ଉତ୍ତରାଧିକାର

ଆକାର ପଟେଲ
୧୯୪୮ ମସିହାରେ ହିନ୍ଦୁ କୋଡ୍‌ ବିଲ୍‌ ଉପସ୍ଥାପନ କରିବା ଅବସରରେ ବି.ଆର୍‌. ଆମ୍ବେଡ଼କର କହିଥିଲେ ଯେ, ଏହି ବିଲ୍‌ ଦ୍ୱାରା ଯେଉଁ ମୌଳିକ ପ୍ରସଙ୍ଗର ସମାଧାନ କରିବାକୁ ଚେଷ୍ଟା କରାଯାଇଛି, ତାହା ହେଉଛି ଉତ୍ତରାଧିକାର। ହିନ୍ଦୁ ଉତ୍ତରାଧିକାର ଆଇନ ଆସିଛି ଦୁଇଟି ପରମ୍ପରାରୁ: ମିତାକ୍ଷରା ଓ ଦାୟଭାଗ। ପ୍ରଥମଟି ଅନୁସାରେ ଜଣେ ହିନ୍ଦୁ ପୁରୁଷଙ୍କ ସମ୍ପତ୍ତି ତାଙ୍କର ନୁହେଁ। ପିତା, ପୁତ୍ର, ନାତି ଓ ଅଣନାତି ସମସ୍ତଙ୍କର ଏଥିରେ ଅଧିକାର ରହିଛି। ଏହି ଚାରିଜଣଙ୍କର ସମ୍ପତ୍ତି ଉପରେ ଜନ୍ମଗତ ଅଧିକାର ରହିଛି। ଏହି ଚାରିଜଣଙ୍କ ମଧ୍ୟରୁ ଜଣେ ମରିଗଲେ ଅବଶିଷ୍ଟ ତିନିଜଣ ସେହି ସମ୍ପତ୍ତିର ମାଲିକ ହେବେ। ଯେତେବେଳେ ସମ୍ପତ୍ତି କହିଲେ ମୁଖ୍ୟତଃ ଜମିକୁ ବୁଝାଯାଉଥିଲା ସେହି ସମୟରୁ ଏବଂ ଯୌଥ ପରିବାର ପରମ୍ପରାରୁ ଏହି ଆଇନ ଆସିଛି। ପରିବାର ବିଭାଜିତ ହୋଇ ଛୋଟ ବା ଅଣୁ ପରିବାର ହେବାବେଳେ ସମ୍ପତ୍ତିର ବିଭାଜନ ସହଜ ହୋଇ ନ ଥାଏ। କିନ୍ତୁ ଯେହେତୁ ସମ୍ପତ୍ତିର ମାଲିକାନା ଯୁଗ୍ମଭାବରେ ରହିଛି, ଉକ୍ତ ଚାରିଜଣଙ୍କ ମଧ୍ୟରୁ ଯେ କେହି ବିଭାଜନ ପାଇଁ ଦାବି କରିପାରିବେ। ଦାୟଭାଗ ଅନୁସାରେ ଜଣେ ହିନ୍ଦୁ ପୁରୁଷଙ୍କର ସମ୍ପତ୍ତି ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ହୋଇପାରେ। ଏହି ସମ୍ପତ୍ତିକୁ ସେ ଯାହାକୁ ଇଚ୍ଛା ଦେଇପାରିବେ ବା ବିକ୍ରି କରିପାରିବେ। ଯଦି ତାଙ୍କର ବାପା, ଜେଜେବାପା ଓ ପୁଅ ବଞ୍ଚିଥାନ୍ତି, ତେବେ ତାଙ୍କର ମୃତ୍ୟୁ ପରେ ସେମାନେ ଆପେ ଆପେ ସେହି ଜମିର ମାଲିକ ହୋଇପାରିବେ ନାହିଁ।
ଆମ୍ବେଡ଼କର ଚାହୁଁଥିଲେ ଦାୟଭାଗ ବ୍ୟବସ୍ଥାକୁ ସାରା ଭାରତରେ ପ୍ରବର୍ତ୍ତନ କରିବା ପାଇଁ। ସେ ମଧ୍ୟ ଏଥିରେ ପରିବାରର ମହିଳାଙ୍କ ଉତ୍ତରାଧିକାର ସମ୍ପର୍କିତ ଆଉ କିଛି ପରିବର୍ତ୍ତନ ଚାହୁଁଥିଲେ। କିନ୍ତୁ ଏହି ବିଲ୍‌ ପାସ୍‌ ହୋଇପାରିଲା ନାହିଁ ଏବଂ ଆମ୍ବେଡ଼କର ଇସ୍ତଫା ଦେଲେ। ଏହା ଗୃହୀତ ହୋଇ ନ ପାରିବାର କାରଣ ଆମ ସମ୍ବିଧାନ ସଭା ରକ୍ଷଣଶୀଳ ଥିଲା। ସମ୍ବିଧାନ ସଭାର ସଦସ୍ୟମାନେ ବିଲ୍‌କୁ ସମର୍ଥନ ନ କରିବାର କାରଣ ହେଲା, ଏଥିରେ ମହିଳାଙ୍କ ସମ୍ପତ୍ତିଗତ ଉତ୍ତରାଧିକାର କଥା ଅଧିକ କୁହାଯାଇଥିଲା। ଏହା ସେମାନଙ୍କ ପାଇଁ ଗ୍ରହଣୀୟ ନ ଥିଲା। ସେମାନଙ୍କ ଯୁକ୍ତି ଥିଲା ଝିଅମାନେ ବାହା ହୋଇଗଲା ବେଳେ ଯୌତୁକ ନିଅନ୍ତି। ପୁଣି ବାହା ହୋଇ ସେମାନେ ଅନ୍ୟ ଘରକୁ ଯାଆନ୍ତି ଏବଂ ସେହି ଘରର ସମ୍ପତ୍ତି ମଧ୍ୟ ଭୋଗ କରନ୍ତି। ତା’ ସହ ଯଦି ସେମାନଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ଦିଆଯାଏ, ତେବେ ପ୍ରତ୍ୟେକଙ୍କ ଭାଗରେ କମ୍‌ ସମ୍ପତ୍ତି ପଡ଼ିବ। ଆମ ଧାର୍ମିକ ପରମ୍ପରାରେ ଆଜିଯାଏ କୌଣସି ସଂସ୍କାର ଅଣାଯାଇ ପାରିନାହିଁ। ବ୍ରିଟିଶ ସରକାର ବି କିଛି ସଂସ୍କାର ଆଣି ନ ଥିଲେ। କାରଣ ବ୍ରିଟିଶ ସରକାର କିଛି ସଂସ୍କାର ଆଣିବାକୁ ଚାହିଁଲେ ସେମାନେ ଆମ ପରମ୍ପରାରେ ହସ୍ତକ୍ଷେପ କରୁଛନ୍ତି ବୋଲି କହି ଭାରତୀୟମାନେ ପ୍ରତିକ୍ରିୟା ପ୍ରକାଶ କରୁଥିଲେ। ୧୮୨୯ ମସିହାରେ ସତୀ ପ୍ରଥାର ଉଚ୍ଛେଦ ହେଲା ଏବଂ ୧୮୫୦ରେ ଧର୍ମ ପରିବର୍ତ୍ତନକାରୀଙ୍କ ସମ୍ପତ୍ତି ଅଧିକାର ନେଇ ଏକ ଆଇନ ଆସିଲା। କିନ୍ତୁ ୧୮୫୭ ସିପାହି ବିଦ୍ରୋହରେ ଲକ୍ଷାଧିକ ଲୋକ ମରିବା ପରେ ବ୍ରିଟିଶ ସରକାର ନିଷ୍ପତ୍ତି ନେଲେ ଯେ ସେମାନେ କୌଣସି ଧାର୍ମିକ ପରମ୍ପରା ବା ବିବାଦୀୟ ପ୍ରସଙ୍ଗରେ ହାତ ଦେବେ ନାହିଁ। କାରଣ ଏହାଦ୍ୱାରା ଭାରତକୁ ଶାସନ ଓ ଲୁଟ୍‌ କରିବାର ସେମାନଙ୍କ ମୂଳ ଉଦ୍ଦେଶ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। କଂଗ୍ରେସ ଦ୍ୱାରା ଆମ ସମ୍ବିଧାନର ଧାରା ୧୭ ଜରିଆରେ ଅସ୍ପୃଶ୍ୟତା ଦୂର ହେଲା। ୧୯୨୦ ପୂର୍ବରୁ କୌଣସି ଦଳିତ ମନ୍ଦିରରେ ପ୍ରବେଶ କରିବା ଲାଗି ଚେଷ୍ଟା କଲେ ଭୟଙ୍କର ପ୍ରତିକ୍ରିୟା ଓ ପ୍ରତିରୋଧ ପ୍ରକାଶ ପାଉଥିଲା। ସେହି ରକ୍ଷଣଶୀଳତା ହିଁ ଆମ୍ବେଡ଼କରଙ୍କ ଉତ୍ତରାଧିକାର ସଂସ୍କାରକୁ ବାଧା ଦେଲା। ଏଠାରେ କହିବାର କଥା ଯେ ଏହା ଥିଲା କଂଗ୍ରେସ ସମ୍ବିଧାନ ସଭା। ସେ ସଭାରେ ଭାଜପା ପରି କୌଣସି ଦଳର ଉପସ୍ଥିତି ନ ଥିଲା। ତେବେ ନେହେରୁ ସରକାରରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କଠାରୁ ସୀମିତ ହିନ୍ଦୁତ୍ୱର ସ୍ବର ଶୁଭୁଥିଲା। (ଏହି ମୁଖାର୍ଜୀ ଜନସଂଘ ପ୍ରତିଷ୍ଠା କରିଥିଲେ ଯାହାର ପରବର୍ତ୍ତୀ ରୂପ ହେଉଛି ଭାଜପା।) ଏମ୍‌ପି ଓ ଏମ୍‌ଏଲ୍‌ଏମାନଙ୍କ ରକ୍ଷଣଶୀଳ ମନୋବୃତ୍ତି ସତ୍ତ୍ୱେ କଂଗ୍ରେସ ସଂସ୍କାର ଆଣିପାରିଥିଲା। କାରଣ ନେହେରୁଙ୍କ ଭଳି ବ୍ୟକ୍ତି ଏହି ଦଳର ନେତା ଥିଲେ ଯାହାଙ୍କର ଉଦାରବାଦୀ ଦୃଷ୍ଟିକୋଣ ଥିଲା। ଦକ୍ଷିଣ ଏସିଆରେ ଏକମାତ୍ର ଭାରତର ହିଁ ଧର୍ମନିରପେକ୍ଷ ଓ ଉଦାରବାଦୀ ସମ୍ବିଧାନ ରହିଛି। ଆଫଗାନିସ୍ତାନ ଓ ପାକିସ୍ତାନ ପରି ଇସ୍‌ଲାମିକ ଦେଶରେ କୌଣସି ଅଣମୁସଲମାନ ସର୍ବୋଚ୍ଚ ପଦରେ ରହିପାରିବେ ନାହିଁ। ମାଳଦ୍ୱୀପ ମଧ୍ୟ ଏକ ଇସ୍‌ଲାମିକ ରାଷ୍ଟ୍ର। ଶ୍ରୀଲଙ୍କାର ସମ୍ବିଧାନ ବୌଦ୍ଧଧର୍ମକୁ ପ୍ରାଥମିକତା ଦେଇଛି ଏବଂ ବାଂଲାଦେଶୀ ସମ୍ବିଧାନ ‘ବିସ୍‌ମିଲ୍ଲାଃ ଇର୍‌ ରହମାନ ଇର୍‌ ରହିମ୍‌’ ଉକ୍ତିରୁ ଆରମ୍ଭ ହୋଇଛି। ଭୁଟାନର ସରକାର ଓ ଧର୍ମ ଉଭୟ ବୌଦ୍ଧ ରାଜାଙ୍କ ଦ୍ୱାରା ନିୟନ୍ତ୍ରିତ। ୨୦୦୮ ପର୍ଯ୍ୟନ୍ତ ନେପାଳ ଏକ ହିନ୍ଦୁ ରାଷ୍ଟ୍ର ଥିଲା।
କେବଳ ଭାରତ ହେଉଛି ସମ୍ବିଧାନ ଅନୁଯାୟୀ ଧର୍ମନିରପେକ୍ଷ। ହିନ୍ଦୁ ସଂଖ୍ୟାବହୁଳତା ଯୋଗୁ ଏହା ସମ୍ଭବ ହୋଇନାହିଁ। ନେପାଳ ମଧ୍ୟ ହିନ୍ଦୁ ସଂଖ୍ୟାବହୁଳ ଦେଶ। ବ୍ରିଟିଶମାନେ ଦେଶ ଛାଡ଼ି ଗଲାବେଳେ କେହି ଭାରତୀୟମାନଙ୍କୁ ପଚାରି ନାହିଁ ଯେ ସେମାନେ ହିନ୍ଦୁରାଷ୍ଟ୍ର ଚାହାନ୍ତି କି ନା। କେବଳ କଂଗ୍ରେସ ଯୋଗୁ ଭାରତ ଏକ ଧର୍ମନିରପେକ୍ଷ ସାଧାରଣତନ୍ତ୍ରରେ ପରିଣତ ହୋଇଛି। କିନ୍ତୁ ଏବେ ଆଉ ଏକ ଦଳ ଦେଶରେ ପ୍ରଭାବଶାଳୀ ହେବାରେ ଲାଗିଛି। ତେଣୁ ଆଗାମୀ ଦିନରେ ନେହେରୁ ଓ କଂଗ୍ରେସର ଲିଗାସୀ (ଉତ୍ତରାଧିକାର ଭାବେ ପ୍ରାପ୍ତ ଧର୍ମନିରପେକ୍ଷ ନୀତି) ବଳବତ୍ତର ରହିବ କି ନା ତାହା ସମୟ କହିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri