ଇଣ୍ଡିଆନ ଅଏଲ ପକ୍ଷରୁ ପାର୍ବଣ ଅଭିଯାନ; ଇନ୍ଧନ କ୍ରୟରେ କାର ସହ ଅନ୍ୟ ପୁରସ୍କାର ଜିତିବା ସୁବିଧା

ଭୁବନେଶ୍ୱର, ୧୨-୯(ବ୍ୟୁରୋ): ଇଣ୍ଡିଆନ ଅଏଲ ଭୁବନେଶ୍ୱର ଡିଭିଜନାଲ କାର୍ଯ୍ୟାଳୟ ପକ୍ଷରୁ ପାର୍ବଣ ଅଭିଯାନ ‘ତ୍ୟୋହାର କି ଉମଙ୍ଗ ଇଣ୍ଡିଆନ ଅଏଲ କି ସଙ୍ଗ’ ଶୁଭାରମ୍ଭ ଘୋଷଣା କରାଯାଇଛି। ସ୍ଥାନୀୟ ନୟାପଲ୍ଲୀ ସ୍ଥିତ ଭମ୍‌ରା ସର୍ଭିସେସ ସେଣ୍ଟରଠାରେ କମ୍ପାନୀର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ରିଟେଲ ସେଲ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜ୍ଞାନ କୁମାର, ଓଡ଼ିଶା କାର୍ଯ୍ୟାଳୟ ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ, ରିଟେଲ ସେଲ୍‌ସ ସାଧାରଣ ପ୍ରବନ୍ଧକ କୁମାର ଜ୍ୟୋତି ରାଏ ଏବଂ ସାଧାରଣ ପ୍ରବନ୍ଧକ ବାଣି ମହାନ୍ତି ଏହାର ଉନ୍ମୋଚନ କରିଛନ୍ତି। ଭୁବନେଶ୍ୱର ଡିଭିଜନ ପରିସରରେ ଥିବା କମ୍ପାନୀର ୨୩୧ ଫଲିଂ ଷ୍ଟେଶନରେ ଉକ୍ତ ଯୋଜନା ଆରମ୍ଭ ହୋଇଛି। ଏହା ନଭେମ୍ବର ମାସ ଶେଷ ଯାଏ ଚାଲିବ। ଅଭିଯାନ ଶେଷରେ ବମ୍ପର ଲକି ଡ୍ର ଅନୁଷ୍ଠିତ ହେବ। ପ୍ରଥମ ପୁରସ୍କାର ଭାବେ ଗୋଟିଏ ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ନିଓସ କାର ଗ୍ରାହକ ଲାଭ କରିପାରିବେ। ସେହିଭଳି ୨ଟି ସ୍କୁଟି, ୨ଟି ଏଲ୍‌ଇଡି ଟିଭି, ୧୮ଟି ସ୍ମାର୍ଟଫୋନ, ୧୮ଟି ମିସ୍କର ଗ୍ରାଇଣ୍ଡର ଏବଂ ୩୬ଟି ଆଇରନ ପୁରସ୍କାର ରହିଛି। ୨ ଏବଂ ୪ ଚକିଆ ଗ୍ରାହକ ଯଥାକ୍ରମେ ଅନ୍ୟୁନ ୩୦୦ ଓ ୧୨୦୦ ଟଙ୍କାର ତେଲ ପକାଇଲେ ଲକି ଡ୍ରରେ ଭାଗ ନେଇ ପାରିବେ। ଗୋଟିଏ ମେସେଜରେ ସେମାନେ ଏଥିରେ ଭାଗ ନେବେ। ମେସେଜ ମଧ୍ୟରୁ ଲକି ଡ୍ରରେ ଭାଗ୍ୟଶାଳୀ ବିଜେତା ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?