Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଏଟିକେର ବୃହତ୍‌ ବିଜୟ

କୋଲକାତା,୨୬।୧୦(ପି.ଟି.): ଚଳିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ(ଆଇଏସ୍‌ଏଲ୍‌)ର ଷଷ୍ଠ ମ୍ୟାଚରେ ଘରୋଇ ଏଟିକେ ଏଫସି ଏକ ବୃହତ୍‌ ବିଜୟ ହାସଲ କରିଛି। ଏଟିକେ ପଦାର୍ପଣ କରିଥିବା ହାଇଦ୍ରାବାଦ ଏଫସିକୁ ୫-୦ ଗୋଲର ବୃହତ୍‌ ବ୍ୟବଧାନରେ ହରାଇ ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଠାରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ଡେଭିଡ ୱିଲିୟମ୍ସ ଓ ଏଡୁ ଗାର୍ସିଆ ପ୍ରତ୍ୟେକେ ଦୁଇଟି ଲେଖାଏଁ ଏବଂ ରଏ କ୍ରିଷ୍ଣା ଗୋଟିଏ ଗୋଲ ସ୍କୋର କରିଥିଲେ।
ମ୍ୟାଚ ଆରମ୍ଭରୁ ଏଟିକେ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରଥମ ୧୦ ମିନିଟରେ ତିନି ଚାରିଟି ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ କୌଣସି ଗୋଲ ସ୍କୋର ହୋଇୁ ନ ଥିଲା। ପ୍ରଥମ ମିନିଟରେ ଜୟେସ ରାଣେ ବକ୍ସ ବାହାରୁ ମାରିଥିବା ଏକ ଶଟ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ଦ୍ୱିତୀୟ ମିନିଟରେ ପ୍ରବୀର ଦାସଙ୍କୁ ହାଇଦ୍ରାବାଦର ସାହିଲ ପାନୱାର ଟାଣି ତଳେ ପକାଇଦେବାରୁ ଏଟିକେ ଖେଳାଳିମାନେ ପେନାଲଟି କିକ ପାଇଁ ଦାବି କରିଥିଲେ। କିନ୍ତୁ ରେଫରି ଉମେଶ ବୋରା ଏହାକୁ ନାକଚ କରିଦେଇଥିଲେ।
ଦଶମ ମିନିଟରେ ଗୋଲରକ୍ଷକ ତଥା ଅଧିନାୟକ କମଲଜିତ ସିଂଙ୍କ ଭୁଲ ଯୋଗୁ ହାଇଦ୍ରାବାଦ ଅଳ୍ପକେ ଆଉ ଏକ ବିପଦରୁ ବର୍ତ୍ତିି ଯାଇଥିଲା। ଅବଶ୍ୟ ପରବର୍ତ୍ତୀ ମିନିଟରେ ସେ ତାଙ୍କ ଦଳକୁ ଏକ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ମ୍ୟାଚର ୨୯ତମ ମିନିଟରେ ମାଇକେଲ ସୁସାଇରାଜଙ୍କ ଶଟ ହାଇଦ୍ରାବାଦ ଗୋଲପୋଷ୍ଟରେ ବାଜି ଫେରି ଆସିଥିଲା।
ତେବେ ଏଟିକେର ଘନଘନ ଆକ୍ରମଣ ଥରେ ଫଳପ୍ରଦ ହେବାପରେ ପ୍ରତିପକ୍ଷ ଦଳକୁ ଗୋଲ ଖାଇବାରୁ ଆଉ ଫୁରୁସତ ମିଳିନଥିଲା। ଡେଭିଡ ୱିଲିୟମ୍ସ ୨୫ ମିନିଟରେ ଏବଂ ରଏ କ୍ରିଷ୍ଣା ୨୭ ମିନିଟରେ ଗୋଲ ଦେଇ ଏଟିକେକୁ ୨-୦ରେ ଅଗ୍ରଣୀ କରାଇଥିଲେ। ହାଫ୍‌ ଟାଇମ୍‌ର ଗୋଟିଏ ମିନିଟ ପୂର୍ବରୁ ୱିଲିୟମ୍ସ ବ୍ୟକ୍ତିଗତ ଦ୍ୱିତୀୟ ତଥା ଦଳର ତୃତୀୟ ଗୋଲ ସ୍କୋର କରିଥିଲେ ।
ହାଫ୍‌ଟାଇମ ପରେ ହାଇଦରାବାଦ ଦଳର ପ୍ରଦର୍ଶନରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଘରୋଇ ଦଳ ଆକ୍ରମଣରେ ଆଦୌ ହେଳା କରି ନ ଥିଲା। ମ୍ୟାଚ ଶେଷ ଆଡକୁ ଲାଗ ଲାଗ ଦୁଇଟି ଗୋଲ ଦେଇ ଏଟିକେ ଏକ ବୃହତ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଏଡୁ ଗାର୍ସିଆ ୮୮ ଓ ୯୦ ମିନିଟରେ ଏହି ଦୁଇଟି ଗୋଲ ସ୍କୋର କରିଥିଲେ।
ଡବଲ୍‌ ଗୋଲ ସ୍କୋରର ଗାର୍ସିଆଙ୍କୁ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ଏବଂ ଡେଭିଡ ୱିଲିୟମ୍ସଙ୍କୁ ହିରୋ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ମାଇକେଲ ସୁସାଇରାଜ ଆଇଏସଏଲ ଇମର୍ଜିଂ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨6ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri