ଇଦ୍‌ରେ ଖୋଲିବନି ମସଜିଦ୍‌: ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଆହ୍ଲାବାଦ୍‌ ହାଇକୋର୍ଟ

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିତ୍ବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ସରକାରୀ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏପରିସ୍ଥଳେ ରମଜାନ୍‌ ଇଦ୍‌ ମେ ୨୫ରେ ପଡୁଥିବାରୁ ମସଜିଦ୍‌ରେ ସାମୁହିକ ନମାଜ ପାଠ ମଧ୍ୟ ବନ୍ଦ ରହିବ। ଇଦ୍‌ ଅବସରରେ ଉତ୍ତରପ୍ରଦେଶରେ ମସଜିଦ୍‌ ଏକଘଣ୍ଟା ଖୋଲିବା ପାଇଁ ଏକ ଆବେଦନ ଆହ୍ଲାବାଦ୍‌ ହାଇକୋର୍ଟରେ କରାଯାଇଥିଲା। ଏହାକୁ କୋର୍ଟ ଖାରଜ କରିବା ସହିତ ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ତେବେ ଏନେଇ ପ୍ରଥମେ ସରକାରଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ସେଠାରେ ଆବେଦନ ଖାରଜ ହେଲେ ଏହାର ବିଚାର ହାଇକୋର୍ଟରେ ହେବ ବୋଲି ଆବେଦନର ବିଚାର କରି ଏପରି ରାୟ ଦିଆଯାଇଛି। ଆଇନଜୀବୀ ଶାହିଦ୍‌ ଅଲ୍ଲୀ ସିଦ୍ଧିକ୍‌ଙ୍କ ଆବେଦନ ଉପରେ ବିଚାର କରି କୋର୍ଟ କହିଛନ୍ତି ଯେ, ସବୁ ଦାବି ପାଇଁ ହାଇକୋର୍ଟ ଆସିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି…

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

ରାହୁଲ ଗାନ୍ଧୀଙ୍କ ପରେ ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ଅଭିଜିତ ଦୀପକେ, କହିଲେ ବଳ..

ନୂଆଦିଲ୍ଲୀ,୩୧।୭ ଦିଲ୍ଲୀରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ…

ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୭: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଗତ ଜୁଲାଇ ୨୦ରେ ଦିଲ୍ଲୀର ଯନ୍ତରମନ୍ତରଠାରୁ ସଂସଦ ଭବନ ଅଭିମୁଖେ ହୋଇଥିବା ରାଲିରେ ଭାଗନେଇଥିବା ସାଧାରଣ ନାଗରିକ ଓ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri