ଉପଭୋକ୍ତାଙ୍କ ଠାରୁ ଦୂରେଇଯାଉଛି ବିଏସ୍‌ଏନଏଲ୍‌

ଭଞ୍ଜନଗର,୬।୭(ଡି.ଏନ.ଏ.)-ଘରୋଇ କମ୍ପାନୀଙ୍କ ସ୍ବାର୍ଥ ପାଇଁ ସରକାରୀ ସଂସ୍ଥା ବିଏସ୍‌ଏନଏଲ୍‌କୁ ଜାଣିଶୁଣି ଦୁର୍ବଳ କରି ଦିଆଯାଉଥିବା ଅଭିଯୋଗ ହେଉଛି। ଦେଶର ଅଧିକାଶଂ ଅଞ୍ଚଳରେ ୪ଜି ମୋବାଇଲ ସେବା ମିଳୁଛି। ଭଞ୍ଜନଗରରେ ମଧ୍ୟ ଘରୋଇ କମ୍ପାନୀ ଗୁଡ଼ିକ ୪ଜି ସେବା ପ୍ରଦାନ କରୁଛନ୍ତି। କିନ୍ତୁ ବିଏସ୍‌ଏନଏଲ ସେବା ଭଞ୍ଜନଗରକୁ ପ୍ରଥମେ ଆସିଥିଲେ ମଧ୍ୟ ଆଜିବି ୩ଜି ସେବା ମିଳୁଛି। ଅଧିକାଶଂ ସମୟ ୩ଜି ବଦଳରେ ୨ ଜି ସେବା ମିଳୁଛି। ଏଭଳି ପରିସ୍ଥିତିରେ ପ୍ରାୟ ୧ ମାସ ହେବ ଲଣ୍ଡେଇସାହିରେ ଥିବା ବିଏସ୍‌ଏନଏଲ ଟାୱାରର ଏକ ମେଶିନ ଖରାପ ହୋଇଯାଇଛି। ତାହାକୁ ମରାମତି କରାଯାଉନାହିଁ। ଫଳରେ ଲଣ୍ଡେଇସାହି ଅଞ୍ଚଳର ହଜାର ହଜାର ଗ୍ରାହକ ବିଏସ୍‌ଏନଏଲ ମୋବାଇଲ ଫୋନ ସେବା ଠିକ୍‌ ଭାବେ ପାଇପାରୁନାହାନ୍ତି। ଘର ଭିତରେ ଫୋନ ଲାଗୁନାହିଁ। ଲଣ୍ଡେଇସାହି ଅଞ୍ଚଳରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ବିଇଡ଼ି କଲେଜ ସମେତ ସହରର ଅଧିକାଶଂ ଅଫିସ ସହ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରହିଛି। ଦୌନନ୍ଦିନ ଏହି ଅଞ୍ଚଳକୁ ହଜାର ହଜାର ଲୋକ ବିଭିନ୍ନ କାମରେ ଆସୁଛନ୍ତି। ସେବା ନ ପାଇ ବିଏସ୍‌ଏନ୍‌ଏଲ ମୋବାଇଲ ଫୋନ ବ୍ୟବହାର କରୁଥିବା ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଫଳ ମିଳୁନାହିଁ। ବାଧ୍ୟହୋଇ ଅନ୍ୟ କମ୍ପାନୀର ସିମ୍‌ ବ୍ୟବହାର କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ବିଏସ୍‌ଏନଏଲ୍‌କୁ ୩୦ ପ୍ରତିଶତ ଖର୍ଚ୍ଚ କାଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବିଏସ୍‌ଏନ୍‌ଏଲରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନେ ମାସ ତମାମ କାମ ପାଇପାରିବେ ନାହିଁ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚଳିତ ମାସ ୧୫ରୁ ରାଜ୍ୟର ପ୍ରାୟ ୨୫ଶହ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଥିବା ଭଞ୍ଜନଗର ଶାଖା ସମ୍ପାଦକ ଦିଲୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗତ ଜୁନ୍‌ ୨୦ରୁ କର୍ମଚାରୀମାନେ ବକେୟା ଦରମା ଓ ଚାକିରି ନିୟମିତ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ୧୦ ଦିନ କାର୍ଯ୍ୟବନ୍ଦ ପରେ ସରକାର ୧ ମାସର ବକେୟା ଦରମା ଦେଇଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ସୁଦ୍ଧା ଆହୁରି ୫ମାସର ବକେୟା ଦରମା ମିଳିନାହିଁ। ଅନ୍ୟପଟେ ୩୦ ପ୍ରତିଶତ ଖର୍ଚ୍ଚ କାଟ କରିବା ଦ୍ୱାରା କର୍ମଚାରୀମାନେ ମଧ୍ୟ ମାସ ତମାମ କାମ ପାଇବେ ନାହିଁ। ତେଣୁ ଏହା ବିରୋଧରେ ଜୁଲାଇ ୧୫ରୁ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କହିଛନ୍ତି। ଅନ୍ୟପଟେ ବିଏସ୍‌ଏନଏଲ ଯନ୍ତ୍ରୀ ଗୌରୀ ଶଙ୍କର ମିଶ୍ର ଏଠାରେ କହିଛନ୍ତି ଯେ, ଲଣ୍ଡେଇସାହି ଟାୱାରକୁ ଖୁବ୍‌ଶୀଘ୍ର ସମ୍ପୁର୍ଣ୍ଣ ସଚଳ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳର ବିକାଶ ଉପରେ ସମୀକ୍ଷା କଲେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ

