Posted inଜାତୀୟ

ଉନ୍ନାଓ ପୀଡ଼ିତା ପରିବାରର ଦାବି: ଅଭିଯୁକ୍ତଙ୍କୁ ମିଳୁ ହାଇଦ୍ରାବାଦ ଭଳି ଦଣ୍ଡ

ନୂଆଦିଲ୍ଲୀ,୮ା୧୨(ପି.ଟି.): ଅର୍ଦ୍ଧଦଗ୍ଧ ଉନ୍ନାଓ ପୀଡିତା ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ ଭଳି ଏନ୍‌କାଉଣ୍ଟର କରାଯିବାକୁ କିମ୍ବା ଫାଶୀ ଦେବାକୁ ପୀଡିତାଙ୍କ ପରିବାର ସଦସ୍ୟମାନେ ଦାବି କରିଛନ୍ତି। ଯୌନ ହିଂସାର ଶିକାର ହୋଇଥିବା ଯୁବତୀଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବାରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବିଫଳ ହୋଇଥିବାରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ପୀଡିତାଙ୍କ ପରିବାରକୁ ନ୍ୟାୟ ଦାବିରେ ସେ ରାଜ୍ୟ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି। ଶନିବାରକୁ ସେ କଳାଦିବସ ବୋଲି କହିବା ସହ ଗଣବଳାତ୍କାର ପୀଡ଼ିତାଙ୍କ ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ବିଚାର କରାଯାଇ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ବିରୋଧୀମାନେ ଦାବି କରିଛନ୍ତି।
ଶରୀର ଅତ୍ୟଧିକ ପୋଡ଼ିଯାଇଥିବାରୁ ପୀଡିତାଙ୍କ ମୃତ୍ୟୁ ଘଟିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ବ୍ୟବଚ୍ଛେଦ କରାଯାଇ ପୀଡ଼ିତାଙ୍କ ଗାଁରେ ମୃତଦେହ ପହଞ୍ଚତ୍ବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତାଙ୍କ ଝିଅଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କର ବଞ୍ଚତ୍ରହିବାର ଅଧିକାର ନାହିଁ। ତେଣୁ ସେମାନଙ୍କୁ ପୋଲିସ ଏନ୍‌କାଉଣ୍ଟରରେ କିମ୍ବା ଫାଶୀ ଦେଇ ମାରିଦିଆଯାଉ ବୋଲି ପୀଡିତାଙ୍କ ବାପା କହିଥିଲେ। ପୀଡ଼ିତାଙ୍କ ଭାଇ ମଧ୍ୟ ସମାନ ଦାବି କରିଥିଲେ। ଗୁରୁବାର ଉନ୍ନାଓ ପୀଡିତା କୋର୍ଟ ଯାଉଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ପୀଡିତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେବାରୁ ଶରୀରର ୯୦ ଭାଗ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ନିଆଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା।
ଉନ୍ନାଓ ପୀଡିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ବିଚାର କରାଯାଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ଯୋଗୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ସେ ପୀଡିତାଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧ ଭଦ୍ରା ଉନ୍ନାଓ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ସେ ଯୋଗୀ ସରକାରଙ୍କୁ ଦାୟୀ କରିଛନ୍ତି। ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଥିବା ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ଦେଶରେ ମହିଳାଙ୍କ ପ୍ରତି ହିଂସା ବଢ଼ୁଥିବାରୁ ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଦେଶ ଚଳାଉଥିବା ବ୍ୟକ୍ତି ହିଂସାରେ ବିଶ୍ୱାସ କରୁଥିବା ରାହୁଲ କହିଛନ୍ତି। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ସରକାରରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଉତ୍ତରପ୍ରଦେଶ ବଳାତ୍କାରର ରାଜଧାନୀରେ ପରିଣତ ହୋଇଥିବା କଂଗ୍ରେସ ସମାଲୋଚନା କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନାଟେ ଦାବି କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଇବାକୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ୟୁପି ସରକାରଙ୍କୁ କହିଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ଘଟିବା ଲଜ୍ଜାଜନକ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିବା ସହ ଅପରାଧୀଙ୍କୁ ରାଜ୍ୟ ସରକାର ଫାଶୀ ଦେବାର ବ୍ୟବସ୍ଥା କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ମାସ ପରେ ଆସିବ କରୋନାର ତୃତୀୟ ଲହର!

ନୂଆଦିଲ୍ଲୀ,୧୪ ।୯: କରୋନା ମହାମାରୀ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ତା’ର ତୃତୀୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି...

କର୍ନାଟକ କଂଗ୍ରେସକୁ ଝଟ୍‌କା: ଦଳର ହାତ ଛାଡ଼ିଲେ ୨୫ବର୍ଷର ସଦସ୍ୟ

ବେଙ୍ଗାଲୁରୁ,୧।୬: କର୍ନାଟକ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟର ଓକିଲ ବ୍ରିଜେଶ କଲାପ୍ପା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ୨୫ ବର୍ଷରୁ କଂଗ୍ରେସରେ ଥିଲେ। ବ୍ରିଜେଶ...

ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି

ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍‌ଗାର ପରିଷଦ-ମାଓବାଦୀ...

ଆୟଠୁ ଅଧିକ ସମ୍ପତ୍ତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂଙ୍କୁ ପୁଣି ପଚରାଉଚରା କରିବ ଭିଜିଲାନ୍ସ

ଚଣ୍ଡିଗଡ,୧୦।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ୍‌ ସିଂ ଚନ୍ନିଙ୍କୁ ଭିଜିଲାନ୍ସ ପୁଣି ପଚରାଉଚରା କରିବ ବୋଲି ଜଣାପଡିଛି। ସୂଚନାନୁସାରେ, ପଞ୍ଜାବ ଭିଜିଲାନ୍ସ...

ଦେଶରେ ୪,୦୬୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧,୪୪୫ ଜଣଙ୍କର ରହିଛି ତବଲିଘ୍ ଜମାତ୍ ସହ ସମ୍ପର୍କ

ନୂଆଦିଲ୍ଲୀ,୬ ।୪: ସୋମବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୦୬୭ରେ । ତେବେ ଏମାନଙ୍କ ମଧ୍ୟରୁ ୧,୪୪୫ ଜଣଙ୍କର ତବଲିଘ ଜମାତ୍ ସହ...

ଡେଙ୍ଗୁ ମୁକାବିଲା ବିଫଳ

ଭୁବନେଶ୍ୱର,୧୮।୮(ଅଭିଜିତ ଦାସ):ରାଜ୍ୟରେ କ୍ଷିପ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ହୁହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ପ୍ରତିବର୍ଷ ପରି ଏବର୍ଷ ଡେଙ୍ଗୁ ମୁକାବିଲା ଲାଗି ମୌସୁମୀ ପୂର୍ବରୁ...

୫ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୨।୧: ଆସନ୍ତା ଫେବୃୟାରୀ ୧୦ରୁ ୫ଟି ରାଜ୍ୟରେ ନିର୍ବାଚନ ଆରମ୍ଭ ହେବ। ତେବେ କୋଭିଡ୍‌ କଟକଣା ମଧ୍ୟରେ ନିର୍ବାଚନ କିପରି ହୋଇପାରିବ ସେନେଇ ନିର୍ବାଚନ କମିଶନ...

ବ୍ରିଟେନରୁ ଭାରତ ଆସୁଥିବା ନାଗରିକଙ୍କୁ ୧୦ ଦିନ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁଁ ବ୍ରିଟେନ ଭାରତୀୟ ନାଗରିକଙ୍କ ଉପରେ ଯେଉଁ ପ୍ରତିବନ୍ଧକ ଲଗାଇ ଥିଲା ଭାରତ ଏବେ ଏହାର ଜବାବ ଦେଉଛି ।...

Advertisement
Archives

Model This Week