୋଗାଣ ନ ହେବାରୁ କମ୍ପାନୀ ନିଜ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଡିଆର୍‌ଟି ମାଧ୍ୟମରେ ଜେଟ୍‌ର ବିମାନ ଓ ଅନ୍ୟ ସମ୍ପତ୍ତି ବିକ୍ରିରୁ ଉଚିତ୍‌ ମୂଲ୍ୟ ମିଳିବାର ସମ୍ଭାବନା ରହିଛି। ୪ଟି କମ୍ପାନୀ ଏଟିହାଦ ଏୟାରଓ୍ବେଜ, ଟିପିଜି କ୍ୟାପିଟାଲ, ଇଣ୍ଡିଗୋ ପାର୍ଟନର୍ସ ଏବଂ ରାଷ୍ଟ୍ରୀୟ ନିବେଶ ଏବଂ ଭିତ୍ତିଭୂମି ଢାଞ୍ଚା ପାଣ୍ଠି(ଏନ୍‌ଆଇଆଇଏଫ୍‌) ଜେଟ୍‌ର ଅଂଶଧନ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରାରମ୍ଭିକ ନିଲାମଧାରୀଙ୍କ ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ମେ ୧୦ରେ ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବ୍ଲିଙ୍କିଟ୍‌ ସହ ଏନ୍‌ଏସ୍‌ଡିସିର ବୁଝାମଣା

ଭୁବନେଶ୍ୱର,୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ବ୍ଲିଙ୍କିଟ୍‌ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ରୋଜଗାର...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ଭାରତ ପାଇଁ ଖୁସି ଖବର: ବଢ଼ିଲା ବିକାଶ ହାର, ବ୍ରୋକେଜ କମ୍ପାନୀ ନୋମୁରା ରିପୋର୍ଟ ଜାରି…

ନୂଆଦିଲ୍ଲୀ,୨।୧୨ : ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ, ଜାପାନର ବ୍ରୋକେଜ କମ୍ପାନୀ ନୋମୁରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ...

Dark Patterns Ban: ଅନଲାଇନରେ ଗ୍ରାହକଙ୍କୁ କରାଯାଉଛି ବିଭ୍ରାନ୍ତ, ସରକାର ଜାରି କଲେ ନିର୍ଦ୍ଦେଶାବଳୀ…

ନୂଆଦିଲ୍ଲୀ,୨।୧୨ : ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କମ୍ପାନୀ କିମ୍ବା ବ୍ୟବସାୟୀମାନେ ଗ୍ରାହକଙ୍କୁ ପ୍ରତାରଣା...

ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍‌-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ

ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ...

ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ

ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି...

ନଭେମ୍ବରରେ ୧.୬୮ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧୨, (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୮ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri