Posted inଜାତୀୟ

ଉହାନ ସହରରେ ଏବେବି ରହିଛିନ୍ତି ଆହୁରି ୮୦ ଭାରତୀୟ ଛାତ୍ର: ଜୟଶଙ୍କର

ନୂଆଦିଲ୍ଲୀ,୭।୨: କରୋନାଭାଇରସରେ ଚାଇନାର ଉହାନ ସହରରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ତେବେ ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ସେଠାରେ ଥିବା ଭାରତୀୟମାନଙ୍କୁ ସ୍ବତନ୍ତ୍ର ବିମାନ ସାହାଯ୍ୟରେ ଭାରତ ଫେରାଇ ଅଣାଯାଇଛି। ହେଲେ ଏବେବି ସେଠାରେ ପ୍ରାୟ ୮୦ ଭାରତୀୟ ଛାତ୍ର ରହିଥିବା ଶୁକ୍ରବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ତେବେ ସେଠାରେ ଥିବା ଭାରତୀୟମାନଙ୍କୁ ଉଦ୍ଧାର କରାଯିବା ସମୟରେ ଏମାନଙ୍କ ମଧ୍ୟରୁ ୧୦ ଜଣ ବିମାନ ବନ୍ଦରର ସ୍କ୍ରିନିଂ ପ୍ରୋସେସରେ ଫେଲ୍‌ ମାରିବା ଓ ଅନ୍ୟମାନେ ପଛରେ ରହିଯିବାରୁ ସେମାନଙ୍କୁ ଭାରତ ଫେରାଇ ଆଣାଯାଇ ପାରିନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚାଇନାର ଉହାନ ସହରରେ ଥିବା ପ୍ରାୟ ୬୪୦ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ସହ ମାଲଦ୍ୱୀପର ୭ ଜଣଙ୍କୁ ମଧ୍ୟ ସ୍ବତନ୍ତ୍ର ବିମାନରେ ଭାରତ ଆସିବାକୁ ସୁଯୋଗ ଦିଆଯାଇଥିଲା। ଏବେ ବାକିଥିବା ଭାରତୀୟ ଓ ପଡୋଶୀ ଦେଶର ନାଗରିକଙ୍କୁ ଉହାନ ସହରରୁ ଉଦ୍ଧାର କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬୭ ଦିନ ପରେ ଆଜି ସବୁଠୁ କମ୍‌ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଦିନକ ପୂର୍ବରୁ କିଣିଥିବା ଇଲେକ୍ଟ୍ରିକ୍‌ ସ୍କୁଟର ଫାଟି ସ୍ବାମୀ ମୃତ, ପତ୍ନୀ-୨ଶିଶୁ ଆହତ

ହାଇଦ୍ରାବାଦ,୨୪।୪: ଦୁଇ ଦିନ ପୂର୍ବରୁ ତେଲେଙ୍ଗାନାର ନିଜାମାବାଦରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟାଟେରୀ ଫାଟି ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ...

ମେ’ ୧୮ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ଅବଧି

ମୁମ୍ବାଇ,୨୫।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ହେଲେ ମୁମ୍ବାଇ ଓ ପୁନେରେ ଏହି ଲକ୍‌ ଡାଉନ୍‌...

ଏସ୍‌ସି କମିଶନ ମୁଖ୍ୟଙ୍କୁ ଭେଟିଲେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୧।୧୧: ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେ ସୋମବାର ଜାତୀୟ ଅନୁସୂଚିତ ଜାତି କମିଶନ (ଏନ୍‌ସିଏସ୍‌ସି)ମୁଖ୍ୟ ବିଜୟ ସାମ୍ପଲାଙ୍କୁ ଦିଲ୍ଲୀଠାରେ...

ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ କରାଇବ କେନ୍ଦ୍ର

ନୂଆଦିଲ୍ଲୀ,୩ା୬:ଭାରତ ସରକାର ଦେଶବାସୀଙ୍କ ‘ଜାତିଗତ ଶୁଦ୍ଧତା’ ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ...

‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’

ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍‌ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ...

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ...

ଗୋଆରେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଅଛି: ଭାଜପା

ନୂଆଦିଲ୍ଲୀ,୧୦।୩: ଆମେ ସନ୍ଧ୍ୟାରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟିବୁ ବୋଲି ଗୋଆ ଭାଜପା ପକ୍ଷରୁ ଗୁରୁବାର କୁହାଯାଇଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଭାଜପା...

Advertisement
Archives

Model This Week