ଉଚ୍ଛେଦ ନ ସରୁଣୁ ତରବରିଆ ନିର୍ମାଣ: ପୂର୍ତ୍ତ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ

ପୁରୁଣା ଭୁବନେଶ୍ୱର,୨୭।୧୨(ଡି.ଏନ.ଏ.): ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଠିକ୍‌ ଭାବେ ସରିନାହିଁ। ଏଭଳିସ୍ଥଳେ ସମସ୍ତ ନୀତିନିୟମକୁ ଦଳିମକଚି ରାତିଅଧିଆ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଯେଉଁଠାରେ ପୂର୍ତ୍ତବିଭାଗ ନିର୍ମାଣ କାର୍ଯ୍ୟ କରାଯାଉଛି ସେଠାରେ ନିୟମ ପୂର୍ବକ ଫଳକ, ଠିକାଦାରଙ୍କ ନାମ, ବ୍ୟୟ ବରାଦ, ଅଟକଳ ମୂଲ୍ୟ ଓ କି ପ୍ରକାର କାର୍ଯ୍ୟ ଆଦି ସର୍ବସାଧାରଣଙ୍କ ଜାଣିବା ଲାଗି ନ ଲଗାଇବା ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ସୃଷ୍ଟି କରୁଛି। ପୁରୁଣା ମାର୍କେଟ ସ୍ଥଳ ମନ୍ଦିର ସମ୍ମୁଖ ସମେତ କେତେକ ସ୍ଥାନରେ କଂକ୍ରିଟ୍‌ ଟାଇଲ ବିଛାଇବା ପୂର୍ବରୁ ବାଲି ପୋତି ପାଣି ପକାଯାଇ ରୋଲର ସାହାଯ୍ୟରେ ସମତୁଲ କରାଯିବ। ପୁନର୍ବାର ପଥର ଡଷ୍ଟ ଓ ବାଲି ପୋତି ସମତୁଲ ପରେ ଆବଶ୍ୟକ ସ୍ଥଳେ କଂକ୍ରିଟ କରାଯାଇ ଟାଇଲ ବିଛା ଯିବା କଥା। ହେଲେ ରାତାରାତି ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ତଦାରଖରେ ଲାଇଟ୍‌ ଲଗାଇ କରାଯାଉଛି। ନାମକୁ ମାତ୍ର ବାଲି ଛିଞ୍ଚତ୍ ଏହା ଉପରେ ଟାଇଲ ବିଛାଯାଉଛି। ଯେହେତୁ ଏକାମ୍ର ଅଞ୍ଚଳରେ ଉଚ୍ଛେଦ ବ୍ୟବସାୟୀ, ଉଠାଦୋକାନୀ ଓ ସ୍ଥାନୀୟ ବାସିନ୍ଦା ବିକାଶ ନେଇ ସ୍ବାଗତ କରୁଛନ୍ତି। ସେପରି ସ୍ଥଳେ ପୂର୍ତ୍ତ ବିଭାଗର ଏପରି ରାତିଅଧିଆ ନିର୍ମାଣ ଏକାମ୍ରବାସୀଙ୍କୁ ବ୍ୟଥିତ କରିଛି।
୧୯୯୩ରେ ରାଜ୍ୟ ପୂର୍ତ୍ତ ବିଭାଗ କେବଳ ଇଞ୍ଜିନିୟର ଡିଗ୍ରୀଧାରୀ ଏ’ କ୍ଲାସ୍‌ କଣ୍ଟ୍ରାକ୍ଟର ଏବଂ ଡିପ୍ଲୋମାଧାରୀ ବି’ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ବିନା ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟାଦେଶ ଦେବା ନିୟମ ଆରମ୍ଭ ହୋଇଥିଲା। ପୁଣି ପୂର୍ତ୍ତ ବିଭାଗ ୨୦୧୮ ଅଗଷ୍ଟ ୨୧ରୁ ଲାଗୁ କରିଥିବା ନିଷ୍ପତ୍ତିକୁ ବିଭାଗୀୟ ଯନ୍ତ୍ରୀ ନିଜସ୍ବ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏଥିରେ ଡ଼ିଗ୍ରୀଧାରୀ ଏ’ କ୍ଲାସ୍‌ କଣ୍ଟ୍ରାକ୍ଟରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୩ଟି କାର୍ଯ୍ୟ ଓ ଡିପ୍ଲୋମାଧାରୀ ବି’ କ୍ଲାସ ଦୁଇଟି କାର୍ଯ୍ୟାଦେଶ କୌଣସି ଟେଣ୍ଡର ପ୍ରକ୍ରିୟା ବିନା ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା। ସେହିପରି ୨୦୧୯ ଅକ୍ଟୋବର ୧ରୁ ଡ଼ିଗ୍ରୀ ଓ ଡିପ୍ଲୋମା କଣ୍ଟ୍ରାକ୍ଟରଙ୍କର ରେଜିଷ୍ଟ୍ରେଶନ ଫି ୨ ଗୁଣା କରି ଦିଆଗଲା। ବେକାର ଇଞ୍ଜିନିୟର କଣ୍ଟ୍ରାକ୍ଟର ନିମନ୍ତେ ରୋଜଗାରକ୍ଷମ କରିବାକୁ ସରକାର ଏହି ବ୍ୟବସ୍ଥା କରିଥିଲେ। ହେଲେ ଯନ୍ତ୍ରୀମାନେ ବିଭିନ୍ନ ଉପାୟରେ ଭାଗ ବାଣ୍ଟି ନିର୍ମାଣ କାର୍ଯ୍ୟ କରୁଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ଫିଲ୍ଡ ଡିଭିଜନ ଦାୟିତ୍ୱରେ ଥିବା କ୍ୟାପିଟାଲ ମେଣ୍ଟେନାନ୍ସ ନିର୍ବାହୀଯନ୍ତ୍ରୀ ବି. ଜଗବନ୍ଧୁ ରାଓଙ୍କୁ ପଚାରିବାରେ ଲିଙ୍ଗରାଜ ମନ୍ଦିର ନିକଟରେ ବିଛା ଯାଉଥିବା ଟାଇଲ କାମ ଟେଣ୍ଡର କରାଯାଇଛି। ମାତ୍ର କେଉଁ ପରିସ୍ଥିତିରେ ଠିକାଦାରଙ୍କ ନାମ, କାର୍ଯ୍ୟାଦେଶ ଆଦି ଫଳକରେ ଲଗାଯାଇନାହିଁ ଏହାର ଉତ୍ତର ସେ ଦେଇ ପାରି ନ ଥିଲେ। ରାତି ଅଧିଆ କାର୍ଯ୍ୟ କେଉଁ ଉଦ୍ଦେଶ୍ୟରେ କରାଯାଉଛି ଏବଂ ସେ ସ୍ଥାନରେ ବିଭାଗୀୟ ଯନ୍ତ୍ରୀ ୪ର୍ଥ ଶ୍ରେଣୀଙ୍କ କର୍ମଚାରୀଙ୍କ ଜିମାଦେଇ ଅନୁପସ୍ଥିତ ରହିବା ବିଷୟରେ ଅନୁସନ୍ଧାନ ପରେ ଜଣାଇବେ ବୋଲି ରାଓ କହିଥିଲେ। ଡ଼ିଗ୍ରୀ ଓ ଡିପ୍ଲୋମାଧାରୀ ଇଞ୍ଜିନିୟର ତଥା ଠିକାଦାରଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବା ସମ୍ପର୍କରେ ବିଚାର କରାଯିବ।

