ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି ଆମ ସମସ୍ତଙ୍କ ମାନସିକସ୍ତରରେ ଏହି ପ୍ରାଣୀଙ୍କୁ ନେଇ ନକାରାତ୍ମକ ଭାବନା ପୂରାଇ ଦିଆଯାଇଛି। ହେଲେ ଏହା ବି ସତ ଯେ, ଗଧଙ୍କ ପାଇଁ ମାଲାମାଲ ହେଉଛି ପଡ଼ୋଶୀ ଚାଇନା। ଚାଇନାର ପାରମ୍ପରିକ ଔଷଧ ଉଦ୍ୟୋଗରେ ଗଧଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ସର୍ବାଧିକ ବ୍ୟବହାର କରାଯାଏ। ଏହି ଧାରା ଜାରି ରହିଲେ ମାତ୍ର କେଇ ବର୍ଷ ଭିତରେ ଗଧ ଇତିହାସ ପାଲଟିଯିବେ ବୋଲି ଆଶଙ୍କା ବ୍ୟକ୍ତ କଲେଣି ପ୍ରାଣୀପ୍ରେମୀ।
ସାରା ଦୁନିଆରେ ଗଧଙ୍କ ସଂଖ୍ୟା ୪.୪ କୋଟି। ହେଲେ ଆଗାମୀ ୫ବର୍ଷ ଭିତରେ ଏହି ସଂଖ୍ୟା ଅଧା ହୋଇଯିବ। ଅନ୍ତର୍ଜାତୀୟସ୍ତରରେ ପ୍ରାଣୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଚାରିଟି ସଂସ୍ଥା ‘ଡଙ୍କି ସୋଂକ୍‌ଚୁଆରୀ’ ପକ୍ଷରୁ ଏପରି ଆଶଙ୍କା ବ୍ୟକ୍ତ କରାଯାଇଛି। ସଂସ୍ଥା ପକ୍ଷରୁ ପ୍ରଦତ୍ତ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚାଇନାର ପରମ୍ପରାଗତ ଔଷଧ ଶିଳ୍ପ ଗଧଙ୍କ ବିନା ଅସମ୍ଭବ। ଏଥିଲାଗି ବାର୍ଷିକ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଗଧଙ୍କ ଆବଶ୍ୟକତା ପଡୁଛି। ଏହି କାରଣରୁ ୩ ଦଶନ୍ଧି ମଧ୍ୟରେ ଚାଇନାରେ ଏହି ପ୍ରାଣୀଙ୍କ ସଂଖ୍ୟା ତିନିଚତୁର୍ଥାଂଶକୁ କମିଆସିଲାଣି। ତେଣୁ ସାରା ଦୁନିଆର ଗଧଙ୍କ ଉପରେ ଏବେ ପଡ଼ିଛି ଡ୍ରାଗନ ଆଖି। କେବଳ ଚାଇନା ନୁହେଁ, କେନିଆ, ଘାନା ଭଳି ଦେଶରେ ଏକଦା ବ୍ୟାପକ ପରିମାଣରେ ଗଧ ଦେଖାଯାଉଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଲାଣି।
ଲମ୍ବା ସମୟ ଧରି ଗଧମାନଙ୍କୁ ଅତି ଦୟନୀୟ ଭାବେ ଚାଲାଣ କରାଯାଉଛି। ବିନା ଖାଦ୍ୟ, ପାନୀୟରେ ଦୀର୍ଘଯାତ୍ରା ମଧ୍ୟରେ ସେମାନଙ୍କ ମଧ୍ୟରୁ ୨୦% ରାସ୍ତାରେ ହିଁ ମରିଯାଇଥାନ୍ତି। ଅଧିକାଂଶ ଖୁରାରେ ଗଭୀର ଆଘାତ ପାଇ ଯନ୍ତ୍ରଣାରେ କଲବଲ ହୋଇଥାନ୍ତି। ତଥାପି ସେମାନଙ୍କୁ ନିସ୍ତାର ମିଳେନାହିଁ। ଔଷଧ ପାଇଁ
ସେମାନଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଏ। ସଂସ୍ଥା ପକ୍ଷରୁ କୁହାଯାଇଛି, ଗଧକୁ ସବୁବେଳେ ଉପହାସ କରାଯାଉଛି। ହେଲେ କେତେକ ଦେଶ ଏପରି ପ୍ରାଣୀକୁ ହତ୍ୟାକରି ଭରପୂର ଲାଭ ଉଠାଉଛନ୍ତି। ଗଧ ସଂଖ୍ୟାରେ ଅଭିବୃଦ୍ଧି ଏବେ ଜରୁରୀ ହୋଇପଡ଼ିଛି। ହେଲେ ଏହାକୁ ଭରଣା କରିବାକୁ ହାରାହାରି ୨୦ବର୍ଷ ଲାଗିଯିବ। ଗଧଙ୍କ ପ୍ରଜନନ ଚକ୍ର ଅତି ମନ୍ଥର। ମାଈ ଗଧର ଗର୍ଭଧାରଣ କ୍ଷମତା ବର୍ଷେ। ସମୟ କ୍ରମେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ତେଣୁ ସେମାନଙ୍କ ସଂଖ୍ୟା ବୃଦ୍ଧି ଏବେକାର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଗଧ ବଂଶର ସୁରକ୍ଷା ପାଇଁ ୧୮ଟି ଦେଶରେ କଡ଼ା ନିୟମ ଲାଗୁ କରାଯାଇଛି। ଘାନା, ମାଲି ଭଳି ପଶ୍ଚିମ ଆଫ୍ରିକୀୟ ଦେଶରେ କଂସେଇଖାନା ବନ୍ଦ କରି ଦିଆଯାଇଛି। ତଥାପି ନିୟମ ଫାଙ୍କି ଗଧଙ୍କୁ ହତ୍ୟା କରାଯାଉଛି। ଏହା ଜାରି ରହିଲେ ଗଧଙ୍କ ଅସ୍ତିତ୍ୱ ଲୋପ ପାଇଯିବ ବୋଲି ସଂସ୍ଥା ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri