Posted inଜାତୀୟ

ଉତ୍ତରପୂର୍ବାଞ୍ଚଳ ପରିଷଦ ଅଧିବେଶନରେ ସ୍ପଷ୍ଟ କଲେ ସ୍ବରାଷ୍ଟ୍ରମନ୍ତ୍ରୀ : ବଦଳିବନି ଅନୁଚ୍ଛେଦ ୩୭୧

ଗୁଆହାଟୀ,୯ା୯(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୧ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିବାବେଳେ ୩୭୧ ଏକ ସ୍ବତନ୍ତ୍ର ବ୍ୟବସ୍ଥା। ଦୁଇ ଅନୁଚ୍ଛେଦ ମଧ୍ୟରେ ବହୁତ କିଛି ପାର୍ଥକ୍ୟ ଥିବା ଶାହ ଉତ୍ତରପୂର୍ବାଞ୍ଚଳ ପରିଷଦର ୬୮ତମ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି। ଜଣେ ବି ବିଦେଶୀଙ୍କୁ ବେଆଇନ ଭାବେ ରହିବାକୁ ଦିଆଯିବ ନାହିଁ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ଉତ୍ତରପୂର୍ବାଞ୍ଚଳ ରାଜ୍ୟରୁ ଅନୁଚ୍ଛେଦ ୩୭୧ ଉଚ୍ଛେଦ କରିଦେବେ ବୋଲି ସେଠାକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଗୁଜବ ପ୍ରଚାର କରାଯାଉଛି। ସେଭଳି କିଛି ହେବ ନାହିଁ ବୋଲି ସରକାର ପାର୍ଲାମେଣ୍ଟରେ କହିଥିଲେ। ରବିବାର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ପୁଣି ଥରେ ତାହାକୁ ଦୋହରାଇଛନ୍ତି। ଅନୁଚ୍ଛେଦ ୩୭୧ ପାଇଁ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଭାଜପା ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଆସାମ ପାଇଁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଶାହ ରବିବାର ଉକ୍ତ ରାଜ୍ୟ ଗସ୍ତ କରିଥିଲେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଜନସାଧାରଣ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଓ ଭାରତର ବିକାଶରେ ଭାଗୀଦାରୀ ହୁଅନ୍ତୁ, ଏହା କିଛି ଲୋକ ଚାହାନ୍ତି ନାହିଁ। ଏହି ଅଞ୍ଚଳରେ ଶାନ୍ତି ସେମାନେ ଚାହୁଁ ନାହାନ୍ତି। ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଅନୁଚ୍ଛେଦ ୩୭୧କୁ ନେଇ ସେମାନେ ଗୁଜବ ସୃଷ୍ଟି କରିଆସୁନ୍ତି ବୋଲି ଶାହ କହିଥିଲେ। ଆଦିମ ସଂସ୍କୃତିକୁ ସଂରକ୍ଷିତ ରଖିବା ଏହି ସ୍ବତନ୍ତ୍ର ମାନ୍ୟତାର ଲକ୍ଷ୍ୟ। ଅନୁଚ୍ଛେଦ ୩୭୧ବି ଆସାମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଅନୁଚ୍ଛେଦ ୩୭୧ଏକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି ନାଗାଲାଣ୍ଡ ରାଜ୍ୟପାଳ ଆର୍‌.ଏନ୍‌. ରବି ଗତମାସରେ କହିଥିଲେ।
ଅଗଷ୍ଟ ୩୧ରେ ଏନ୍‌ଆର୍‌ସି ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାଦ୍‌ ପଡିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିବାବେଳେ ଶାହ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏନ୍‌ଆର୍‌ସିକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଉଛନ୍ତି। ତେବେ ଭାରତ ସରକାର କୌଣସି ବେଆଇନ ଦେଶାନ୍ତରୀଙ୍କୁ ଏଠାରେ ରହିବାକୁ ଦେବେନି। ତାହା ସରକାରଙ୍କ ପ୍ରତିବଦ୍ଧତା ବୋଲି ଗୁଆହାଟୀଠାରେ ଉତ୍ତରପୂର୍ବାଞ୍ଚଳ ପରିଷଦ ସମ୍ମିଳନୀରେ ଶାହ ସ୍ପଷ୍ଟ କରିଛନ୍ତି। ଏନ୍‌ଆର୍‌ସି ତାଲିକାକୁ ନେଇ ଭାଜପାର କେତେଜଣ ନେତା ବଙ୍ଗାଳୀ ହିନ୍ଦୁ ସଂଖ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ହେଉଛନ୍ତି ଆସାମ ଜନସଂଖ୍ୟାର ୧୮ ପ୍ରତିଶତ। ତେବେ ଭାଜପା ଭୋଟବ୍ୟାଙ୍କର ମୁଖ୍ୟ ଅଂଶ ବଙ୍ଗାଳୀ ହିନ୍ଦୁ ତାଲିକାରୁ ବାଦ୍‌ ପଡିଥିବାରୁ ଦଳୀୟ ନେତା ଏହାର ବିରୋଧ କରିଥିଲେ। ଗତ ଲୋକ ସଭା ନିର୍ବାଚନରେ ଆସାମର ୧୪ ଆସନରୁ ଭାଜପା ୯ଟିରେ ବିଜୟୀ ହୋଇଥିଲା। ମୁଖ୍ୟତଃ ସେଠାର ଆଦିମ ଅଧିବାସୀ, ଅସମୀୟା ହିନ୍ଦୁ ଓ ବଙ୍ଗାଳୀ ହିନ୍ଦୁମାନେ ଭାଜପାକୁ ଭୋଟ ଦେଇଥିଲେ। ହିନ୍ଦୁଙ୍କୁ ବାଦ୍‌ ଦେବା ଓ ମୁସଲମାନଙ୍କୁ ସହାୟତା କରିବା ଲାଗି ଏନ୍‌ଆର୍‌ସି ଏକ ଷଡଯନ୍ତ୍ର ବୋଲି ଭାଜପା ବିଧାୟକ ସିଲଦିତ୍ୟ ଦେବ ସେତେବେଳେ କହିଥିଲେ। ଏନ୍‌ଆର୍‌ସି ସଫ୍ଟଓ୍ବେରରେ ଜାଲିଆତି ହେବା ସହ ତାଲିକା ପ୍ରସ୍ତୁତିରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଡେରାଡୁନ,୧୪।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ସମସ୍ତ ୭୦ଟି ଆସନ ପାଇଁ ସୋମବାର ମତଦାନ ଜାରି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ...

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର...

ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍‌-ଡି’ର ଅଭାବ: ବଡୋଦରାରେ ସର୍ବାଧିକ

ନୂଆଦିଲ୍ଲୀ,୩୦।୧: ଭିଟାମିନ୍‌-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ...

ଏହି ସରକାର ସୁଧାରର କଥା କହିବାରୁ ରାଜନୀତିରେ ଯୋଗଦେଲି: ଜୟଶଙ୍କର

ନୂଆଦିଲ୍ଲୀ,୨।୨: ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୋର ରାଜନୀତିରେ...

ତିହାର ଜେଲ୍‌ରେ ଥାଇ ଟିଭି ଦାବି କରୁଛନ୍ତି ସୁଶୀଲ

ନୂଆଦିଲ୍ଲୀ,୪।୭: ଯୁବ ରେସଲର ସାଗର ଧାଙ୍କରଙ୍କ ଅପହରଣ ଓ ହତ୍ୟା ମାମଲରେ ବିଚାର ବିଭାଗୀୟ ହାଜତରେ ଥିବା ଅଲିମ୍ପିକ୍ସ ପଦକ ଧାରୀ ସୁଶୀଲ କୁମାର ପୁଣି...

ପଞ୍ଚଭୂତରେ ବିଲୀନ ପାର୍ଥିବ ଶରୀର…

ମୁମ୍ବାଇ, ୬।୨ : ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ...

୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ...

ଏପ୍ରିଲ ୧୨ରେ କୋର୍ଟରେ ହାଜର ହେବାକୁ ରାହୁଲଙ୍କୁ ନୋଟିସ

ପାଟନା,୩୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ ଏକ ମାନହାନି ମାମଲାରେ ହାଜର ହେବାକୁ...

Advertisement
Archives

Model This Week