ଇ-ସିଗାରେଟ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧-୧୦: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଇ-ସିଗାରେଟ ସମେତ ଇ-ହୁକା ଏବଂ ଏଭଳି ଅନ୍ୟ ଡିଭାଇସଗୁଡିକର ରପ୍ତାନିକୁ ସୋମବାର ନିଷେଧ କରାଯାଇଛି। ଚଳିତ ମାସ ୧୮ରେ ସରକାର ଅଧ୍ୟାଦେଶ ଦ୍ୱାରା ଇ-ସିଗାରେଟର ଉତ୍ପାଦନ, ରପ୍ତାନି, ବିତରଣ ଏବଂ ବିକ୍ରିକୁ ନିଷେଧ କରିଥିବା ବେଳେ ଏହାର ଅନୁପାଳନ ଲାଗି ବର୍ତ୍ତମାନ ବିଜ୍ଞପ୍ତି ଜାରି କରାଯାଇଛି। ସବୁ ବର୍ଗର ଇଲେକଟ୍ରୋନିକ୍ସ ନିକୋଟିନ ଡେଲିଭରି ସିଷ୍ଟମ, ହିଟ୍‌ ନଟ୍‌ ବର୍ନ ପ୍ରଡକ୍ଟ, ଯେକୌଣସି ନାମ, ଆକାର ଆସୁଥିବା ଇ-ହୁକା ଭଳି ଡିଭାଇସ ନିଷେଧ କରାଯାଇଥିବା ବିଦେଶୀ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି) ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ଏହି କ୍ଷେତ୍ରରେ ନିୟମ ଉଲ୍ଲଂଘନ କଲେ ପ୍ରାଥମିକ ଭାବେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ସେହିଭଳି ପୁନର୍ବାର ଏପରିକଲେ ୩ ବର୍ଷ ଜେଲ ବା ୫ ଲକ୍ଷ ଜରିମାନା କିମ୍ବା ଉଭୟ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି। ସେହିଭଳି ଇ-ସିଗାରେଟ ରଖିବାକୁ ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯାଉଛି। ଏକ୍ଷେତ୍ରରେ ୬ ମାସ ଜେଲ ଏବଂ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ...

୧% ଅତିଧନୀଙ୍କ ପାଖରେ ସିଂହ ଭାଗ ସମ୍ପତ୍ତିି

ଡାଭୋସ,୨୧-୧: ଭାରତର ୧% ଅତିଧନୀ ବ୍ୟକ୍ତି ବିଶେଷଙ୍କ ନିକଟରେ ଦେଶର ମୋଟ ସମ୍ପତ୍ତିର ସିଂହ ଭାଗ ଅଂଶ ରହିଛି। ଏମାନଙ୍କ ପାଖରେ ଦେଶର ୭୦% ଜନସଂଖ୍ୟାଙ୍କ...

ବ୍ୟାଙ୍କିଙ୍ଗ ଉଦ୍ୟୋଗ ମହଙ୍ଗା ଭତ୍ତା ୬୮.୧%

ଭୁବନେଶ୍ୱର,୨-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମେ’ ମାସରେ ୩୧୪ ପଏଣ୍ଟ ଥିଲା। ଏହା ଜୁନରେ ୨ ପଏଣ୍ଟ...

ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ...

ଫୋର୍ବସ ପ୍ରଭାବଶାଳୀ ମହିଳା ତାଲିକାରେ ସୀତାରାମନ

ନୂଆଦିଲ୍ଲୀ,୧୪-୧୨: ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ସବୁଠାରୁ ପ୍ରଭାବଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୪ତମ ସ୍ଥାନରେ ରହିଛନ୍ତି। ସେହିଭଳି ଅନ୍ୟ ଭାରତୀୟ...

ଏଫ୍‌ପିଆଇ ମାଲିକାନା ୧୯.୫%କୁ ହ୍ରାସ

ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍‌...

୨୦୨୧-୨୨ରେ ୩ କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଇଟିଆର୍‌ରେ ସାମିଲ

ଦେଶର ବିକାଶ ପାଇଁ ଦେଶବାସୀ ପ୍ରତ୍ୟକ୍ଷ ଭାବେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହି ଅବସରରେ...

ପେଟିଏମ୍‌ ଜରିଆରେ ବୁକ୍‌ କରନ୍ତୁ ଏଲ୍‌ପିଜି ସିଲିଣ୍ଡର: ମିଳୁଛି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ !

ନୂଆଦିଲ୍ଲୀ,୨୦।୧୨: ପେଟିଏମ୍‌ ମୋବାଇଲ ଆପ୍‌ ଜରିଆରେ ଏଲ୍‌ପିଜି ସିଲିଣ୍ଡରର ବୁକିଂ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ମିଳିବ। ପ୍ରଥମ ଥର ପାଇଁ କମ୍ପାନୀ ଏହି...

Advertisement
Archives

Model This Week