ଇଦ୍‌-ଉଲ୍‌-ଜୁହା ପାଇଁ ସହର ଉତ୍ସବମୁଖର

ଭଦ୍ରକ ଅଫିସ, ୧୨।୮- ସୋମବାର ଇଦ୍‌-ଉଲ୍‌-ଜୁହା ପର୍ବ। ଏଥିପାଇଁ ଭଦ୍ରକ ସହରରେ ଥିବା ବିଭିନ୍ନ ମସ୍‌ଜିଦ, ସମୂହ ନମାଜ ପାଠ ହେବାକୁ ଥିବା କଦମବେଡା ଇଦ୍‌ଗାହା ଅଞ୍ଚଳର ପରିବେଶ ଉତ୍ସବମୁଖର ହୋଇଉଠିଛି। ସହରରେ ଭାଇଚାରା ଓ ସଦ୍‌ଭାବନା ରକ୍ଷା କରି ଏହି ପର୍ବ ପାଳନ କରିବା ଲାଗି ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ସହରର ପୁରୁଣାବଜାର ଇଲାକାରେ ଦୁଇଦିନ ଧରି ଜିଲା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବା ସହ କଡ଼ା ପୋଲିସ ପହରା ଦିଆଯାଇଛି। ଶନିବାର ବିଳମ୍ବିତ ରାତିରେ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଭଦ୍ରକରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପରେ ଟାଉନ ଥାନା ଓ ପୁରୁଣାବଜାର ଥାନା ଅଞ୍ଚଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରି ସେ ଫେରିଛନ୍ତି। ଏସ୍‌ପି ରାଜେଶ ପଣ୍ଡିତଙ୍କ ନେତୃତ୍ୱରେ ପୁରୁଣାବଜାର ଥାନା ଅଞ୍ଚଳରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଦମବେଡା ଇଦ୍‌ଗାହା ନିକଟରେ ସମୂହ ନମାଜ ପାଠ ସ୍ଥଳରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ସହରାଞ୍ଚଳରେ ଥିବା ସମସ୍ତ ମନ୍ଦିର ଓ ମସ୍‌ଜିଦ୍‌ଗୁଡ଼ିକରେ ପୋଲିସ ମୁତୟନ ସହ ଭ୍ରାମ୍ୟମାଣ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ୪ ଅତିରିକ୍ତ ଏସ୍‌ପି, ୯ ଡିଏସ୍‌ପି, ୧୫ ଇନ୍ସପେକ୍ଟର, ୬୯ ଏସ୍‌ଆଇ, ଏଏସ୍‌ଆଇ, ୬ ହାବିଲଦାର, ୪୯ ଓଆର୍‌ କନଷ୍ଟେବଳ ଓ ୧୪୦ ହୋମଗାର୍ଡ ମୁତୟନ ରହିଛନ୍ତି। ଚଉଦ ମହଲା ମୁସ୍‌ଲିମ ଜମାତ ସଭାପତି ମହମ୍ମଦ ଅବଦୁଲ ବାରି କହିଛନ୍ତି, ସୋମବାର ପୂର୍ବାହ୍ନ ୯ଟା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ମୁସ୍‌ଲିମ ଧର୍ମାବଲମ୍ବୀ ସମୂହ ନମାଜପାଠରେ ଯୋଗଦେବେ। ଏଥିଲାଗି ପ୍ରସ୍ତୁତି ବୈଠକ ବସି ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି। ସମୂହ ନମାଜପାଠରେ ସାମିଲ ହୋଇଥିବା ଲୋକଙ୍କୁ ସେଠାରେ ବିଭିନ୍ନ ସମ୍ପ୍ରଦାୟର ତଥା ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସହରରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୨।୧୦: କଟକ ସହରରୁ ସୋମବାର ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ...

ଆଦିବାସୀ ମହିଳାଙ୍କୁ ମାଡ଼ ଅଭିଯୋଗ: ପୋଲିସ ତଦନ୍ତ ଆରମ୍ଭ

ରାଉରକେଲା ଅଫିସ,୭।୧୦: ସୁନ୍ଦରଗଡ଼ ଜିଲା ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହ...

ସ୍ନାନ ପୂର୍ଣ୍ଣିମା, ରଥଯାତ୍ରାରେ ଯୋଗଦେବେ ସୋରଡ଼ା ରାଜା

ସୋରଡ଼ା,୧୭ା୬(ଡି.ଏନ୍‌.ଏ.)-ସୋରଡ଼ାର ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସୋମବାର ପାଳନ କରାଯିବ। ଏଥିରେ ସୋରଡ଼ା ରାଜା ଡ.ଦେବଦତ୍ତ ସିଂହ ଦେଓ ଯୋଗଦେବେ। ସ୍ଥାନୀୟ ରାଜବଂଶର ରାଜା ଜଗନ୍ନାଥ ସିଂହ...

ଖୋର୍ଦ୍ଧାରୋଡ଼ ଷ୍ଟେଶନରେ ମେମୁର ଗୋଟିଏ ବଗି ଲାଇନଚ୍ୟୁତ

ଜଟଣୀ,୨୬ା୧୧(ଡି.ଏନ.ଏ): ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ସୋମବାର ସନ୍ଧ୍ୟାରେ ମେମୁ ଟ୍ରେନ୍‌ର ଏକ ବଗି ଲାଇନଚ୍ୟୁତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୭ଟାରେ ଏହା ଘଟିଛି। ଷ୍ଟେଶନର ସିକ୍‌...

ପୋଲିସ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଡ. ପ୍ରସନ୍ନ କୁମାର...

ତରଭୁଜ ଚାଷ ଦେଖିବାକୁ ଯାଇଥିଲେ, ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ସାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ତରଭୁଜ କିଆରୀରେ ଚାଷ ଦେଖୁଥିବାବେଳେ ହଟାତ ବଜ୍ରପାତ ଘଟି ୨ ସମ୍ପର୍କୀୟ...

୬ ମାସ ବିତିଲା, ଚିହ୍ନଟ ହୋଇପାରିଲାନି ଜମି

ଯାଜପୁର ଅଫିସ,୧୯।୩: ଯାଜପୁର ଜିଲା ରସୁଲପୁର ବ୍ଲକର ଗୋପାଳପୁର ଗ୍ରାମ ହସ୍ତତନ୍ତ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ତେଣୁ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ...

ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ

ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍‌.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ...

Advertisement
Archives

Model This Week