ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‌ଏ, ଏମ୍‌ଫିଲ୍‌, ପିଏଚ୍‌ଡି, ଡିଲିଟ୍‌ ସାରିବା ପରେ ଗଜପତି ଜିଲା ପାରଳାଖେମୁଣ୍ଡିରେ ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଏହାପରେ ରେଭେନ୍‌ଶା କଲେଜରେ ୧୯୯୩ରେ ଜଣେ ଯୁବ ପ୍ରାଧ୍ୟାପକ ଭାବେ ଯୋଗଦେଇ ଦାୟିତ୍ୱ ନିର୍ବାହ କରିଥିଲେ। ପରେ ପରେ ଗଣଶିକ୍ଷା ବିଭାଗର ସିଏଚ୍‌ସିଇର ଅଧ୍ୟକ୍ଷ, ଟିଚର ଏଜୁକେଶନ ଆଣ୍ଡ୍‌ ଏସ୍‌ସିଆର୍‌ଟିର ନିର୍ଦ୍ଦେଶକ, ଷ୍ଟେଟ୍‌ ସିଲେକ୍ସନ ବୋର୍ଡର ସଭାପତି ରହିଥିଲେ। ଶେଷରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ନେଇଥିଲେ। ଲେଖାଲେଖିରେ ମଧ୍ୟ ତାଙ୍କର ରୁଚି ରହିଛି। ଏ ପର୍ଯ୍ୟନ୍ତ ପ୍ରଫେସର ପଟ୍ଟନାୟକଙ୍କର ୪୬ଟି ପୁସ୍ତକ ପ୍ରକାଶ ପାଇଛି। ତାଙ୍କର କିଛି ଅଜଣା କଥା ସମ୍ପର୍କରେ ଏଥର ‘ନିଜ କଥା’ରେ ଆସନ୍ତୁ ଜାଣିବା।

ଲେଖିବାର ସ୍ପୃହା କେଉଁଠୁ ଆସିଥିଲା?
ମୋର ବାପା ପ୍ରଫେସର ଜଗନ୍ନାଥ ପଟ୍ଟନାୟକ ଜଣେ ଐତିହାସିକ ଓ ସାହିତି୍ୟକ। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସେହି ବ୍ୟକ୍ତିତ୍ୱଙ୍କ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇଛି। ସେ ମୋ ପ୍ରେରଣା ବୋଲି ମନେ କରେ।
ଆପଣ ଲେଖା ମାଧ୍ୟମରେ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି?
ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ କେବଳ ଇତିହାସ ପଢ଼ିବା ଉଚିତ ଓ ଇତିହାସ କେବଳ ପାଠ୍ୟ ପୁସ୍ତକରେ ଥାଏ ବୋଲି ଅନେକେ ମନେ କରନ୍ତି। କିନ୍ତୁ ଇତିହାସରୁ ଅନେକ କିଛି ଶିଖିବାର ଅଛି। ତେଣୁ ଇତିହାସକୁ କିଭଳି ଲୋକପ୍ରିୟ କରାଯାଇପାରିବ ମୁଁ ପ୍ରବନ୍ଧ ଲେଖିବା ଆରମ୍ଭ କଲି। ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଦେଶୀ ମାଛ ମୋର ପ୍ରିୟ ଖାଦ୍ୟ
ପତ୍ନୀଙ୍କ ହାତ ତିଆରି କେଉଁ ଖାଦ୍ୟ ବେଶି ପସନ୍ଦ?
ସବୁ ପ୍ରକାର ରୋଷେଇ ଭଲ କରନ୍ତି। ତେବେ ମଟନ ବିରିୟାନୀ ଅଧିକ ଭଲଲାଗେ।
ବାହାରକୁ ଯିବାକୁ ପସନ୍ଦ କରନ୍ତି?
ହଁ। ଦେଶର ବିଭିନ୍ନ ସ୍ଥାନ ବୁଲିବା ସହିତ ପ୍ରାୟ ୧୫ଟି ଦେଶ ପରିଭ୍ରମଣ କରିଛି। ଯେଉଁ ସ୍ଥାନକୁ ବି ଯାଇଛି, ସେଠାରେ ଓଡ଼ିଶା ସଂସ୍କୃତିକୁ କିପରି ବ୍ୟବହାର କରୁଛନ୍ତି ତା’ ଉପରେ ଗବେଷଣା କରିଛି।
ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?
ହଁ। ପୁରୁଣା ଫିଲ୍ମ ଦେଖିବାକୁ ଭଲଲାଗେ। କାରଣ ବର୍ତ୍ତମାନ ଫିଲ୍ମରେ କାହାଣୀ କମ୍‌, ଏଣ୍ଟରଟେନ୍‌ମେଣ୍ଟ ଅଧିକ। ସେତେବେଳର ଫିଲ୍ମ ମାଧ୍ୟମରେ ସାମାଜିକ ବାର୍ତ୍ତା ଦିଆଯାଉଥିଲା। ଶରତ ପୂଜାରୀ ଓ ଝରଣା ଦାସ ମୋର ପ୍ରିୟ କଳାକାର।
ସମୟ ମିଳିଲେ କ’ଣ କରନ୍ତି?
ଲେଖାଲେଖି କରିଥାଏ।
ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ?
ବାପାଙ୍କ ଦେହାନ୍ତ। କୋମାରେ ପଡ଼ିଥିଲେ। କିନ୍ତୁ ତାଙ୍କର କଣ ରୋଗ ହୋଇଛି ଶେଷ ପର୍ଯ୍ୟନ୍ତ କୌଣସି ଡାକ୍ତର ନିରୂପଣ କରିପାରିଲେ ନାହିଁ। ତାଙ୍କୁ ଦିଲ୍ଳୀ ଏମ୍ସରେ ଚିକିତ୍ସା କରିବାକୁ ନେବା ପାଇଁ ଚାହିଁଥିଲୁ। କିନ୍ତୁ ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ଦେଖି ପାଇଲଟ୍‌ ଛାଡ଼ିନଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ମୋ ପାଇଁ ସବୁବେଳେ ଦୁଃଖଦାୟକ ସ୍ମୃତି ହୋଇ ରହିବ। ତାଙ୍କ ପାଇଁ କିଛି କରିପାରିଲୁନି ବୋଲି ସବୁବେଳେ ଭାବେ।
ଖବରକାଗଜରେ କେଉଁ ଅଂଶକୁ ପଢ଼ିବାକୁ ପସନ୍ଦ କରନ୍ତି ?
ମୁଁ ‘ଧରିତ୍ରୀ’ ଖବରକାଗଜ ପଢ଼ିବାକୁ ପସନ୍ଦ କରେ। କାରଣ ଏହା ଏକମାତ୍ର ଖବରକାଗଜ ଯାହା ନିରପେକ୍ଷ ଖବର ପ୍ରକାଶ କରିଥାଏ। ଏହାର ସମ୍ପାଦକୀୟ ଓ ଫିଚର ଷ୍ଟୋରି ପଢ଼ିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେ କେବେ ବାହା ହେବା?

