ଇଦ୍‌ରେ ଖୋଲିବନି ମସଜିଦ୍‌: ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଆହ୍ଲାବାଦ୍‌ ହାଇକୋର୍ଟ

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିତ୍ବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ସରକାରୀ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏପରିସ୍ଥଳେ ରମଜାନ୍‌ ଇଦ୍‌ ମେ ୨୫ରେ ପଡୁଥିବାରୁ ମସଜିଦ୍‌ରେ ସାମୁହିକ ନମାଜ ପାଠ ମଧ୍ୟ ବନ୍ଦ ରହିବ। ଇଦ୍‌ ଅବସରରେ ଉତ୍ତରପ୍ରଦେଶରେ ମସଜିଦ୍‌ ଏକଘଣ୍ଟା ଖୋଲିବା ପାଇଁ ଏକ ଆବେଦନ ଆହ୍ଲାବାଦ୍‌ ହାଇକୋର୍ଟରେ କରାଯାଇଥିଲା। ଏହାକୁ କୋର୍ଟ ଖାରଜ କରିବା ସହିତ ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ତେବେ ଏନେଇ ପ୍ରଥମେ ସରକାରଙ୍କ ପାଖରେ ଆବେଦନ କରିବାକୁ ପଡ଼ିବ। ସେଠାରେ ଆବେଦନ ଖାରଜ ହେଲେ ଏହାର ବିଚାର ହାଇକୋର୍ଟରେ ହେବ ବୋଲି ଆବେଦନର ବିଚାର କରି ଏପରି ରାୟ ଦିଆଯାଇଛି। ଆଇନଜୀବୀ ଶାହିଦ୍‌ ଅଲ୍ଲୀ ସିଦ୍ଧିକ୍‌ଙ୍କ ଆବେଦନ ଉପରେ ବିଚାର କରି କୋର୍ଟ କହିଛନ୍ତି ଯେ, ସବୁ ଦାବି ପାଇଁ ହାଇକୋର୍ଟ ଆସିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟଙ୍କ ବିମାନ ପୁଣିଥରେ କଂଗ୍ରେସ ରନ୍‌ଓ୍ବେ ମୁହାଁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ଶେଷ ହେବା ଭଳି ଦେଖାଯାଉଛି। ରାଜସ୍ଥାନ ସରକାରକୁ ଭାଙ୍ଗିବାର ସୂତ୍ରଧର ସାଜିଥିବା ଓ ବିଧାୟକଙ୍କୁ କିଣାବିକା...

ରାଜସ୍ଥାନରେ ଲାଗୁ ହେବନାହିଁ ସିଏଏ-ଏନ୍‌ଆର୍‌ସି: ମୁଖ୍ୟମନ୍ତ୍ରୀ

ଜୟପୁର,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିବା ବେଳେ ଏବେ ଏହାକୁ...

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି।...

ବ୍ରିଟେନରେ ୬ମାସ ପାଇଁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’

ବ୍ରିଟେନ,୨୩ା୯: କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଦେଶବାସୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୬ ମାସ...

ମୁଁ କାହାକୁ ଡରେନା, କେହି ମଧ୍ୟ ମତେ ଡରିବା କଥା ନୁହେଁ : ଥରୁର…

ଥିରୁଭାନନ୍ତପୁରମ୍‌,୨୨।୧୧ : ମଙ୍ଗଳବାର କଂଗ୍ରେସ ଏମ୍‌ ପି ଶଶି ଥରୁର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଥରୁର...

ବିଦେଶରେ ଉଦ୍ଧବ, ଶିନ୍ଦେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୧।୬: ଏନସିପି ସୁପ୍ରିମୋ ଶରଦ ପାୱାର ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବା ପାଇଁ ବର୍ଷା ବଙ୍ଗଳାଠାରେ ପହଞ୍ଚିଛନ୍ତି। ଉଦ୍ଧବ ଠାକ୍‌ରେ ବିଦେଶରେ ଅଛନ୍ତି।...

ଆନ୍ଧ୍ରରେ ଗଠିତ ହେଲା ୧୩ ନୂଆ ଜିଲା

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ସୋମବାର ୧୩ଟି ନୂଆ ଜିଲା ଗଠନ ହେବାକୁ ଯାଉଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲା ସଂଖ୍ୟା ୨୬ ହେବ। ଏହା ଏକ...

ହନିଟ୍ରାପ୍‌ରେ ୧୩ ଆଇଏଏସ୍‌ ଅଧିକାରୀ

ଭୋପାଳ,୨୭।୯:ମଧ୍ୟପ୍ରଦେଶ(ଏମ୍‌ପି)ରେ ହନିଟ୍ରାପ୍‌ ମାମଲା ସବୁ ସରହଦ ପାର୍‌ କରିଯାଇଛି। ଏହି ମାମଲାରେ ୧୩ ଆଇଏଏସ୍‌ ଅଫିସର ସମ୍ପୃକ୍ତ ଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଆଇଏଏସ୍‌ମାନେ...

Advertisement
Archives

Model This Week