ଇନୋଭିଟିର ନୂଆ ସ୍ବାଇପ ମେଶିନ

ଭୁବନେଶ୍ୱର,୨୩-୯: ଇନୋଭିଟି ବ୍ରାଣ୍ଡ ପକ୍ଷରୁ ନୂଆ ସ୍ବାଇପ ମେଶିନ ବଜାରକୁ ଆସିଛି। କମ୍ପାନୀର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ମାନସ ରଞ୍ଜନ ସାହୁ, ଆର୍‌ଜେସ୍‌ ଏଣ୍ଟରପ୍ରାଇଜେସର ସତ୍ତ୍ୱାଧିକାରୀ ଜୟ ସଦାନୀ, ଶାଖା ପ୍ରବନ୍ଧକ ସୌମ୍ୟ ସଙ୍କେତ ଏହାର ବଜାର ପ୍ରବେଶ କରାଇଛନ୍ତି। କ୍ୟାଶଲେସ ପେମେଣ୍ଟର ବୃଦ୍ଧିକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏଭଳି ମଡେଲ ବଜାରକୁ ଛଡାଯାଇଛି। ଏହା ଗ୍ରାହକଙ୍କ ଦ୍ୱାରା ବେଶ ଆଦୃତ ହେବ ବୋଲି କମ୍ପାନୀ ପ୍ରକାଶ କରିଛି। ଏହା ବ୍ୟବହାର କରିବାକୁ ସହଜ ହୋଇଥିବା ବେଳେ ଗ୍ରାହକଙ୍କ କ୍ୟାଶଲେସ ନେଣଦେଣର ବର୍ଦ୍ଧିତ ଚାହିଦା ପୂରଣ ଦିଗରେ ସହାୟକ ହେବ ବୋଲି କମ୍ପାନୀ କହିଛି। ଏହି ସ୍ବାଇପ ମେଶିନ କ୍ରୟ କରିବାକୁ ଚାହୁଁଥିବା ଗ୍ରାହକ ନିକଟସ୍ଥ ବିତରକ ପଏଣ୍ଟ ସହ ଯୋଗାଯୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri