ଉଲ୍ଲେଖନୀୟ ପ୍ରଦର୍ଶନ ଧାରା ଜାରି ରଖିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୬-୧ : ୭୧ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବତଟ ରେଳପଥ ପରିବାର ଏବଂ ଅଂଶୀଦାରଙ୍କୁ ଅଭିନନ୍ଦନ। ଏଭଳି ଏକ ପବିତ୍ର ଦିବସରେ ଭାରତର ପ୍ରଗତିକୁ ଆଗେଇ ନେବା ଲାଗି ଆମର ଉଦ୍ୟମକୁ ନିରବଛିନ୍ନ ଭାବେ ଚଳାଇ ରଖିବା ନିମନ୍ତେ ଆସନ୍ତୁ ସଂକଳ୍ପ ନେବା। ଭାରତୀୟ ରେଳପଥର ରାଜସ୍ବ ଆୟକୁ ପୂର୍ବତଟ ରେଳପଥ ଏକ ବୃହତ୍ତ ଦାନ ରଖିଥିବାରୁ ଏହାକୁ ନେଇ ଗୌରବାନ୍ବିତ ମନେ କରୁଛି। ମୁଁ ନିଶ୍ଚିତ ଯେ, ଆମର ସମୟ ଏବଂ ଶକ୍ତିକୁ ସାମୂହିକ ଉପଯୋଗ କରି ଆମେ ପୂର୍ବତଟ ରେଳପଥକୁ ସଫଳତା ଏବଂ ଶ୍ରେଷ୍ଠତାର ଏକ ଉଚ୍ଚତମ ସୋପାନକୁ ନେଇପାରିବା। ଆମର ସଫଳ ପ୍ରଦର୍ଶନ ସବୁ ବେଳେ ଗୌରବର ବିଷୟ ହୋଇ ରହିବ। ଚଳିତ ଆର୍ଥତ୍କ ବର୍ଷ ପୂର୍ବତଟ ରେଳପଥ ୧୪୬.୧୩ ନିୟୁତ ପଣ୍ୟ ପରିବହନ କରିଛି। ଏହାର ପୂର୍ବ ଆର୍ଥତ୍କ ବର୍ଷ ଅପେକ୍ଷା ଏହା ୪ ଭାଗ ଅଧିକ। ସେହିଭଳି ୭୫.୩୫ ନିୟୁତ ଯାତ୍ରୀ ପରିବହନ କରିବାକୁ ଏହା ସକ୍ଷମ ହୋଇଛି। ଯାହା ପୂର୍ବ ତୁଳନାରେ ଢେର ଅଧିକ।
ପୂର୍ବତଟ ରେଳପଥର ଆୟ ୧୨,୭୭୫.୯୫ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ଅପେକ୍ଷା ଶତକଡା ୧୦ ଭାଗ ଅଧିକ। ପରିଚାଳନାଗତ ଅନୁପାତ ଶତକଡା ୬୨.୩୯ ଭାଗ ଯାହା ଭାରତୀୟ ରେଳପଥର ସମସ୍ତ ଜୋନଠାରୁ ସର୍ବାଧିକ। ଏହା ଲାଭ ପ୍ରଦର୍ଶନର ପ୍ରଧାନ ସୂଚକ। ଫନି ଓ ବୁଲ୍‌ବୁଲ୍‌ ଦ୍ୱାରା ପ୍ରବଳ ଧ୍ୱସ୍ତ ବିଧ୍ୱସ୍ତ ହେବା ସତ୍ତ୍ୱେ ପୂର୍ବତଟ ରେଳପଥ ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ମୁଁ ଗର୍ବିିତ। ଏଭଳି ପ୍ରଦର୍ଶନ ନିମନ୍ତେ ଆମର ଅଧିକାରୀ କର୍ମଚାରୀ, ରେଳ ପରିବାରର ସଦସ୍ୟମାନେ ପ୍ରଶଂସା ପାଇବା ଲାଗି ଯୋଗ୍ୟ। ୨୦୨ ନିୟୁତ ଟନ ପଣ୍ୟ ବୋଝେଇ ଲାଗି ଆମର ଲକ୍ଷ୍ୟ। ପଣ୍ୟ ପରିବହନ କ୍ଷେତ୍ରରେ ୨୦୦ ନିୟୁତ ଟନ୍‌ର ବନ୍ଧନକୁ ଭାଙ୍ଗି ଆମେ ଇତିହାସ ସୃଷ୍ଟି କରିବା। ମୁଁ ପ୍ରତ୍ୟେକଙ୍କୁ ଉତ୍ସାହିତ କରୁଛି ଯେ, ଏହି ଲକ୍ଷ୍ୟ ହାସଲ ନିମନ୍ତେ ସଂକଳ୍ପବଦ୍ଧ ହୁଅନ୍ତୁ। ଏହି ପବିତ୍ର ଦିବସ ଅବସରରେ ମୁଁ ଆପଣ ଓ ଆପଣଙ୍କ ପରିବାରବର୍ଗଙ୍କ ସହ ମୋର ଖୁସି ବାଣ୍ଟି ଆନନ୍ଦିତ ହେଉଛି।
-ବିଦ୍ୟା ଭୂଷଣ
ମହାପ୍ରବନ୍ଧକ ପୂର୍ବତଟ ରେଳପଥ


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri