Posted inଜାତୀୟ

ଉନ୍ନାଓ ପୀଡିତାଙ୍କ ପରିବାରର ସମସ୍ତ ଦାବି ପୂରଣ କରାଯିବ: ଲକ୍ଷ୍ନୌ କମିଶନର

ଲକ୍ଷ୍ନୌ,୮।୧୨: ଉନ୍ନାଓ ପୀଡିତାଙ୍କ ପରିବାର ଯେଉଁସବୁ ଦାବି କରିଥିଲେ ତାହା ପୂରଣ କରାଯିବ ବୋଲି ଶନିବାର କଥା ଦେଇଛନ୍ତି ଉତ୍ତର ପ୍ରଦେଶ ପ୍ରଶାସନ। ଲକ୍ଷ୍ନୌ ଡିଭିଜନାଲ କମିଶନର ମୁକେଶ ମେଶରାମ ଖବରଦାତାମାନଙ୍କୁ ସୂଚନା ଦେଇ କହିଛନ୍ତି, ସେ ପୀଡିତାଙ୍କ ପରିବାର ସହ କଥା ହୋଇଛନ୍ତି ଯାହା ଆବଶ୍ୟକ ସୁବିଧା ତାହା ସେମାନଙ୍କୁ ଯୋଗାଇ ଦିଆଯିବ। ଫାଷ୍ଟ ଟ୍ରାକ୍‌ କୋର୍ଟରେ ମାମଲାର ଶୁଣାଣି ହେବାସହ ଯେହେତୁ ପୀଡିତାଙ୍କ ପରିବାର ଗରିବ ତେଣୁ ସରକାରଙ୍କ ଦ୍ୱାରା ମଞ୍ଜୁରିପ୍ରାପ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମେଶରାମ କହିଛନ୍ତି। ଆର୍ମ ଆକ୍ଟ ଅନୁଯାୟୀ ତାଙ୍କ ଭାଇଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ସହ ତାଙ୍କ ଭଉଣୀଙ୍କୁ ଆଜିଠାରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ। ଏହାସହ ପୀଡିତାଙ୍କ ପରିବାର ବଡ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଟି ଘର ମଧ୍ୟ ଯୋଗାଇ ଦିଆଯିବ। ପ୍ରଶାସନ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯିବା ପରେ ପୀଡିତାଙ୍କ ମୃତଦେହକୁ ସଂସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା: ପିଏମ୍‌ ପଦ ପାଇଁ ଦେଶର ସବୁଠୁ ବଡ଼ ଦଳକୁ ମିଳୁ ସୁଯୋଗ

ନୂଆଦିଲ୍ଲୀ,୧୭।୫: ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଇଥିବା ବୟାନକୁ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌। ଗୁରୁବାର କେନ୍ଦ୍ରରୁ ଏନଡିଏକୁ ହଟାଇବା...

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୭ ମୃତ

ଡେରାଡୁନ, ୩୧।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଶିଳାଖଣ୍ଡ ଖସି ସେମାନଙ୍କ...

ରେଲଓ୍ବେ ଟ୍ରାକ୍‌-ଏନ୍‌ଏଚ୍‌ ପାର୍ଶ୍ୱରେ ନିର୍ମିତ ହେବ ହେଲିପ୍ୟାଡ୍‌…

ନୂଆଦିଲ୍ଲୀ, ୧୦।୧ : ଆହତମାନଙ୍କୁ ତୁରନ୍ତ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯିବା ଯୋଜନା ଅନ୍ତର୍ଗତ ରେଲଓ୍ବେ ଟ୍ରାକ ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ପାର୍ଶ୍ୱରେ ହେଲିପ୍ୟାଡ...

ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୭ ବଗି ଲାଇନଚ୍ୟୁତ

ଦିବ୍ରୁଗଡ଼,୮।୧୨: ଆସାମରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ୭ ବଗି ଲାଇନଚ୍ୟୁତ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ରେ ଥିବା ନାହାରକାଟିଆ ରେଳଷ୍ଟେଶନ ନିକଟରେ ଏହା...

ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ...

ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ଆକ୍ରମଣ ଇନପୁଟ୍‌ ଆଧାରରେ ରାଜଧାନୀରେ ହାଇ ଆଲର୍ଟ…

ନୂଆଦିଲ୍ଲୀ, ୧୩।୮ : ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ତେବେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ଲାଗି...

ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍‌ ହେଉଛନ୍ତି କଲାମ୍‌ଙ୍କର ୩ ପୁଅ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ...

ଗିରଫ ହେଲେ କନ୍ନଡ ଅଭିନେତା ଚେତନ କୁମାର

ମୁମ୍ବାଇ,୨୧।୩: କନ୍ନଡ ଚଳଚ୍ଚିତ୍ର ଅଭିନେତା ଚେତନ କୁମାର କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଚେତନ କୁମାରଙ୍କ ବିଷୟରେ ବଡ...

Advertisement
Archives

Model This Week