Posted inଜାତୀୟ

ଉଦ୍ଧବ ହେବେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିର ଡ୍ରାମା ଏବେ ନୂଆ ମୋଡ ନେଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ ପାଓ୍ବାର ଇସ୍ତଫା ଦେବା ପରେ ସମସ୍ତଙ୍କ ନଜର ରହିଥିଲା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଉପରେ। ସେ ଆଉ କାଳ ବିଳମ୍ବ ନ କରି ଅପରାହ୍ନ ୩ଟା ୩୦ରେ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଘୋଷଣା କରିଥିଲେ। କେବଳ ସେତିକି ନୁହେଁ ସେ ନୂଆ ସରକାରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହାପରେ ସରକାର ଗଢିବାକୁ ଅନାଇ ବସିଥିବା ଶିବସେନା ନେତା ସଞ୍ଜୟ ରାଉତ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୫ ବର୍ଷ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଉଦ୍ଧବଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଏବେ ଆମର ବୋଲି କହିଛନ୍ତି ସଞ୍ଜୟ। ପୂର୍ବରୁ ସଂଖ୍ୟା ଗରିଷ୍ଠତା ଥିବା ଦର୍ଶାଇ ଏବେ ସରକାର ଗଢିବାକୁ ଶିବସେନା ଆଗେଇ ଆସିବ ବୋଲି କୁହାଯାଉଛି। ହେଲେ ୩ ଚକ ବିଶିଷ୍ଟ(ଶିବସେନା, ଏନ୍‌ସିପି, କଂଗ୍ରେସ) ସରକାର ସ୍ଥିର ସରକାର ହେବ ନାହିଁ ବୋଲି ଫଡ୍‌ନବିସ କହିଛନ୍ତି। ଆଉ ସେ ନୂଆ ସରକାରଙ୍କୁ କାମ ଶିଖାଇବେ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦,୩୮୬

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ହେଲେ ଆଉ ଏକ ଖୁସି ଖବର ହେଉଛି ଯେ ଗତ ୨୪ ଘଣ୍ଟା...

୭ ଦିନ ପାଇଁ ବନ୍ଦ ରହିବ ଇଣ୍ଟରନେଟ୍‌

କୋଲକାତା,୬।୩: ପଶ୍ଚିମବଙ୍ଗର କିଛି ଜିଲାରେ ମୋବାଇଲ ଇଣ୍ଟରନେଟ୍‌ ଏବଂ ବ୍ରଡବାଣ୍ଡ ସର୍ଭିସକୁ ୭ ଦିନ ପାଇଁ ସାମୟିକ ଭାବେ ସସ୍‌ପେଣ୍ଡ କରାଯିବ। ଏ ନେଇ ନିର୍ଦ୍ଦେଶ...

ଉନ୍ମାଦର ଅଗ୍ନିକୁଣ୍ଡ

ପାଟନା/କୋଲକାତା/ନୂଆଦିଲ୍ଲୀ,୩ା୪: ମାର୍ଚ୍ଚ ୩୦ ଓ ୩୧, ରାମନବମୀ। ସାରା ଦେଶ ଉତ୍ସବ ପାଳୁଥିବାବେଳେ ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଗୁଜରାଟ ଓ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା ସାମ୍ପ୍ରଦାୟିକ...

କୁଲଗାମରେ ୮ ଘଣ୍ଟାରୁ ଅଧିକ ସମୟର ମୁହାଁମୁହିଁ ପରେ ୨ ଆତଙ୍କବାଦୀ ମୃତ

ଜମ୍ମୁ,୧୦ ।୧: ଦକ୍ଷିଣ କଶ୍ମୀର କୁଲଗାମ ଜିଲାର ହସନପୋରାରେ ରବିବାର ୮ ଘଣ୍ଟାଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଶେଷରେ ବିଳମ୍ବିତ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ...

ଅଫିସରେ ସକାଳ ୬ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ମହିଳା କର୍ମଚାରୀ କରିପାରିବେ କାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୨୮।୫ : ମହିଳାଙ୍କ ସୁରକ୍ଷା ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, କୌଣସି...

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ...

ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ହୁବ୍‌ଲି, ୧୮ା୧୨: ସିଏଏକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଚାଲିଥିବାବେଳେ ରେଲ୍‌ଓ୍ବେ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସେହିଠାରେ ଗୁଳି...

Advertisement
Archives

Model This Week