Posted inଫୁରସତ

ଇନ୍‌ଷ୍ଟାଗ୍ରାମର ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’

ବାଡ୍ଡି ଓ୍ବିଙ୍କଲ୍‌। ବୟସ ୯୨। କିନ୍ତୁ ଏବେ ବି କମିନି ତାଙ୍କ ଜଲଓ୍ବା। ଷ୍ଟାଇଲରେ ସେ ଆଜିକାଲି ମଡେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’ ଭାବେ ସେ ପରିଚୟ ହାସଲ କରିଛନ୍ତି। ତାଙ୍କ ଷ୍ଟାଇଲ୍‌ ଦେଖି ଇନ୍‌ଷ୍ଟାରେ ୩୦ଲକ୍ଷରୁ ଅଧିକ ୟୁଜର୍ସ ତାଙ୍କୁ ଫଲୋ କରୁଛନ୍ତି। ବାଡ୍ଡି ଓ୍ବିଙ୍କଲ୍‌ଙ୍କ ପ୍ରକୃତ ନାମ ହେଉଛି ହେଲେନ ରୁଥ ଏଲାମ। କିନ୍ତୁ ସାରା ବିଶ୍ୱ ତାଙ୍କୁ ବାଡ୍ଡି ଓ୍ବିଙ୍କଲ୍‌ଙ୍କ ନାମରେ ଜାଣେ। ସେ ୮୫ ବର୍ଷରେ ନାତୁଣୀ ପାଇଁ ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିଲେ। ସୂଚନାଯୋଗ୍ୟ, ଓ୍ବିଙ୍କଲ ଆମେରିକାର ଓ୍ବାକୋରେ ୬ ଏକର ଫାର୍ମ ହାଉସ୍‌ରେ ଏକ ସାଧାରଣ ଜୀବନ ବିତାଉଥିଲେ। ଥରେ ନାତୁଣୀ ତାଙ୍କୁ ଏକ ମଡେଲ ଡ୍ରେସ୍‌ ପିନ୍ଧାଇ ଫଟୋ ଉଠାଇ ଇଣ୍ଟରନେଟ୍‌ରେ ଛାଡି ଦେଇଥିଲେ। ପରେ ଉକ୍ତ ଫଟୋଟି ଭାଇରାଲ ହେବାରେ ଲାଗିଥିଲା। ୨୦୧୪ରେ ଗ୍ରାଣ୍ଡ୍‌ ମା’ ନିଜର ପ୍ରଥମ ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡିଥିଲେ। ଏପର୍ଯ୍ୟନ୍ତ ସେ ଇନ୍‌ଷ୍ଟାରେ ୩୩୦ଟି ଫଟୋ ପୋଷ୍ଟ ଶେୟାର କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରର ବିବେକ

ନୂଆଦିଲ୍ଲୀ୪।୭: ଏବେ ସୋସିଆଲ ମିଡ଼ିଆରେ ଗୋଟିଏ କୁକୁରର ବିବେକ ସମ୍ପର୍କିତ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। କୁକୁର କିପରି ମଣିଷ ଭଳି ମାନବିକତା ଗୁଣର...

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ...

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ‘ବିନୋଦ’ କିଏ? ଜାଣନ୍ତୁ କାହିଁକି ହେଉଛନ୍ତି ଭାଇରାଲ

ବିନୋଦ କିଏ? ଯିଏ #ବିନୋଦ ନାମରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଏପରି କ’ଣ ହେଲା ଯେଉଁଥିପାଇଁ ଏହି ନାମ ଏତେମାତ୍ରାରେ ଭାଇରାଲ ହେଉଛି। ଲୋକ...

ଏମିତି ସହର, ଯାହାର ସ୍ଥିତି ନାହିଁ ନିଜ ଦେଶରେ

ସାଧାରଣତଃ ପ୍ରତ୍ୟେକ ସହର ନିଜ ଦେଶରେ ହିଁ ରହିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ସହର ରହିଛି, ଯାହାର ସ୍ଥିତି ନିଜ ଦେଶରେ ନ ରହି...

ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…

୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍‌, ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି। ହ୍ବାଟ୍ସଆପ୍‌: ଫେବୃୟାରୀ...

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ।...

ଲମ୍ବା ଓଠଥିବା ମହିଳା ଅଧିକ ରୋମାଣ୍ଟିକ

ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ମଧ୍ୟରେ ଓଠ ଅନ୍ୟତମ। ମହିଳାଙ୍କ ଓଠ ହିଁ ପୁରୁଷମାନଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଓଠକୁ ଦେଖି ଜାଣି ହୁଏ...

ଲାଲୁଙ୍କଠାରୁ ୧୧ ବର୍ଷ ସାନ ରାବିଡି ଦେବୀ, ବିବାହର ବର୍ଷେ ପରେ ଦେଖିଥିଲେ ପରସ୍ପରର ମୁହଁ

ଦେଶ ଏବଂ ବିହାର ରାଜନୀତିରେ ପରିଚୟ ସୃଷ୍ଟି କରିଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାର ବିହାରର ପ୍ରଥମ ରାଜନୈତିକ ପରିବାର କୁହାଯାଏ। ଏହି...

Coronavirus Update

Archives

Model This Week

Why Dharitri