Posted inଜାତୀୟ

ଉପନିର୍ବାଚନ ଫଳାଫଳ ପରେ ବହୁମତ ପାଇଁ ୟେଦୁରପ୍ପା ସରକାର ଆବଶ୍ୟକ କରିବେ ୬ ବିଧାୟକଙ୍କ ସମର୍ଥନ

ବେଙ୍ଗାଲୁରୁ,୧୩।୧୧: କର୍ନାଟକର ୧୫ଟି ବିଧାନସଭା ଆସନରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସମ୍ପ୍ରତି କର୍ନାଟକରେ ମୋଟ ବିଧାୟକ ସଂଖ୍ୟା ୨୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୧୦୪ ଥିବାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି। ତେବେ ୧୫ ଆସନରେ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଧାୟକ ସଂଖ୍ୟା ୨୨୨କୁ ବୃଦ୍ଧି ପାଇବ। ଏହା ସହିତ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୧୨ରେ ପହଞ୍ଚିବ। ଏପରିସ୍ଥଳେ ୟେଦୁରପ୍ପା ସରକାରଙ୍କୁ ତିଷ୍ଠି ରହିବା ଲାଗି ଆଉ ୬ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିବ। ଏବେ କଂଗ୍ରେସ ପାଖରେ ୬୬ ଏବଂ ଜେଡିଏସ୍‌ ନିକଟରେ ୩୪ ବିଧାୟକ ରହିଛନ୍ତି। ପୂର୍ବରୁ ଏସବୁ ଆସନରେ କଂଗ୍ରେସ ଏବଂ ଜେଡିଏସ୍‌ ବିଧାୟକ ବିଜୟ ଲାଭ କରିଥିଲେ। ଏବେ ଯଦି ଭାଜପା ପକ୍ଷରୁ ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଏ ତେବେ ୟେଦୁରପ୍ପା ସରକାରଙ୍କ ଆଗରେ ଦେଖାଦେଇଥିବା ସମସ୍ୟା ସୁଧୁରିଯିବ। ଅନ୍ୟଥା ପୁଣି ରାଜ୍ୟ ରାଜନୀତିରେ ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟପିଲା ପିଆଜ

ନୂଆଦିଲ୍ଲୀ,୨୧।୯: ଖାଉଟିଙ୍କୁ ପୁଣି ଥରେ ପିଆଜ କନ୍ଦାଇଛି। ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ସପ୍ତାହ ତଳେ ଏହାର ଦାମ୍‌...

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଏବେ ଚାଲିବ ବିଚାର

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କୁ ସୁପ୍ରିମ୍‌କୋର୍ଟରେ ମଙ୍ଗଳବାର ବଡ଼ ଝଟ୍‌କା ମିଳିଛି। ସେ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବାରୁ ଜନପ୍ରତିନିଧି ଅଧିନିୟମ ଅନ୍ତର୍ଗତ...

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା: ୪୧ ଆହତ

ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା...

ଦିଲ୍ଲୀ ହସ୍ପିଟାଲରେ କେବଳ ହେବ ଦିଲ୍ଲୀବାସୀଙ୍କ ଚିକିତ୍ସା: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ନେଇ ରବିବାର ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀର ସମସ୍ତ ସରକାରୀ...

ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ

ମହାରାଷ୍ଟ୍ରର ଅମରାବତୀର ହର୍ବିନ୍‌ ସରକାରୀ ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ ସୁବିଧା। ଶିଖ୍‌ ସଂପ୍ରଦାୟର ‘ଦଶବନ୍ଦ’ ଶିକ୍ଷା ମାଧ୍ୟମରେ ଆରମ୍ଭ ହୋଇଛି ‘ଜଲାରାମ ପାନପୋଇ...

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ...

ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି ।...

ଭୟରେ ମୁମ୍ବାଇବାସୀ: କରୋନାରେ ସଂକ୍ରମିତ ସଫେଇ କର୍ମଚାରୀ

ମୁମ୍ବାଇ,୨।୪: ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି)ର ଜଣେ ସଫେଇ କର୍ମଚାରୀ ଓ୍ବର୍ଲିରେ କାମ କରୁଥିବା ବେଳେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ଉକ୍ତ ୫୨...

Coronavirus Update


Archives

Model This Week

Why Dharitri