ଇପିଏଫ୍‌ରେ ମିଳିବ ୮.୬୫%ସୁଧ

ନୂଆଦିଲ୍ଲୀ,୨୭-୪: କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ଉପରେ ୮.୬୫% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ଏହି ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଥିଲା ଏବଂ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଇଥିଲା। ଏହି ନିଷ୍ପତ୍ତି ଯୋଗୁ ସଂଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ଫାଇଦା ମିଳିବ। ଗତବର୍ଷ ଇପିଏଫ୍‌ଓ ନିଜ ସଦସ୍ୟଙ୍କୁ ୮.୫୫% ସୁଧ ହାର ଦେଇଥିଲା। ପରେ ଚଳିତ ବର୍ଷ ଏହାକୁ ୮.୬୫%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା।  ଗତ ୩ ବର୍ଷ ମଧ୍ୟରେ ସୁଧ ହାର ପ୍ରଥମଥର ବୃଦ୍ଧି ପାଇଛି। ଏଥିପୂର୍ବରୁ ୨୦୧୭-୧୮ରେ ଇପିଏଫ୍‌ ସୁଧ ହାର ୮.୫୫% ରହିଥିଲା। ତେବେ ଇପିଏଫ୍‌ଓ ୨୦୧୬-୧୭ରେ ଇପିଏଫ୍‌ ଉପରେ ସୁଧ ହାରକୁ ୮.୮୦ ପ୍ରତିଶତରୁ ୮.୬୫%କୁ ହ୍ରାସ କରିଥିଲା। ଅର୍ଥ ମନ୍ତ୍ରଣାଳୟର ଅନୁମତି ପରେ ଆୟକର ବିଭାଗ ଏବଂ ଶ୍ରମ ମନ୍ତ୍ରଣାଳୟ ଏ ସମ୍ପର୍କରେ ଅଧିସୂଚନା ଜାରି କରିବେ। ଏହାପରେ ଇପିଏଫ୍‌ଓ ନିଜର ୧୨୦ରୁ ଅଧିକ ଆଞ୍ଚଳିକ ଅଧିକାରୀଙ୍କୁ ନୂଆ ସୁଧ ହାର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

୪୦ଲକ୍ଷ ପାର୍‌ କରିବ ୧୦ଗ୍ରାମ୍‌ ସୁନା, ବିବାହ ଋତୁରେ କୋଟିଏ ଛୁଇଁବ!

ନୂଆଦିଲ୍ଲୀ,୧୬।୧: ଦେଶରେ ସୁନା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି, ଯାହା ଧୀରେ ଧୀରେ ସାଧାରଣ ଲୋକଙ୍କ ହାତପାଆନ୍ତାରୁ ଦୂରେଇ ଯାଉଛି। ଆଜି ଦିଲ୍ଲୀ, ଜୟପୁର,...

ଖାଲି ଘର ଅଛି କି? ଭଡା ନ ଦେଇ ଏମିତି କରନ୍ତୁ, କମାଇବେ ମୋଟା ଅଙ୍କର ଟଙ୍କା…

ଯଦି ଆପଣଙ୍କର ଏକ ଖାଲି ଘର ଅଛି ଏବଂ ଆପଣ ଏହାକୁ ପାରମ୍ପରିକ ଉପାୟରେ ଘରଭଡ଼ା ଦେବାକୁ ଚାହୁଁନାହାଁନ୍ତି, ତେବେ ଭଡ଼ା ଅପେକ୍ଷା ଅଧିକ ରୋଜଗାର...

ମିଶିଯିବ ୨ଟି ବଡ଼ ବ୍ୟାଙ୍କ୍‌! ଖାତାରେ ଟଙ୍କା ଥିଲେ…

ନୂଆଦିଲ୍ଲୀ,୧୬।୧: ସରକାର ଦୁଇଟି ବଡ଼ ସାର୍ୱଜନୀନ କ୍ଷେତ୍ରର ବ୍ୟାଙ୍କକୁ ମିଶ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ୟାଙ୍କଗୁଡ଼ିକୁ ମଜବୁତ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା...

୧ ଏପ୍ରିଲରୁ ଟୋଲ ପ୍ଲାଜା ନିୟମରେ ବଡ଼ ପରିବର୍ତ୍ତନ: ଜାଣିରଖନ୍ତୁ ନଚେତ୍‌…

ନୂଆଦିଲ୍ଲୀ,୧୬।୧: ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ରାଜପଥ ଯାତ୍ରାକୁ...

“ଭାରତ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ”: IMF

ନୂଆଦିଲ୍ଲୀ,୧୬ା୧: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଏକ ବଡ଼ ଘୋଷଣା କରିଛି। IMF ର ଯୋଗାଯୋଗ ବିଭାଗ ନିର୍ଦ୍ଦେଶିକା ଜୁଲି...

ସୁନା ନା ତେଲ, ବର୍ତ୍ତମାନ ଦୁନିଆରେ କେଉଁଟା ସବୁଠୁ ଅଧିକ ଶକ୍ତିଶାଳୀ? ଉତ୍ତର ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୫।୧: ଗତ ପାଞ୍ଚ ବର୍ଷ ମଧ୍ୟରେ, ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ଉଭୟ ମୂଲ୍ୟବାନ ଧାତୁ ସମସ୍ତ ମୂଲ୍ୟ ରେକର୍ଡ...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୪।୧: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri