Posted inଜାତୀୟ

ଉତ୍ତରପୂର୍ବାଞ୍ଚଳ ପରିଷଦ ଅଧିବେଶନରେ ସ୍ପଷ୍ଟ କଲେ ସ୍ବରାଷ୍ଟ୍ରମନ୍ତ୍ରୀ : ବଦଳିବନି ଅନୁଚ୍ଛେଦ ୩୭୧

ଗୁଆହାଟୀ,୯ା୯(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୧ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ସ୍ପଷ୍ଟ କରିଛନ୍ତି। ଅନୁଚ୍ଛେଦ ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିବାବେଳେ ୩୭୧ ଏକ ସ୍ବତନ୍ତ୍ର ବ୍ୟବସ୍ଥା। ଦୁଇ ଅନୁଚ୍ଛେଦ ମଧ୍ୟରେ ବହୁତ କିଛି ପାର୍ଥକ୍ୟ ଥିବା ଶାହ ଉତ୍ତରପୂର୍ବାଞ୍ଚଳ ପରିଷଦର ୬୮ତମ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି। ଜଣେ ବି ବିଦେଶୀଙ୍କୁ ବେଆଇନ ଭାବେ ରହିବାକୁ ଦିଆଯିବ ନାହିଁ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାର ଉତ୍ତରପୂର୍ବାଞ୍ଚଳ ରାଜ୍ୟରୁ ଅନୁଚ୍ଛେଦ ୩୭୧ ଉଚ୍ଛେଦ କରିଦେବେ ବୋଲି ସେଠାକାର ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଗୁଜବ ପ୍ରଚାର କରାଯାଉଛି। ସେଭଳି କିଛି ହେବ ନାହିଁ ବୋଲି ସରକାର ପାର୍ଲାମେଣ୍ଟରେ କହିଥିଲେ। ରବିବାର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ପୁଣି ଥରେ ତାହାକୁ ଦୋହରାଇଛନ୍ତି। ଅନୁଚ୍ଛେଦ ୩୭୧ ପାଇଁ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଭାଜପା ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଆସାମ ପାଇଁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଶାହ ରବିବାର ଉକ୍ତ ରାଜ୍ୟ ଗସ୍ତ କରିଥିଲେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଜନସାଧାରଣ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଓ ଭାରତର ବିକାଶରେ ଭାଗୀଦାରୀ ହୁଅନ୍ତୁ, ଏହା କିଛି ଲୋକ ଚାହାନ୍ତି ନାହିଁ। ଏହି ଅଞ୍ଚଳରେ ଶାନ୍ତି ସେମାନେ ଚାହୁଁ ନାହାନ୍ତି। ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଅନୁଚ୍ଛେଦ ୩୭୧କୁ ନେଇ ସେମାନେ ଗୁଜବ ସୃଷ୍ଟି କରିଆସୁନ୍ତି ବୋଲି ଶାହ କହିଥିଲେ। ଆଦିମ ସଂସ୍କୃତିକୁ ସଂରକ୍ଷିତ ରଖିବା ଏହି ସ୍ବତନ୍ତ୍ର ମାନ୍ୟତାର ଲକ୍ଷ୍ୟ। ଅନୁଚ୍ଛେଦ ୩୭୧ବି ଆସାମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଅନୁଚ୍ଛେଦ ୩୭୧ଏକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି ନାଗାଲାଣ୍ଡ ରାଜ୍ୟପାଳ ଆର୍‌.ଏନ୍‌. ରବି ଗତମାସରେ କହିଥିଲେ।
ଅଗଷ୍ଟ ୩୧ରେ ଏନ୍‌ଆର୍‌ସି ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାଦ୍‌ ପଡିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିବାବେଳେ ଶାହ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏନ୍‌ଆର୍‌ସିକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଉଛନ୍ତି। ତେବେ ଭାରତ ସରକାର କୌଣସି ବେଆଇନ ଦେଶାନ୍ତରୀଙ୍କୁ ଏଠାରେ ରହିବାକୁ ଦେବେନି। ତାହା ସରକାରଙ୍କ ପ୍ରତିବଦ୍ଧତା ବୋଲି ଗୁଆହାଟୀଠାରେ ଉତ୍ତରପୂର୍ବାଞ୍ଚଳ ପରିଷଦ ସମ୍ମିଳନୀରେ ଶାହ ସ୍ପଷ୍ଟ କରିଛନ୍ତି। ଏନ୍‌ଆର୍‌ସି ତାଲିକାକୁ ନେଇ ଭାଜପାର କେତେଜଣ ନେତା ବଙ୍ଗାଳୀ ହିନ୍ଦୁ ସଂଖ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନେ ହେଉଛନ୍ତି ଆସାମ ଜନସଂଖ୍ୟାର ୧୮ ପ୍ରତିଶତ। ତେବେ ଭାଜପା ଭୋଟବ୍ୟାଙ୍କର ମୁଖ୍ୟ ଅଂଶ ବଙ୍ଗାଳୀ ହିନ୍ଦୁ ତାଲିକାରୁ ବାଦ୍‌ ପଡିଥିବାରୁ ଦଳୀୟ ନେତା ଏହାର ବିରୋଧ କରିଥିଲେ। ଗତ ଲୋକ ସଭା ନିର୍ବାଚନରେ ଆସାମର ୧୪ ଆସନରୁ ଭାଜପା ୯ଟିରେ ବିଜୟୀ ହୋଇଥିଲା। ମୁଖ୍ୟତଃ ସେଠାର ଆଦିମ ଅଧିବାସୀ, ଅସମୀୟା ହିନ୍ଦୁ ଓ ବଙ୍ଗାଳୀ ହିନ୍ଦୁମାନେ ଭାଜପାକୁ ଭୋଟ ଦେଇଥିଲେ। ହିନ୍ଦୁଙ୍କୁ ବାଦ୍‌ ଦେବା ଓ ମୁସଲମାନଙ୍କୁ ସହାୟତା କରିବା ଲାଗି ଏନ୍‌ଆର୍‌ସି ଏକ ଷଡଯନ୍ତ୍ର ବୋଲି ଭାଜପା ବିଧାୟକ ସିଲଦିତ୍ୟ ଦେବ ସେତେବେଳେ କହିଥିଲେ। ଏନ୍‌ଆର୍‌ସି ସଫ୍ଟଓ୍ବେରରେ ଜାଲିଆତି ହେବା ସହ ତାଲିକା ପ୍ରସ୍ତୁତିରେ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?