ଇରାନ ଉପରେ କଠୋର କଟକଣା

ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା କରିଛି। ଇରାନର ବ୍ୟବହାରରେ ପରିବର୍ତ୍ତନ ନ ଆସିବା ଯାଏ ଏହି କଟକଣା ବଜାୟ ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡ୍ରୋନଲ୍ଡ ଟ୍ରମ୍ପ୍‌ ସ୍ପଷ୍ଟ କରିଛନ୍ତି। ଏହାସହ ୟୁରୋପ ସମେତ ରୁଷିଆ ଓ ଚାଇନା ଭଳି ପକ୍ଷଙ୍କୁ ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଓହରିଯାଇ ନୂଆ ବୁଝାମଣା ପାଇଁ ପ୍ରସ୍ତୁତ ହେବାକୁ ସେ ଆହ୍ବାନ ଦେଇଛନ୍ତି। ସେହିପରି ମଧ୍ୟପ୍ରାଚ୍ୟରେ ନାଟୋ ଅଧିକ ସକ୍ରିୟ ହେବା ଉଚିତ ବୋଲି କହିଛନ୍ତି।
ଇରାକରେ ଥିବା ଆମେରିକାର ଦୁଇଟି ସେନାଘାଟି ଉପରେ ଆକ୍ରମଣ କରି ୮୦ ସୈନ୍ୟଙ୍କ ଜୀବନ ନେଇଥିବା ଇରାନ ଦାବି କରିଥିବାବେଳେ ଟ୍ରମ୍ପ୍‌ ବୁଧବାର ଏହାକୁ ଖଣ୍ଡନ କରିଛନ୍ତି। ଇରାନର ମିଶାଇଲ ମାଡ଼ରେ କେହି ଜଣେ ହେଲେ ଆମେରିକୀୟ ସୈନ୍ୟ ମରିନାହାନ୍ତି ବୋଲି ସେ କହିଛନ୍ତି। ଏହାସହ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଇରାନକୁ ସେ ଶାନ୍ତିପଥର ଅନୁଗାମୀ ହେବାକୁ ପ୍ରସ୍ତାବ ଦେଇଛନ୍ତି। ହ୍ବାଇଟ୍‌ ହାଉସ ଗ୍ରାଣ୍ଡ ଫୋୟରରୁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଟ୍ରମ୍ପ୍‌ କହିଛନ୍ତି, ଇରାନର ଆକ୍ରମଣରେ ଆମ ସେନାଘାଟିର ବହୁତ କମ୍‌ କ୍ଷତି ହୋଇଛି। ଏଥିରେ ଆମେରିକା କିମ୍ବା ଇରାକର କେହି ମୃତାହତ ହୋଇନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘର୍ଷରତ ମା’ କାନ୍ଧରେ ପରିବାର ବୋଝ

ହଂକଂ,୫ା୫:ଜୟମାଳା ଦେବୀଙ୍କୁ ୧୪ ବର୍ଷ ବୟସରେ ବାହା କରାଇଥିଲେ ମା’ବାପା। ତାଙ୍କ ଉପରେ ସ୍ବାମୀ ଚାପ ପକାଇଚାଲିଥିଲେ ପୁଅ ଜନ୍ମ କରିବାକୁ। ଦୁଇ ପୁଅଙ୍କୁ ଜନ୍ମ...

ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ...

୪୭ ବର୍ଷ ପରେ ଆସିଲା ବିମାନ ଦୁର୍ଘଟଣାର କାରଣ, ଯେଉଁଥିରେ ପ୍ରାଣ ହରାଇଥିଲେ ଅନେକ ନେତା

କୁଆଲା ଲମପୁର,୧୪।୪: ମାଲେସିଆର ଏକ ଟପ ସିକ୍ରେଟ ଫାଇଲକୁ ୪୭ ବର୍ଷ ପରେ ସାର୍ବଜନିନ କରାଯାଇଛି। ସୂଚନାଯୋଗ୍ୟ, ୧୯୭୬ରେ ମାଲେସିଆରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ...

କୋଭାକ୍ସିନକୁ ମଞ୍ଜୁରୀ ଦେଲା ହଂକଂ

ହଂକଂ,୧୦।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଅନୁମୋଦନ ପାଇବା ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ମେଡ ଇନ ଇଣ୍ଡିଆ ଟିକା କୋଭାକ୍ସିନକୁ ସ୍ବୀକୃତି ଦେଉଛନ୍ତି।...

ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ନାତୁଣୀ ଶେୟାର କଲେ ଫଟୋ, ଲେଖିଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୮ା୧୧: ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇଡେନ୍‌। ପେନ୍‌ସିଲଭାନିଆରେ ଯେତେବେଳେ ଜୋ ବାଇଡେନ୍‌ଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା...

ଲିବିୟା ବିସ୍ଫୋରଣ: ୧୮ ଆହତ

ଡେରନା,୨।୬: ଲିବିୟାନ୍‌ ନ୍ୟାଶନାଲ୍‌ ଆର୍ମି(ଏଲ୍‌ଏନ୍‌ଏ)ର ହେଡ୍‌କ୍ୱାଟର ନିକଟରେ ରବିବାର ହୋଇଥିବା ୨ଟି ବିସ୍ଫୋରଣରେ ଅତିକମ୍‌ରେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖଲିଫା ହଫ୍‌ତାର...

ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍‌ କ୍ଷେପଣାସ୍ତ୍ର…

ପୋୟଙ୍ଗୟାଙ୍ଗ୍‌,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଦୀର୍ଘ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ...

ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ: ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ବନ୍ଦ

କାବୁଲ,୧୩।୯: ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି। ଆଫଗାନିସ୍ତାନ ପ୍ରଶାସନର ଆକସ୍ମିକ ପତନ ଦେଶରେ ଅର୍ଥନୈତିକ ସଙ୍କଟ ଏବଂ ଆର୍ଥିକ ସମସ୍ୟା...

Advertisement
Archives

Model This Week