Posted inଜାତୀୟ

ଉନ୍ନାଓ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ସିବିଆଇ ଟିମ୍‌

ରାଏବରେଲି,୩୧।୭: ଏକ କାର୍‌ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାର ଯାଞ୍ଚ୍‌ ପାଇଁ ସିବିଆଇ ୧୨ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଗିରଫ ଟ୍ରକ୍‌ ଡ୍ରାଇଭର୍‌ ଏବଂ କ୍ଲିନ୍‌ରଙ୍କୁ ପଚରାଉଚୁରା କରାଯିବ ବୋଲି ଜଣାପଡିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ବୁଧବାର ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ପୀଡ଼ିତା ନିଜର ମାଉସୀ ଏବଂ ଓକିଲଙ୍କ ସହିତ ରାଏବରେଲି ଆସୁଥିବାବେଳେ ବାଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ତାଙ୍କ ମାଉସୀ ମୃତ୍ୟୁ ଘଟିଥିଲା ବେଳେ ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ, ୫।୮: ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦିଆଯାଇଛି। ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ...

ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ...

୫୩ ନାଗା ଉଗ୍ରପନ୍ଥୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ, ୨୭।୧୨ (ଆଇଏଏନ୍‌ଏସ୍‌): ନାଗାଲାଣ୍ଡର ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ (କେ-ୟୁଙ୍ଗ ଅଙ୍ଗ୍‌) ଉଗ୍ରପନ୍ଥୀ ସଂଗଠନର ଶୀର୍ଷ ନେତା ୫୨ ଜଣ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଛନ୍ତି।...

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା...

ଦିଲ୍ଲୀ ଜଗଜୀବନ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ ବାବୁ ଜଗଜୀବନ ରାମ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ କରୋନାରେ...

ଉପରାଜ୍ୟପାଳଙ୍କ ବିରୋଧରେ କେଜରିଓ୍ବାଲ ରାସ୍ତାରେ କଲେ ପ୍ରଦର୍ଶନ…

ନୂଆଦିଲ୍ଲୀ,୧୬।୧ : ଶେଷ ହେବା ପରିବର୍ତ୍ତେ ଦିଲ୍ଲୀର କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର...

ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।...

ଶ୍ରଦ୍ଧା ହତ୍ୟାକାଣ୍ଡର ଯାଞ୍ଚ କରିବ ଏସ୍‌ଆଇଟି: ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକରଙ୍କ ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ପୂର୍ବରୁ ଏକ ଏସ୍‌ଆଇଟି...

Advertisement
Archives

Model This Week