ଉଦ୍ୟୋଗିକ ଉତ୍ପାଦନ,ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯: ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଆଣିଛିି ଖୁସିଖବର। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩%କୁ ବୃଦ୍ଧି ପାଇଛି, ଯାହାକି ଜୁନ୍‌ରେ ଏହା ମାତ୍ର ୧.୨% ରହିଥିଲା। ଏହାକୁ ଦୃଷ୍ଟିରେ ରଖିଲେ ଜୁଲାଇରେ ଉତ୍ପାଦନ ବଢ଼ିଛି ବୋଲି କହିବାକୁ ହେବ। ତେବେ ବାର୍ଷିକ ଆଧାରକୁ ଦେଖିଲେ ନିରାଶ ହେବାକୁ ପଡିବ। ଗତବର୍ଷ ଏହି ସମୟରେ ଏହା ୬.୫% ରହିଥିଲା। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଚଳିତବର୍ଷ ଏପ୍ରିଲ-ଜୁଲାଇ ମଧ୍ୟରେ ଔଦ୍ୟୋଗିକ ଉତ୍ପାଦନ ୩.୩% ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୫.୪% ରହିଥିଲା। ଆଲୋଚ୍ୟ ମାସରେ ମାନୁଫାକ୍‌ଚରିଂ ସେକ୍ଟରରେ ଅଭିବୃଦ୍ଧି ୪.୨% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୭% ରହିଥିଲା। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ(ସିଏସ୍‌ଓ) ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ମାନୁଫାକ୍‌ଚରିଂ ଉତ୍ପାଦନ ହାର ୪.୨% ଥିଲା। ବର୍ଷକ ପୂର୍ବେ ଏହା ୭% ରହିଥିଲା। ଆଲୋଚ୍ୟ ମାସରେ ବିଜୁଳି ଉତ୍ପାଦନ ୪.୮%, ଖଣି ଖନନ କ୍ଷେତ୍ରରେ ଉତ୍ପାଦନ ୪.୯%କୁ ବୃଦ୍ଧି ପାଇଛି, ଯାହା କି ବର୍ଷକ ପୂର୍ବରୁ ୩.୪% ରହିଥିଲା। ପୁଞ୍ଜିଗତ ସାମଗ୍ରୀ ଉତ୍ପାଦନ ଜୁଲାଇରେ ୭.୧% କୁ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଏହି ସମୟରେ ୨.୩% ବୃଦ୍ଧି ଦେଖାଯାଇଥିଲା। ନିର୍ମାଣ କ୍ଷେତ୍ରରେ ୨.୧% ଅଭିବୃଦ୍ଧି ହୋଇଥିବା ବେଳେ ବିନିର୍ମାଣ କ୍ଷେତ୍ରର ୨୩ ମଧ୍ୟରୁ ୧୨ କ୍ଷେତ୍ରରେ ଜୁଲାଇରେ ଅଭିବୃଦ୍ଧି ହାସଲ ହୋଇଛି।
ଅନ୍ୟପକ୍ଷରେ ଖାଦ୍ୟପଦାର୍ଥ ଦରବୃଦ୍ଧି କାରଣରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୨୧% ରହିଛି, ଯାହା କି ଗତବର୍ଷର ଏହି ସମୟରେ ୩.୧୫% ଥିଲା। ଏହା ୧୦ ମାସରେ ସର୍ବାଧିକ। ୨୦୧୮ ଅକ୍ଟୋବରରେ ଏହା ୩.୩୮% ରହିଥିଲା। ତେବେ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ୪%ର ଲକ୍ଷ୍ୟ ମଧ୍ୟରେ ରହିଛି। ଫୁଡ୍‌ ବାସ୍କେଟରେ ମୁଦ୍ରାସ୍ପୀତି ହାର ୨.୯୯%ରେ ପହଞ୍ଚତ୍ୟାଇଛି। ଜୁଲାଇରେ ଏହା ୨.୩୬% ଥିଲା ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି। ମାଂସ ଓ ମାଛ ଦର ବୃଦ୍ଧି କ୍ଷେତ୍ରରେ ୮.୫୧%, ଡାଲି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦରବୃଦ୍ଧି ୬.୯୪%, ପନିପରିବା ଦର ୬.୯% ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ବ୍ଲକ ପରେ ଏବେ ପଞ୍ଚାୟତରେ ବି ଅଭିଯୋଗ ଶୁଣିବେ ଅଧିକାରୀ

ଦାରିଙ୍ଗବାଡି,୧।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତରେ ପ୍ରଥମଥର ପାଇଁ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ବଡ଼ ହଲଚଲ! ବୈଠକ ପରେ ଭାଜପାକୁ ବଡ଼ ଧମକ ଦେଲେ ମମତା, ‘ମୋ ସହ ଖେଳିଛନ୍ତି, ସମୟ ଆସିଲେ ମୁଁ….’

କୋଲକାତା,୧।୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବଡ଼ ଅଭିଯୋଗ କରିଛନ୍ତି । ତାଙ୍କ ଦଳକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ନେଇ ଆରୋପ…

ଟ୍ରାକ୍ଟର ଉପରେ ଚଢି ଖେଳୁଥିଲେ ମନୁ: ହଠାତ୍‌ ଖସିଗଲା ଗୋଡ଼, ଆଉ ତା’ପରେ…

ଦାରିଙ୍ଗବାଡି, ୧।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରାକ୍ଟରରୁ ଖସି ଜଣେ ୪ ବର୍ଷ ଶିଶୁର…

ବଡ଼ ଆକ୍ସନ ନେଲେ ମମତା ବାନାର୍ଜୀ: ନିର୍ବାଚନ ହାରିବା ପରେ…

କୋଲକାତା,୧।୬: ନିର୍ବାଚନ ହାରିବା ପରେ ବଡ଼ ଆକ୍ସନ ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହାଙ୍କୁ ତୃଣମୂଳ କଂଗ୍ରେସରୁ ବହିଷ୍କାର…

ଦୋକାନ ତାଲା ଭାଙ୍ଗି ଟଙ୍କା-ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍‌

ଛତ୍ରପୁର,୧।୬(ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ଲୋୟର ବସ ଷ୍ଟାଣ୍ଡଠାରେ ସୋମବାର ଭୋରରୁ ଏକ ଦୋକାନରୁ କିଛି ଦୁର୍ବୃତ୍ତ ଚୋରି କରିବା ଖବର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri