Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- କେରଳ ମ୍ୟାଚ୍‌ ଡ୍ର’

କୋଚି,୯।୧୧(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫସି ଓ ଘରୋଇ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ମୁହଁାମୁହିଁ ହୋଇଥିବା ବେଳେ ଏହି ମ୍ୟାଚ୍‌ ଗୋଲ୍‌ଶୂନ୍ୟଭାବେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ କେରଳ ଘରୋଇ ପରିବେଶରୁ ଫାଇଦା ଉଠାଇପାରି ନ ଥିଲା। କ୍ରମାଗତ ତୃତୀୟ ମ୍ୟାଚ୍‌ରେ କେରଳ ବିଜୟୀ ହେବାରେ ସଫଳ ହୋଇପାରିନାହିଁ। ଉଭୟ ଦଳ ଇଞ୍ଜୁରି ସମସ୍ୟାରେ ପଡିଥିଲେ ଓ ଏହାର ପ୍ରଭାବ ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଜାଇରୋ ରୋଡ୍ରିଗୁଏଜ, ରାଫାଏଲ ମେସି ବେଉଲି ଓ ଆଡ୍ରିଆନ ସାଣ୍ଟାନା ଆହତ ହେବା କାରଣରୁ ପ୍ରଥମାର୍ଦ୍ଧରେ ଏମାନଙ୍କ ବଦଳ ଖେଳାଳି ପଡିଆକୁ ଆସିଥିଲେ। ଏହି ପରିବର୍ତ୍ତନ ମ୍ୟାଚକୁ ପ୍ରଭାବିତ କରିଥିଲା। ଫଳରେ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଏଥିସହିତ ଉଭୟ ଦଳ ୪ଟି ଲେଖାଏ ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୪ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ଗୋଲ ବ୍ୟବଧାନରେ ଓଡ଼ିଶା ଆଗରେ ରହି ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ବେଳେ କେରଳ ଷଷ୍ଠ ସ୍ଥାନରେ ରହିଛି। ଅବଶ୍ୟ ମ୍ୟାଚ୍‌ରେ ଉଭୟ ଦଳ କେତୋଟି ସୁଯୋଗ ହାସଲ କରିଥିଲେ। ତେବେ ଗୋଲ ସମ୍ଭବ ହୋଇପାରି ନ ଥିଲା। ୨୩ ତାରିଖ ଶନିବାର ଦିନ କେରଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଘରୋଇ ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ। ସେହିପରି ଓଡ଼ିଶା ତା’ର ଆଗାମୀ ମୁକାବିଲାରେ ଆସନ୍ତା ୨୪ ତାରିଖ ରବିବାର ଦିନ କୋଲକାତାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ସମ୍ପ୍ରତି ବେଲଜିୟମ ଟୁର୍‌ରେ ଥିବା ଭାରତୀୟ ହକି ଦଳ ମଙ୍ଗଳବାର ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମକୁ ୨-୧ ଗୋଲରେ...

ରୋମାଣ୍ଟିକ୍‌ ହେଲେ କୋହଲି

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆଜି ୫ମ ବିବାହବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ...

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦...

ହାଇକୋର୍ଟ ବାର୍‌ ଚାମ୍ପିୟନ, ଭୁବନେଶ୍ୱର ରନର୍ସଅପ୍‌

ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି)- ବିଜେବି କଲେଜ ପଡ଼ିଆରେ ୬ଷ୍ଠ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଅଲ୍‌ ଓଡ଼ିଶା ଆଇନଜୀବୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ଗୁରୁବାର ଅନୁଷ୍ଠିତ...

ଅଶ୍ୱିନ, ବୋଥାମଙ୍କୁ ଟପିଲେ ଆଣ୍ଡରସନ

କେପ୍‌ ଟାଉନ, ୬।୧- ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ସର୍ବାଧିକ ୫ ଉଇକେଟ୍‌ ସଫଳତା ପାଇବାରେ ସାର୍‌ ଇଆନ ବୋଥାମ ଓ...

ଟସ୍‌ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ଏଲିମିନେଟର ମ୍ୟାଚ୍‌ ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

ମ୍ୟାକ୍‌କୁଲମ କେକେଆର ମୁଖ୍ୟ କୋଚ୍‌

ମୁମ୍ବାଇ,୧୫।୮(ପିଟି)- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ମୁଖ୍ୟ କୋଚ୍‌ ଭାବେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ନିଯୁକ୍ତ କରିଛି। ତାଙ୍କୁ କେବଳ ଇଣ୍ଡିଆନ...

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା...

Advertisement
Archives

Model This Week