ମୁମ୍ବାଇ: ଯେବେ ବି-ଟାଉନ୍‌ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ...

ନାଟକ, ଯାତ୍ରା, ସିନେମା ଓ ଅନନ୍ତ

ଦୀର୍ଘ ଛଅ ଦଶନ୍ଧି ଧରି ରେଡିଓ, ନାଟକ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର ନିଖୁଣ ଅଭିନୟ, ନିର୍ଦ୍ଦେଶନା ଓ ପ୍ରଯୋଜନା, ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ ହୋଇ...

ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ବଡ ଅଭିନେତା ହେଉଛନ୍ତି ରଜନୀକାନ୍ତ। ସେ ରୋବଟ, ଲିଙ୍ଗା, ଶିବାଜୀ ଦି ବସ ଏବଂ ୨.୦ ଭଳି ଏକରୁ ଅଧିକ...

ହସ୍ପିଟାଲରେ ଶ୍ୱେତା ତିଓ୍ବାରୀ: ସ୍ବାମୀ କହିଲେ, ସୁନ୍ଦର ଦେଖାଯିବା ପାଇଁ…

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ‘ଖତ୍ରୋଂ କେ ଖିଲାଡି-୧୧’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ର...

ସଚିନ ପାରିଶ୍ରମିକ ରୂପେ ନେଇଥିଲେ ଫ୍ରିଜ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସଚିନ ପିଲଗାଓଙ୍କର ଅଗଷ୍ଟ ୧୭ ହେଉଛି ଜନ୍ମଦିନ। ତାଙ୍କ ସ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତ୍ରୀ ସୁପ୍ରିୟା ପିଲଗାଓଙ୍କର ମଧ୍ୟ ସମାନ...

ସିଦ୍ଧାର୍ଥଙ୍କ ସହ ଦେଶୀ ଲୁକ୍‌ରେ ନଜର ଆସିଲେ କିଆରା

ମୁମ୍ବାଇ: ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନି । ଏହି ଆୱାର୍ଡ ଶୋ’ରେ ଟେଲିଭିଜନରୁ ଆରମ୍ଭ...

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

ସାମନ୍ଥାଙ୍କ ପ୍ରଥମ ରୋଜଗାର କେତେ ଥିଲା ଜାଣନ୍ତି

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ସାମନ୍ଥା ୱେବ ସିରିଜ୍‌ ‘ଦି ଫ୍ୟାମିଲି...

Advertisement
Archives

Model This Week