ଉଦ୍ୟୋଗିକ ଉତ୍ପାଦନ,ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯: ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଆଣିଛିି ଖୁସିଖବର। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩%କୁ ବୃଦ୍ଧି ପାଇଛି, ଯାହାକି ଜୁନ୍‌ରେ ଏହା ମାତ୍ର ୧.୨% ରହିଥିଲା। ଏହାକୁ ଦୃଷ୍ଟିରେ ରଖିଲେ ଜୁଲାଇରେ ଉତ୍ପାଦନ ବଢ଼ିଛି ବୋଲି କହିବାକୁ ହେବ। ତେବେ ବାର୍ଷିକ ଆଧାରକୁ ଦେଖିଲେ ନିରାଶ ହେବାକୁ ପଡିବ। ଗତବର୍ଷ ଏହି ସମୟରେ ଏହା ୬.୫% ରହିଥିଲା। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଚଳିତବର୍ଷ ଏପ୍ରିଲ-ଜୁଲାଇ ମଧ୍ୟରେ ଔଦ୍ୟୋଗିକ ଉତ୍ପାଦନ ୩.୩% ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୫.୪% ରହିଥିଲା। ଆଲୋଚ୍ୟ ମାସରେ ମାନୁଫାକ୍‌ଚରିଂ ସେକ୍ଟରରେ ଅଭିବୃଦ୍ଧି ୪.୨% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୭% ରହିଥିଲା। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ(ସିଏସ୍‌ଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ମାନୁଫାକ୍‌ଚରିଂ ଉତ୍ପାଦନ ହାର ୪.୨% ଥିଲା। ବର୍ଷକ ପୂର୍ବେ ଏହା ୭% ରହିଥିଲା। ଆଲୋଚ୍ୟ ମାସରେ ବିଜୁଳି ଉତ୍ପାଦନ ୪.୮%, ଖଣି ଖନନ କ୍ଷେତ୍ରରେ ଉତ୍ପାଦନ ୪.୯%କୁ ବୃଦ୍ଧି ପାଇଛି, ଯାହା କି ବର୍ଷକ ପୂର୍ବରୁ ୩.୪% ରହିଥିଲା। ପୁଞ୍ଜିଗତ ସାମଗ୍ରୀ ଉତ୍ପାଦନ ଜୁଲାଇରେ ୭.୧% କୁ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଏହି ସମୟରେ ୨.୩% ବୃଦ୍ଧି ଦେଖାଯାଇଥିଲା। ନିର୍ମାଣ କ୍ଷେତ୍ରରେ ୨.୧% ଅଭିବୃଦ୍ଧି ହୋଇଥିବା ବେଳେ ବିନିର୍ମାଣ କ୍ଷେତ୍ରର ୨୩ ମଧ୍ୟରୁ ୧୨ କ୍ଷେତ୍ରରେ ଜୁଲାଇରେ ଅଭିବୃଦ୍ଧି ହାସଲ ହୋଇଛି।
ଅନ୍ୟପକ୍ଷରେ ଖାଦ୍ୟପଦାର୍ଥ ଦରବୃଦ୍ଧି କାରଣରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୨୧% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୩.୧୫% ଥିଲା। ଏହା ୧୦ ମାସରେ ସର୍ବାଧିକ। ୨୦୧୮ ଅକ୍ଟୋବରରେ ଏହା ୩.୩୮% ରହିଥିଲା। ତେବେ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ୪%ର ଲକ୍ଷ୍ୟ ମଧ୍ୟରେ ରହିଛି। ଫୁଡ୍‌ ବାସ୍କେଟରେ ମୁଦ୍ରାସ୍ପୀତି ହାର ୨.୯୯%ରେ ପହଞ୍ଚତ୍ୟାଇଛି। ଜୁଲାଇରେ ଏହା ୨.୩୬% ଥିଲା ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି। ମାଂସ ଓ ମାଛ ଦର ବୃଦ୍ଧି କ୍ଷେତ୍ରରେ ୮.୫୧%, ଡାଲି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦରବୃଦ୍ଧି ୬.୯୪%, ପନିପରିବା ଦର ୬.୯% ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିପିଏସ୍‌ କଳିଙ୍ଗରେ ସ୍କାଉଟ୍ସ, ଗାଇଡ୍ସ ଶପଥ ଗ୍ରହଣ ଉତ୍ସବ

ଫୁଲନଖରା,୫ା୯(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗ(ଡିପିଏସ୍‌) ପରିସରରେ ନୂତନ ଭାବେ ଯୋଗ ଦେଇଥିବା ସ୍କାଉଟ୍ସ ଓ ଗାଇଡ୍‌ମାନଙ୍କର ଶପଥ...

ସୋନିର ନୂତନ କ୍ୟାମେରା ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୨: ସୋନି ଇଣ୍ଡିଆର ନୂତନ କ୍ୟାମେରା ‘ଏଫ୍‌ଏକ୍ସ୩୦’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂତନ କ୍ୟାମେରା ଏଫ୍‌ଏକ୍ସ୩୦ ଏକ ୪କେ ସୁପର...

କରୋନା ଟିକା ପାଇଁ ଲୋଡ଼ା ୮୦ ହଜାର କୋଟି

ନୂଆଦିଲ୍ଲୀ: ଦେଶ ମଧ୍ୟରେ ସମସ୍ତଙ୍କୁ କରୋନା ଟିକା ଯୋଗାଇଦେବା ଲାଗି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସରକାରଙ୍କୁ ୮୦ ହଜାର କୋଟି ଟଙ୍କା ଲୋଡ଼ା ପଡିବ।...

ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେକୁ ମଞ୍ଜୁରୀ, ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ୍‌…

ନୂଆଦିଲ୍ଲୀ, ୧୧।୬ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେ(ବୈଦ୍ୟୁତିକ ରାଜପଥ...

ପେଟିଏମ୍‌ ଉପରେ ଆର୍‌ବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୩: ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। କମ୍ପାନୀକୁ ନୂଆ ଗ୍ରାହକ ସୃଷ୍ଟି ନ କରିବାକୁ ଶୁକ୍ରବାର...

ନୂଆ ପ୍ୟାକ୍‌ରେ ଭିକୋ ବଜ୍ରଦନ୍ତି ପେଷ୍ଟ

ଭୁବନେଶ୍ୱର,୨୧-୬: ଭିକୋ ବଜ୍ରଦନ୍ତି ପେଷ୍ଟ ଏବେ ନୂଆ ପ୍ୟାକରେ ଉପଲବ୍ଧ ହେଉଛି। ଏହି ପ୍ରଡକ୍ଟରେ କମ୍ପାନୀ ୧୮ ପ୍ରକାରର ଜଡିବୁଟିର ସମାହାରକୁ ସାମିଲ କରିଛି। ଏହା...

ଆଜି କର୍କଟ ରୋଗୀଙ୍କ ପାଇଁ ‘ଫଣ୍ଡରେଜିଂ ଇଭେଣ୍ଟ’

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସଦ୍‌ଗୁରୁ ହସ୍ପିଟାଲ କଟକ ଏବଂ ଭୁବନେଶ୍ୱର ଭିଭାନ୍ତା ହୋଟେଲର ମିଳିତ ସହଯୋଗରେ କର୍କଟ ରୋଗୀଙ୍କ ଲାଗି ଆଜି ଏକ...

ଭାରତର ମୁଦ୍ରାସ୍ଫୀତି ଅନୁମାନ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୨୨ା୭: ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଚଳିତ ଆର୍ଥିକ ବର୍ଷରେ ଭାରତର ମୁଦ୍ରାସ୍ଫୀତି ଅନୁମାନକୁ ୪.୧୦ ପ୍ରତିଶତକୁ ହ୍ରାସ କରିଛି। ଟଙ୍କାର ମୂଲ୍ୟ ବୃଦ୍ଧି ପାଇବା ତଥା...

Advertisement
Archives

Model This Week