ଶ୍ରୀଲିଙ୍ଗରାଜ ମନ୍ଦିର ପୂର୍ବ ଦିଗ ଦେପା ନିକଟରେ ଉଚ୍ଛେଦ:

ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଗୁରୁବାର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ତଥା ଦେପା (ଦେବୀ ପାଦହରା ପୁଷ୍କରିଣୀ) ଶ୍ରୀଲିଙ୍ଗରାଜ ଥାନାର ପୁରାତନ କ୍ୱାର୍ଟର୍ସର ଭଗ୍ନାବଶେଷ ଆଦି ଉଚ୍ଛେଦ କରିଛି। ଉଚ୍ଛେଦ କରାଯିବା ସହ ଏହି ସ୍ଥାନରୁ ଭଙ୍ଗାହୋଇଥିବା ଅଂଶବିଶେଷକୁ ବିଏମ୍‌ସି ଗାଡ଼ି ଲଗାଇ ସଫା କରାଇଛି। ଯେହେତୁ ଏହସବୁ ବ୍ୟବସାୟ ପ୍ରତିଷ୍ଠାନ ଗୃହଗୁଡ଼ିକ ସ୍ଥିତିବାନ ରେକର୍ଡ଼ଭୁକ୍ତ ସମ୍ପତ୍ତି ଏଣୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ ନେଇ ଦାବି ହୋଇଥିଲା। ସେମାନଙ୍କ ମତରେ ସରକାର ନିର୍ଦ୍ଧାରିତ ବେଞ୍ଚମାର୍କ ଭାଲ୍ୟୁଏଶନ ପ୍ରକୃତ ବଜାର ଦରଠାରୁ ଯଥେଷ୍ଟ କମ୍‌ ରହିଛି। ଭଙ୍ଗା ଯାଉଥିବା ଘରଗୁଡ଼ିକର ଠିକ୍‌ ମୂଲ୍ୟାୟନ ନ କରି ଜୋର କରି ଭାଙ୍ଗିବା ଅନ୍ୟାୟ। ଏ ନେଇ ୨୦୧୧ରୁ କେତେଜଣ ଜମି ମାଲିକ ଅଭିଯୋଗ କରି ଆସୁଛନ୍ତି। ମାତ୍ର ଏକାମ୍ର ଲିଙ୍ଗରାଜ କ୍ଷେତ୍ରରେ ବିକାଶ କାରଣରୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏପରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କେବଳ ସୁଧରେ ହିଁ ହୋଇଯାଏ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ,୩।୭: ସୁରକ୍ଷିତ ଭବିଷ୍ୟତ ପାଇଁ ସଠିକ ସମୟରେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନିଶ୍ଚିତ କରେ ଯେ, ଆପଣଙ୍କୁ ଆର୍ଥିକ ଜରୁରୀକାଳୀନ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

IND vs ENG 2nd T20I Playing-11: ସଞ୍ଜୁ ସାମସନଙ୍କ ଛୁଟି, ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନିଶ୍ଚିତ, ଇଶାନ କିଶନଙ୍କୁ ମିଳିବ ଆଉ ଏକ ସୁଯୋଗ!

ନୂଆଦିଲ୍ଲୀ,୩।୭: ସମସ୍ତେ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri