Posted inଜାତୀୟ

ଉଗ୍ର ରୂପ ନେଉଛି ଜେଏନ୍‌ୟୁୁ ଛାତ୍ରଙ୍କ ଆନ୍ଦୋଳନ: ଦିଲ୍ଲୀର ୩ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବର୍ଦ୍ଧିତ ଫି’ ବିରୋଧରେ କରୁଥିବା ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁ କେନ୍ଦ୍ର ସଚିବାଳୟ, ଉଦ୍ୟୋଗ ଭବନ ଓ ପଟେଲ ଛକ ମେଟ୍ରୋ ଷ୍ଟେଶନକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ବର୍ଦ୍ଧିତ ଫି’ ବିରୋଧରେ ଜେଏନ୍‌ୟୁର ହଜାର ହଜାର ଛାତ୍ର ସୋମବାର ସଂସଦ ଭବନ ଘେରିବାକୁ ଉଦ୍ୟମ କରିଥିଲେ। ଏମାନଙ୍କୁ ଅଟକାଇବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେମାନେ ଜେଏନ୍‌ୟୁର ୩ଟି ବ୍ୟାରିକେଡ୍‌ ଭାଙ୍ଗିଦେଇଥିଲେ। ସେହି ସମୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ମାମଲାରେ କିଛି ଛାତ୍ରଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଓ ସଂସଦ ଭବନ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲି ମେଡିସିନରେ ଅଶ୍ଳୀଳତା

ନୂଆଦିଲ୍ଲୀ, ୩୦ା୧୨: କରୋନା ସଂକ୍ରମଣବେଳେ ଅନ୍‌ଲାଇନ ସେବାକୁ ମିଳିଛି ପ୍ରାଥମକିତା। ଦିନକୁ ଦିନ ବଢ଼ୁଛି ଓ୍ବେବସାଇଟ୍‌, ଆପ୍‌ର ମାତ୍ରା ଏବଂ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଜ...

ପାକିସ୍ତାନୀ ସେନା ଅଧିକାରୀଙ୍କ କବରକୁ ସାଇତି ରଖିଛି ଭାରତୀୟ ସେନା

ଶ୍ରୀନଗର,୧୬।୧୦:ଭାରତୀୟ ସେନା ପୁଣି ଏକ ମହାନତାର ପରିଚୟ ଦେଇଛି। ଜମ୍ମୁ-କଶ୍ମୀରର ନୌଗାମ ସେକ୍ଟରରେ ଥିବା ଜଣେ ପାକିସ୍ତାନ ଅଧିକାରୀଙ୍କ କବରର ମରାମତି କାର୍ଯ୍ୟ କରିଛି ଭାରତୀୟ...

କରୋନା ଟିକା ନେବା ପରେ ମୃତ୍ୟୁ

ରାଞ୍ଚି,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ସାର୍ବଜନୀକ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି। ତେବେ ଟିକା ନେବା ପରେ କେତେକ...

ସ୍ବାମୀଙ୍କ ଦୁଇହାତକୁ ଧରିଲେ ନବବିବାହିତା, କୁରାଢ଼ିରେ ଚୋଟ ପରେ ଚୋଟ ମାରିଚାଲିଲେ ପ୍ରେମିକ; ଆଉ ତା’ ପରେ…

ଭୋପାଳ,୧୦ା୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ନବବିବାହିତା ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏ...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ...

ମୋଦି ସରକାରଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ରାଞ୍ଚି,୨୬ ।୩: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କୋଲ ଇଣ୍ଡିଆ ଉପରେ ଝାରଖଣ୍ଡର ୧.୩୬...

ସାନିଟାଇଜର୍‌ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !

ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍‌ ସ୍ପ୍ରେ କରାଯାଉଛି।...

ମଝି ଆକାଶରେ ଝଡ଼ରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ: ୧୭୨ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀରୁ କୋଚି ବନ୍ଦର ଦେଇ ଥିରୁଭାନନ୍ତପୁରମ୍‌ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନ ମଝି ଆକାଶରେ ଝଡ଼ରେ ଦୋହଲିବା ଆରମ୍ଭ କରିଥିଲା। ବିମାନରେ ଥିବା...

Advertisement
Archives

Model This Week