ମୁମ୍ବାଇ, ୧୩ା୧୨(ପି.ଟି.):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଶିବସେନାକୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଥିବାବେଳେ ସହଯୋଗୀ ଏନ୍ସିପିକୁ ଅର୍ଥ ଓ କଂଗ୍ରେସକୁ ରାଜସ୍ବ ବିଭାଗ ମିଳିଛି। ଶିବସେନା-ଏନ୍ସିପି-କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି ସରକାର ନଭେମ୍ବର ୨୮ରେ ଶପଥ ନେଇଥିଲା। ମୁଖ୍ୟମନ୍ତ୍ରୀ ଠାକ୍ରେଙ୍କ କ୍ୟାବିନେଟରେ ପ୍ରତି ଦଳରୁ ଦୁଇଜଣ ଲେଖାଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିବୃତି ଅନୁଯାୟୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ଗୃହ, ସହରାଞ୍ଚଳ ବିକାଶ, ଜଙ୍ଗଲ, ପରିବେଶ, ଜଳଯୋଗାଣ, ଜଳ ସଂରକ୍ଷଣ, ପର୍ଯ୍ୟଟନ, ସାଧାରଣ ଉଦ୍ୟୋଗ, ସଂସଦୀୟ ବ୍ୟାପାର ବିଭାଗ ମିଳିଛି। ଅନ୍ୟତମ ଶିବସେନା ମନ୍ତ୍ରୀ ସୁଭାଷ ଦେଶାଇଙ୍କୁ ଶିଳ୍ପ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବକଲ୍ୟାଣ, ଉଦ୍ୟାନ କୃଷି, ପରିବହନ, ମରାଠୀ ଭାଷା ଓ ସଂସ୍କୃତି ବ୍ୟାପାର ବିଭାଗ ଦିଆଯାଇଛି। ସେହିପରି ଏନ୍ସିପି ମନ୍ତ୍ରୀ ଜୟନ୍ତ ପାଟିଲଙ୍କୁ ଅର୍ଥ ଓ ଯୋଜନା, ଗୃହନିର୍ମାଣ, ଜନସ୍ବାସ୍ଥ୍ୟ, ସମବାୟ, ଖାଦ୍ୟ ଓ ସାଧାରଣ ବଣ୍ଟନ, ଶ୍ରମ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମିଳିଥିବାବେଳେ ଛଗନ ଭୁଜବଳଙ୍କୁ ଜଳସେଚନ, ଗ୍ରାମାଞ୍ଚଳ ବିକାଶ, ସାମାଜିକ ନ୍ୟାୟ, ଅବକାରୀ, ଦକ୍ଷତା ବିକାଶ, ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳିଛି। କଂଗ୍ରେସ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କୁ ରାଜସ୍ବ, ଶକ୍ତି, ଭେଷଜ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ପ୍ରାଣୀ ସମ୍ପଦ ଓ ଡାଏରୀ ବିକାଶ, ମତ୍ସ୍ୟ ବିଭାଗ ଦିଆଯାଇଥିବାବେଳେ ନୀତୀନ ରାଉତ୍ଙ୍କୁ ପୂର୍ତ୍ତ, ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ, ବୟନଶିଳ୍ପ, ସହାୟତା ବିଭାଗ ପ୍ରଦାନ କରାଯାଇଛି।
ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ
ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…
ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…
କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା
ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…
ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍ ଜାଣିଲେ…
ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…
ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ
ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…
ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି
ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…
ଜନଗଣନା ବେଳେ କାମୁଡିଲା ସାପ
ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…
ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…
Archives

