Posted inଜାତୀୟ

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ବର୍ଷା ବିତ୍ପାତ ଦେଖାଦେଇଛି। ରାସ୍ତାଘାଟରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଘର ଗୁଡିକରେ ପାଣିପଶିଯାଇଛି। ଫଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମାଟି ଓ ଚାଳ ଘରଗୁଡ଼ିକ ବର୍ଷା ପାଣିରେ ସନ୍ତସନ୍ତିଆ ହୋଇଯାଇଥିବାରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଘରଗୁଡ଼ିକ ଭୁଶୁଡ଼ିପଡ଼ିବାରୁ ଏହା ତଳେ ଚାପି ହୋଇ ୫୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅବଧ ଅଞ୍ଚଳରେ ୧୫, ପ୍ରୟାଗରାଜରେ ୧୪, ପୂର୍ବାଞ୍ଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ସହାରନପୁର ଓ କାନପୁରରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପ୍ରୟାଗରାଜରେ ସବୁଠାରୁ ଅଧିକ ଆମେଠୀ ଜିଲା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଲଗାତର ବର୍ଷାକୁ ଦେଖି ଲକ୍ଷ୍ନୌ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ଭୋଟର ତାଲିକାର ଦୁଇଟି କପି ଯୋଗାଇବା ବ୍ୟବସ୍ଥା ଭୋଟର ପଞ୍ଜିକରଣ ନିୟମାବଳୀ, ୧୯୬୦ରେ ରହିଛି।...

ସାର୍କ ବୈଠକ ବାତିଲ

ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍‌ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ...

୭ରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରୟାନ-୨: ୧୧ ବର୍ଷ ତଳର କାମ ସମ୍ପୂର୍ଣ୍ଣ କରିବ

ନୂଆଦିଲ୍ଲୀ,୬-୯(ପି.ଟି.): ୨୦୦୮-୦୯ରେ ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରୟାନ-୧ର ଅଧୁରା କାର୍ଯ୍ୟକୁ ୧୧ ବର୍ଷ ପରେ ପୂରା କରିବା ଲାଗି ଚନ୍ଦ୍ରୟାନ-୨ର ଅଭିଯାନ ଜାରି ରହିଛି। ଚନ୍ଦ୍ରରେ ଲୋକଙ୍କ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

ସିଞ୍ଜୋ ଆବେଙ୍କ ବିୟୋଗରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ଗୁଳି କରାଯାଇଥିଲା। ଚିକିତ୍ସିତ...

ବିଳମ୍ବରେ ଚାଲୁଛି ୨୬ ଟ୍ରେନ୍‌

ନୂଆଦିଲ୍ଲୀ,୫।୧: ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ପାରଦ ମାଇନସ୍‌ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଘନ...

୨୦୧ ଦିନ ପରେ ୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ...

ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁପ୍ରିମ୍‌କୋର୍ଟରେ ମାନିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ନୂଆ କରୋନା ଆକ୍ରାନ୍ତଙ୍କ...

Advertisement
Archives

Model This Week