ସୋରଡ଼ା,୨୭ା୧୧(ଡି.ଏନ୍‌.ଏ.): ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ ଭି ଏବଂ ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ଜେ ସୋନାଲ ରବିବାର ସକାଳେ ସୋରଡ଼ାଗ୍ରସ୍ତ କରି ଫେରିଛନ୍ତି।...

ଦେଉଳିବନ୍ଧ ଉନ୍ନତୀକରଣ କାର୍ଯ୍ୟରେ ବିଳମ୍ବ

ଗୋପାଳପୁର,୯।୬-ରଙ୍ଗେଇଲୁଣ୍ଡା ବ୍ଲକ ରାଳବସ୍ଥିତ ଦେଉଳିବନ୍ଧର ଉନ୍ନତୀକରଣ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି। ୨୦୧୮ ଡିିସେମ୍ବର ୭ରୁ ଆରମ୍ଭ ହୋଇ ଏହି...

ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋରଡ଼ା,୧୧।୨(ଡି.ଏନ୍‌.ଏ.): ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ଅସୁରବନ୍ଧ ପଞ୍ଚାୟତର ଦନ୍ତଲିଙ୍ଗି ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି। ମିଶନ ଧର୍ମ ସଂଘର ପ୍ରୋଭିନସିଆଲ ଫାଦର ମ୍ୟାଥୁ...

ବ୍ରହ୍ମପୁରରେ ଶଟ୍‌ଡାଉନ୍‌ର ପ୍ରଭାବ: ତେଜରାତି ଦୋକାନ ସହ ପନିପରିବା ଦୋକାନ ବି ବନ୍ଦ, ଶୂନ୍‌ଶାନ ସହର ରାସ୍ତା

ବ୍ରହ୍ମପୁର ଅଫିସ,୬ା୬: କରୋନା ମୁକାବିଲା ପାଇଁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ୧୧ଟି ଜିଲାରେ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା...

ଜିଲା ବାହାରକୁ ଆମ୍ବୁଲାନ୍ସ ଗଲେ ଜିଲାପାଳଙ୍କ ଅନୁମତି ଉଚ୍ଛେଦ ଦାବି

ବ୍ରହ୍ମପୁର ଅଫିସ୍‌,୪ା୬-ସ୍ବାସ୍ଥ୍ୟ ସେବାରେ ସୁଧାର ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଘଣ୍ଟଯାତ୍ରା ସୋମବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ...

ଗାଁ ଯୁବକଙ୍କ ପ୍ରଚେଷ୍ଟାରେ ରାସ୍ତା ପାର୍ଶ୍ୱରୁ ହଟିଲା ଆବର୍ଜନା

ଗଞ୍ଜାମ,୬।୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଉତ୍ସାହୀ ଯୁବକମାନେ ଶୁକ୍ରବାର ସକାଳୁ ବନ୍ଧ ଏବଂ ରାସ୍ତାରୁ ଅଳିଆ ଆବର୍ଜନା ହଟାଇବାରେ ଲାଗିପଡ଼ିଛନ୍ତି। ଗ୍ରାମ...

ମମିତା ହତ୍ୟା ମାମଲା: ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଛତ୍ରପୁର,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଭାଜପା ସାଙ୍ଗଠନିକ ଘୁମୁସର ଜିଲା ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ମମିତା ପରିବାରକୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍‌ପିଙ୍କ...

ସୁରଟରୁ ଗଞ୍ଜାମ ଆସିଛି ୨୯୮ ବସ୍‌ : ଫେରିଛନ୍ତି ୧୬,୫୭୬ ପ୍ରବାସୀ

ଭଞ୍ଜନଗର,୧୨।୫(ଡି.ଏନ.)-ସୁରଟରୁ ଏପ୍ରିଲ ୨୯ ତାରିଖରୁ ଗତ ୮ ତାରିଖ ମଧ୍ୟରେ ମୋଟ ୨୯୮ଟି ବସରେ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ଅନ୍ୟପକ୍ଷରେ ସୋମବାର ପୂର୍ବାହ୍ନ...

Advertisement
Archives

Model This Week