Posted inଜାତୀୟ

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ -୨ର ସଫଳ ଉତ୍‌କ୍ଷେପଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଇସ୍ରୋର ସଫଳତା ହୋଇଥିବା ବେଳେ ଭାରତୀୟ ମହାକାଶ ଗବେଷଣାରେ ଏକ ଇତିହାସ ସୃଷ୍ଟି ହୋଇଥିବାରୁ ଦେଶ ଏହାକୁ ନେଇ ଗର୍ବିତ ବୋଲି ରାଜନାଥ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍‌କ୍ଷେପଣ ହୋଇଛିି। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା...

ସିଦ୍ଧୁ ମୁସେୱାଲାଙ୍କ ପରେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ଆକ୍ରମଣ, ଫଟୋ ଶେୟାର କଲେ ହନି ସିଂ

ନୂଆଦିଲ୍ଲୀ,୩ ।୧୦: ପଞ୍ଜାବି ସିଙ୍ଗରଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ...

ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ, ୬୨୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ଏଥିରେ ବହୁ ସଂଖ୍ୟାରେ ଭୋଟର ଭାଗ...

‘ସାମ୍‌ନା’ର ନୂଆ ସମ୍ପାଦିକା ହେଲେ ରଶ୍ମୀ

ମୁମ୍ବାଇ,୧।୩: ଶିବସେନାର ମୁଖପତ୍ର ‘ସାମ୍‌ନା’ର ନୂଆ ସମ୍ପାଦିକା ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହାର ସମ୍ପାଦକ...

ମହାରାଷ୍ଟ୍ରରେ ଡଙ୍ଗାବୁଡ଼ି ୯ ମୃତ,୧୬ ଉଦ୍ଧାର

ମୁମ୍ବାଇ,୮।୮: ମହାରାଷ୍ଟ୍ରର ପୁଣେରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ସାଙ୍ଗଲୀ ଜିଲା ପାଲୁସ ବ୍ଲକର ଭାମନାଲ ନିକଟରେ ବନ୍ୟା ଘେରରେ ଥିବା ଲୋକଙ୍କୁ ଉଦ୍ଧାର...

୨୦୨୧ରେ ୧୩ ହଜାର ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ ,୧୯।୧୨(ଆଇଏଏନ୍‌ଏସ୍‌): ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରର ୩ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାରିୟର ଆଶାୟୀଙ୍କ ଆତ୍ମହତ୍ୟା ଘଟଣା ବିତର୍କର ବିଷୟ ହୋଇଛି। ଜଟିଳ...

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫...

Advertisement
Archives

Model This Week