ଉପାନ୍ତ ଅଞ୍ଚଳରେ ନୃତ୍ୟ, ସଂଗୀତ, ଚିତ୍ରକଳା ପାଇଁ ଖୋଲିଲା ସା ରେ ଗା ମା…

ଯୋଡ଼ା,୨୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀ ପଡିଆଠାରେ ଉପାନ୍ତ ଅଞ୍ଚଳର ନୃତ୍ୟ, କଳା, ଚିତ୍ରକଳା ଓ ସଂଗୀତର ଉତ୍‌ଥାନ ନିମନ୍ତେ ସା ରେ ଗା ମା… ନାମକ ଏକ ସାଂସ୍କୃତିକ ଅନୁଷ୍ଠାନର ଶୁଭାରମ୍ଭ ହୋଇଛି। ଉପାନ୍ତ ଅଞ୍ଚଳରେ କଳା ଓ ସଂସ୍କୃତିକୁ ଭଲ ପାଉଥିବା ଶ୍ରୀମତୀ ଜେନାଙ୍କ ତତ୍ତ୍ୱାବଧାନରେ ଏହି ଅନୁଷ୍ଠାନର ଶୁଭାରମ୍ଭ ହୋଇଛି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଯୋଡ଼ା ଲକ୍ଷ୍ମୀ ପଡିଆଠାରେ ଶୁଭାରମ୍ଭ ହୋଇଥିବା ସା ରେ ଗା ମା… ନାମକ ଏହି ସଂଗୀତ ବିଦ୍ୟାଳୟ ଅନୁଷ୍ଠାନ କଳା ପ୍ରତି ରୁଚି ରଖିଥିବା କଳାକାରଙ୍କ ଇଚ୍ଛା ପୂରଣ କରିବ ବୋଲି ଅନୁଷ୍ଠାନର ପ୍ରୟୋଜିକା ଜେନା କହିଛନ୍ତି। କ୍ଷେତ୍ରବାସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଶୁଭାରମ୍ଭ ଉତ୍ସବରେ ମୁଖ୍ୟଅତିଥି ଭାବେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ସମ୍ମାନିତ ଅତିଥିଭାବେ ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତ ବିଶାରଦ ତଥା ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମା ପାରି ହେଉଥିବା ୧୧ ବଙ୍ଗୀୟ ଶ୍ରମିକ ଧରାପଡିଲେ

ଭୋଗରାଇ, ୧୭।୪(ଡି.ଏନ.ଏ.)-କରୋନା ଲାଗି ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବାବେଳେ ଗତ ଗୁରୁବାର ରାତିରେ ଏକ ବୋଲେରୋରେ ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପାରି ହେଉଥିବା ୧୧ଜଣ...

କରୋନା ସନ୍ଦିଗ୍ଧଙ୍କୁ କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ ଭର୍ତ୍ତି

ସାକ୍ଷୀଗୋପାଳ, ୪/୪(ଡି.ଏନ.ଏ)-ପୁରୀ ଜିଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ...

ନବକିଶୋରଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବନ୍ତ, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ଗ୍ରାମର ନରେନ୍ଦ୍ର ସାମଲଙ୍କ ପୁଅ ନବକିଶୋର(୧୬)ଙ୍କୁ ବ୍ଲକ ପ୍ରଶାସନ ସହାୟତାର ହାତ ବଢ଼ାଇଛି।...

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

ପଙ୍କପାଳ ବାଲି ଖାଦାନରୁ ରାଜସ୍ବ ଲୁଟ୍‌: କାମ ଦେଉନି ଏନ୍‌ଜିଟି ନିର୍ଦ୍ଦେଶ

ଯାଜପୁର ଅଫିସ,୨୭ା୨: ଯାଜପୁର ଜିଲା ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ଖାତା ନମ୍ବର ୨୨୪, ପ୍ଲଟ ନମ୍ବର ୧୦୭୫ ଓ ୧୦୮୯ ବ୍ରାହ୍ମଣୀ ନଦୀ...

ଅଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ୨୬୦ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଅଶୋକ ଦାସ ଫାଉଣ୍ଡେଶନ୍‌ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ରମରେ ଯାଜପୁର ନିର୍ବାଚନମଣ୍ଡଳୀର ସୁଜନପୁର, ସିମିଳିଆ, ଜାଫରପୁର, ବେରୁଦା ଆଦି...

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି...

ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର...

Play 250+ Trending Games
Archives

Model This Week

Why Dharitri