ମୁମ୍ବାଇ, ୧୩ା୧୨(ପି.ଟି.):ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି। ଶିବସେନାକୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ମିଳିଥିବାବେଳେ ସହଯୋଗୀ ଏନ୍ସିପିକୁ ଅର୍ଥ ଓ କଂଗ୍ରେସକୁ ରାଜସ୍ବ ବିଭାଗ ମିଳିଛି। ଶିବସେନା-ଏନ୍ସିପି-କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି ସରକାର ନଭେମ୍ବର ୨୮ରେ ଶପଥ ନେଇଥିଲା। ମୁଖ୍ୟମନ୍ତ୍ରୀ ଠାକ୍ରେଙ୍କ କ୍ୟାବିନେଟରେ ପ୍ରତି ଦଳରୁ ଦୁଇଜଣ ଲେଖାଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିବୃତି ଅନୁଯାୟୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ଗୃହ, ସହରାଞ୍ଚଳ ବିକାଶ, ଜଙ୍ଗଲ, ପରିବେଶ, ଜଳଯୋଗାଣ, ଜଳ ସଂରକ୍ଷଣ, ପର୍ଯ୍ୟଟନ, ସାଧାରଣ ଉଦ୍ୟୋଗ, ସଂସଦୀୟ ବ୍ୟାପାର ବିଭାଗ ମିଳିଛି। ଅନ୍ୟତମ ଶିବସେନା ମନ୍ତ୍ରୀ ସୁଭାଷ ଦେଶାଇଙ୍କୁ ଶିଳ୍ପ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବକଲ୍ୟାଣ, ଉଦ୍ୟାନ କୃଷି, ପରିବହନ, ମରାଠୀ ଭାଷା ଓ ସଂସ୍କୃତି ବ୍ୟାପାର ବିଭାଗ ଦିଆଯାଇଛି। ସେହିପରି ଏନ୍ସିପି ମନ୍ତ୍ରୀ ଜୟନ୍ତ ପାଟିଲଙ୍କୁ ଅର୍ଥ ଓ ଯୋଜନା, ଗୃହନିର୍ମାଣ, ଜନସ୍ବାସ୍ଥ୍ୟ, ସମବାୟ, ଖାଦ୍ୟ ଓ ସାଧାରଣ ବଣ୍ଟନ, ଶ୍ରମ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମିଳିଥିବାବେଳେ ଛଗନ ଭୁଜବଳଙ୍କୁ ଜଳସେଚନ, ଗ୍ରାମାଞ୍ଚଳ ବିକାଶ, ସାମାଜିକ ନ୍ୟାୟ, ଅବକାରୀ, ଦକ୍ଷତା ବିକାଶ, ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗ ମିଳିଛି। କଂଗ୍ରେସ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କୁ ରାଜସ୍ବ, ଶକ୍ତି, ଭେଷଜ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ପ୍ରାଣୀ ସମ୍ପଦ ଓ ଡାଏରୀ ବିକାଶ, ମତ୍ସ୍ୟ ବିଭାଗ ଦିଆଯାଇଥିବାବେଳେ ନୀତୀନ ରାଉତ୍ଙ୍କୁ ପୂର୍ତ୍ତ, ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ, ବୟନଶିଳ୍ପ, ସହାୟତା ବିଭାଗ ପ୍ରଦାନ କରାଯାଇଛି।

ଦିଲ୍ଲୀରେ ୧୦ ମାସ ପରେ ଖୋଲିଲା ସ୍କୁଲ
ନୂଆଦିଲ୍ଲୀ,୧୮।୧: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଗତ ୧୦ ମାସ ଧରି ସ୍କୁଲ ବନ୍ଦ ରହିଥିଲା। ତେବେ ସୋମବାର ସ୍କୁଲ ଖୋଲିଛି। ଏନେଇ...

ଦୁଇ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି
ନୂଆଦିଲ୍ଲୀ,୧୨ା୬(ଆଇଏଏନ୍ଏସ୍): ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ର ଓ ଅତିରିକ୍ତ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରାଯାଇଛି। ଏହାସହ...

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍
ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍ଠାରେ ଥିବା କରେନ୍ସି ନୋଟ୍ ପ୍ରେସ୍ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ...

ଆମେରିକା ରିପୋର୍ଟ ନେଇ ଭାରତର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ, ୧୪।୪ : ଆମେରିକାର ବୈଦେଶିକ ବିଭାଗ ମାନବ ଅଧିକାର ରିପୋର୍ଟ-୨୦୨୧ପ୍ରକାଶ କରିଛି। ଏହି ରିପୋର୍ଟରେ ଭାରତରେ ମନଇଚ୍ଛା ଗିରଫ, ହାଜତ ମୃତ୍ୟୁ, ଧାର୍ମିକ ହିଂସା,...

ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍ ରୁପା
ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ...

ଅବସ୍ଥା କହୁଛି ନେତୃତ୍ୱ କେମିତି
ନୂଆଦିଲ୍ଲୀ,୧୯ା୫: ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ କୋଭିଡ୍-୧୯ ମହାମାରୀକୁ ଦେଶ ପାଇଁ ସ୍ବାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ...

କର୍ନାଟକ ଯାତ୍ରା ରଦ୍ଦ କଲେ ଶାହା
ନୂଆଦିଲ୍ଲୀ,୫।୫: ମଣିପୁରରେ ଉପୁଜିଥିବା ହିଂସା ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ମୋଦିଙ୍କ ମନ ଜିଣିଲେ ସ୍କୁଲ ଛାତ୍ରୀଛାତ୍ର
ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି। ଏହି ଅବସରରେ ମୋଦି ପୂର୍ବାଞ୍ଚଳର ସବୁଠାରୁ ଅକ୍ଷୟ ପାତ୍ର ‘ମିଡ ଡେ ମିଲ୍’ ରୋଷେଇ...