Posted inଖେଳ

ଇଦୁଲ୍‌ଜୀ, ରୟ ୩.୫ କୋଟି ଲେଖାଏଁ ପାଇବେ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.)- ପ୍ରଶାସକ କମିଟି (ସିଇଓ) ମୁଖ୍ୟ ବିନୋଦ ରୟ ଏବଂ ପ୍ୟାନେଲର ସଦସ୍ୟା ଡାଏନା ଇଦୁଲ୍‌ଜୀ ସେମାନଙ୍କ ୩୩ ବର୍ଷର କାର୍ଯ୍ୟକାଳ ପାଇଁ ୩.୫ କୋଟି ଲେଖାଁଏ ପାଇବେ। ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟିର କାର୍ଯ୍ୟକାଳ ଶେଷ ହେବ। ୨୦୧୭ ଜାନୁୟାରୀରେ ନିଯୁକ୍ତି ପାଇବା ପରଠାରୁ ପୂର୍ବତନ ସିଏଜି ରୟ ଏବଂ ପୂର୍ବତନ ଭାରତୀୟ ଅଧିନାୟିକା ଇଦୁଲ୍‌ଜୀ ସବୁବେଳେ ସିଓଏର ଅଂଶବିଶେଷ ରହିଆସିଛନ୍ତି। ପରବର୍ତ୍ତୀକାଳରେ ବିଭିନ୍ନ କାରଣରୁ ରାମଚନ୍ଦ୍ର ଗୁହା ଏବଂ ବିକ୍ରମ ଲିମାୟେ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ସିଇଓର ସମସ୍ତ ସଦସ୍ୟଙ୍କ ଲାଗି ୨୦୧୭ ବର୍ଷ ପାଇଁ ଜଣକ ପିଛା ମାସିକ ପାଉଣା ୧୦ ଲକ୍ଷ ଟଙ୍କା ରହିଥିଲା। ୨୦୧୮ ଏବଂ ୨୦୧୯ ପାଇଁ ସେମାନଙ୍କ ପ୍ରାପ୍ୟ ଯଥାକ୍ରମେ ୧୧ଲକ୍ଷ ଓ ୧୨ଲକ୍ଷ ରଖାଯାଇଥିଲା। ଆମିକସ କ୍ୟୁରି ପିଏସ୍‌ ନରସିଂମାଙ୍କ ସହିତ ଆଲୋଚନା ପରେ ପାରିଶ୍ରମିକ ଧାର୍ଯ୍ୟ ହୋଇଥିବା ବିସିସିଆଇର ଜଣେ ବରିଷ୍ଠ ଅଫିସିଆଲ ପ୍ରକାଶ କରିଛନ୍ତି। ଏହି ଭିତ୍ତିରେ ଇଦୁଲ୍‌ଜୀ ଏବଂ ରୟ ପ୍ରତ୍ୟେକ ୩.୫ କୋଟି ଲେଖାଏଁ ପାଇବେ ବୋଲି ଆଶା କରାଯାଉଛି। ରାମଚନ୍ଦ୍ର ଗୁହା ଏବଂ ରବି ଥୋଡ୍‌ଗେ କମିଟିରେ ଯେତେଦିନ ଧରି କାର୍ଯ୍ୟ କରିଥିଲେ ସେହି ଅନୁସାରେ ସେମାନଙ୍କ ପ୍ରାପ୍ୟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଦଳରେ ସମୀର

ବ୍ରହ୍ମପୁର ଅଫିସ୍‌,୧୨ା୧୨: କୁଚ୍‌ବିହାର ଟ୍ରଫିର ଆଗାମୀ ମ୍ୟାଚ୍‌ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ...

ଜାଡେଜାଙ୍କ ରେକର୍ଡ

ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି।...

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ...

କୋପା ଆମେରିକା ଫୁଟ୍‌ବଲ: ପେରୁ- କଲମ୍ବିଆ ସମ୍ମାନ ଲଢ଼େଇ

ବ୍ରାସିଲିଆ,୧୦।୭: କୋପା ଆମେରିକା ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଶନିବାର ରାତିରେ ଟାଇଟଲ ପାଇଁ ଦୁଇ ଫୁଟ୍‌ବଲ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସକୁ ହରାଇଲା ଲାୟନ୍ସ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ଗୁରୁବାର ଅନୁଷ୍ଠିତ ପ୍ରଥମ...

ଟି-୨୦ ମ୍ୟାଚ୍‌ ବେଳେ ବିସ୍ଫୋରଣ

କାବୁଲ,୩୦।୭: ଆଫଗାନିସ୍ତାନର ଶାପଗିଜା ଟି-୨୦ କ୍ରିକେଟ ଲିଗ୍‌ର ମ୍ୟାଚ ବେଳେ କାବୁଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୪ଜଣ ଦର୍ଶକ...

ମ୍ୟାଚ ଆରମ୍ଭରୁ ବର୍ଷା

ବେଙ୍ଗାଲୁରୁ,୧୯।୬: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ କେଶବ...

ଫିଞ୍ଚ୍‌, ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ବିଜୟୀ, ପ୍ରଥମ ଦିନିକିଆରେ ଭାରତ ପରାସ୍ତ

ସିଡନୀ, ୨୮।୧୧(ପି.ଟି.)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଖେଳିଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରି...

Advertisement
Archives

Model This Week